ସୁପ୍ରିମକୋର୍ଟ ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ସଞ୍ଜୀବ ଖାନ୍ନା

କନକ ବ୍ୟୁରୋ ସୁପ୍ରିମକୋର୍ଟ ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ସଞ୍ଜୀବ ଖନ୍ନା। କେନ୍ଦ୍ର ସରକାରଙ୍କୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ଙ୍କ ସୁପାରିଶ । ନଭେମ୍ବର ୧୦ରେ ଅବସର ନେବେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ସରି ଆସୁଥିବା ହେତୁ ସେ ସୁପ୍ରିମ୍‌କୋର୍ଟର ଆନୁଷ୍ଠାନିକ ଭାବେ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ବରିଷ୍ଠ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନାମ ସୁପାରିସ କରିଛନ୍ତି । କେନ୍ଦ୍ର ସରକାରଙ୍କ ଅନୁମୋଦନ ଦେବା ପରେ ଶୀର୍ଷ ପଦ ପାଇଁ ଜଣେ ବରିଷ୍ଠ ବିଚାରପତି ନିଯୁକ୍ତ ହୁଅନ୍ତି । ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ୨୦୨୨ ମସିହା ନଭେମ୍ବର ୯ ତାରିଖରେ ଆରମ୍ଭ ହୋଇଥିଲା । ସମ୍ବିଧାନ ଅନୁଯାୟୀ ସୁପ୍ରିମକୋର୍ଟର ବିଚାରପତିମାନେ ୬୫ ବର୍ଷ ବୟସରେ ଅବସର ନେଇଥାନ୍ତି । ତାଙ୍କର କାର୍ଯ୍ୟକାଳ ଆମାଗୀ ନଭେମ୍ବର ମାସରେ ସରିବାକୁ ଯାଉଛି ।ଡିୱାଇ ଚନ୍ଦ୍ରଚୁଡଙ୍କ ସ୍ଥାନ ନେବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା । ଜଷ୍ଟିସ ସଞ୍ଜୀବ ଖାନ୍ନା ୧୯୮୩ ମସିହାରେ ଓକିଲାତି ଆରମ୍ଭ କରିଥିଲେ । ଦିଲ୍ଲୀର ବାର କାଉନସିଲରେ ଆଡଭୋକେଟ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କ ଅଭିଜ୍ଞତାରେ ଆୟକର ବିଭାଗର ସିନିୟର ଷ୍ଟାଣ୍ଡିଂ କାଉନସେଲ କରାଯାଇଥିଲା । ଜଷ୍ଟିସ ସଞ୍ଜୀବ ଖାନ୍ନା ବର୍ତ୍ତମାନ ଜାତୀୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍

ସୁପ୍ରିମକୋର୍ଟ ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ସଞ୍ଜୀବ ଖାନ୍ନା

କନକ ବ୍ୟୁରୋ ସୁପ୍ରିମକୋର୍ଟ ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ସଞ୍ଜୀବ ଖନ୍ନା। କେନ୍ଦ୍ର ସରକାରଙ୍କୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ଙ୍କ ସୁପାରିଶ । ନଭେମ୍ବର ୧୦ରେ ଅବସର ନେବେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ସରି ଆସୁଥିବା ହେତୁ ସେ ସୁପ୍ରିମ୍‌କୋର୍ଟର ଆନୁଷ୍ଠାନିକ ଭାବେ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ବରିଷ୍ଠ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନାମ ସୁପାରିସ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଅନୁମୋଦନ ଦେବା ପରେ ଶୀର୍ଷ ପଦ ପାଇଁ ଜଣେ ବରିଷ୍ଠ ବିଚାରପତି ନିଯୁକ୍ତ ହୁଅନ୍ତି । ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ୨୦୨୨ ମସିହା ନଭେମ୍ବର ୯ ତାରିଖରେ ଆରମ୍ଭ ହୋଇଥିଲା । ସମ୍ବିଧାନ ଅନୁଯାୟୀ ସୁପ୍ରିମକୋର୍ଟର ବିଚାରପତିମାନେ ୬୫ ବର୍ଷ ବୟସରେ ଅବସର ନେଇଥାନ୍ତି । ତାଙ୍କର କାର୍ଯ୍ୟକାଳ ଆମାଗୀ ନଭେମ୍ବର ମାସରେ ସରିବାକୁ ଯାଉଛି ।ଡିୱାଇ ଚନ୍ଦ୍ରଚୁଡଙ୍କ ସ୍ଥାନ ନେବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ।

  • ଜଷ୍ଟିସ ସଞ୍ଜୀବ ଖାନ୍ନା ୧୯୮୩ ମସିହାରେ ଓକିଲାତି ଆରମ୍ଭ କରିଥିଲେ ।

  • ଦିଲ୍ଲୀର ବାର କାଉନସିଲରେ ଆଡଭୋକେଟ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ।

  • ତାଙ୍କ ଅଭିଜ୍ଞତାରେ ଆୟକର ବିଭାଗର ସିନିୟର ଷ୍ଟାଣ୍ଡିଂ କାଉନସେଲ କରାଯାଇଥିଲା ।

  • ଜଷ୍ଟିସ ସଞ୍ଜୀବ ଖାନ୍ନା ବର୍ତ୍ତମାନ ଜାତୀୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ।

  • ଭୋପାଳର ଜାତୀୟ ଜୁଡିସିଆଲ୍ ଏକାଡେମୀର ପରିଚାଳନା ପରାମର୍ଶଦାତା ସଦସ୍ୟ ଅଟନ୍ତି ଖାନ୍ନା ।

  • ଜଷ୍ଟିସ୍ ଖାନ୍ନା ଦିଲ୍ଲୀ ଜୁଡିସିଆଲ୍ ଏକାଡେମୀ ଚେୟାରମ୍ୟାନ୍‌ ଥିଲେ ।

  • ଆନ୍ତର୍ଜାତୀୟ ଆର୍ବିଟ୍ରେସନ୍ ସେଣ୍ଟରର ସମେତ ଅନେକ ସମ୍ମାନଜନକ ପଦବୀରେ ରହି ଆସିଛନ୍ତି ।

  • ୨୦୦୫ ମସିହାରେ ଦିଲ୍ଲୀ ହାଇକୋର୍ଟର ଅତିରିକ୍ତ ଜଜ୍ ଭାବରେ ନିଯୁକ୍ତ ହୋଇଥିଲେ ।

  • ୨୦୦୬ରେ ସ୍ଥାୟୀ ବିଚାରପତି ହୋଇଥିଲେ ଜଷ୍ଟିସ୍ ଖାନ୍ନା ।

  • ଜାନୁଆରୀ ୨୦୧୯ରେ ତାଙ୍କୁ ସୁପ୍ରିମକୋର୍ଟରେ ନିଯୁକ୍ତ କରାଯାଇଥିଲା ।