ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସଞ୍ଜୀବ ଖାନ୍ନା
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସଞ୍ଜୀବ ଖାନ୍ନା। ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ ଖାନ୍ନାଙ୍କୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ନିଯୁକ୍ତ କରିଛନ୍ତି। ୨୦୨୪ ନଭେମ୍ବର ୧୧ ତାରିଖରେ ସେ ତାଙ୍କ ଦାୟିତ୍ୱ ଗ୍ରହଣ କରିବେ। ଡିୱାଇ ଚନ୍ଦ୍ରଚୂଡ଼ଙ୍କ ପରେ ଜଷ୍ଟିସ ଖାନ୍ନା ହେଉଛନ୍ତି ସୁପ୍ରିମକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି।ବର୍ତ୍ତମାନ ପ୍ରଧାନ ବିଚାରପତି ଥିବା ଡିୱାଇ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ନଭେମ୍ବର ୧୦ ତାରିଖରେ ଶେଷ ହେଉଛି। ତା’ ପୂର୍ବରୁ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ପ୍ରଧାନ ବିଚାରପତି ପଦ ପାଇଁ ଶ୍ରୀ ଖାନ୍ନାଙ୍କ ନାଁ ସୁପାରିଶ କରିଥିଲେ। ଆଉ ଆଜି(ଅକ୍ଟୋବର ୨୪) ରାଷ୍ଟ୍ରପତି ତାଙ୍କୁ ନିଯୁକ୍ତି ଦେଇଛନ୍ତି। ଶ୍ରୀ ଖାନ୍ନାଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସୂଚନା ଦେଇ କହିଛନ୍ତି “ଭାରତର ସମ୍ବିଧାନ ଦ୍ୱାରା ଦିଆଯାଇଥିବା କ୍ଷମତାର ପ୍ରୟୋଗ କରି, ପ୍ରଧାନ ବିଚାରପତିଙ୍କ ପରାମର୍ଶ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି। ୨୦୨୪ ନଭେମ୍ବର ୧୧ ତାରିଖରେ ସେ ତାଙ୍କ ଦାୟିତ୍ୱ ଗ୍ରହଣ କରିବେ।”ଦେଶରେ ୫୧ ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଖାନ୍ନା ପଦ ଅଳଂକୃତ କରିବେ। ତାଙ୍କ କାର୍ଯ୍ୟକାଳ ମାତ୍ର ୭ ମାସ ୧୩ ମେ ୨୦୨୫ ପର୍ଯ୍ୟନ୍ତ ରହିବ।
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସଞ୍ଜୀବ ଖାନ୍ନା। ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ ଖାନ୍ନାଙ୍କୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ନିଯୁକ୍ତ କରିଛନ୍ତି। ୨୦୨୪ ନଭେମ୍ବର ୧୧ ତାରିଖରେ ସେ ତାଙ୍କ ଦାୟିତ୍ୱ ଗ୍ରହଣ କରିବେ। ଡିୱାଇ ଚନ୍ଦ୍ରଚୂଡ଼ଙ୍କ ପରେ ଜଷ୍ଟିସ ଖାନ୍ନା ହେଉଛନ୍ତି ସୁପ୍ରିମକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି।
ବର୍ତ୍ତମାନ ପ୍ରଧାନ ବିଚାରପତି ଥିବା ଡିୱାଇ ଚନ୍ଦ୍ରଚୂଡ଼ଙ୍କ କାର୍ଯ୍ୟକାଳ ନଭେମ୍ବର ୧୦ ତାରିଖରେ ଶେଷ ହେଉଛି। ତା’ ପୂର୍ବରୁ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ପ୍ରଧାନ ବିଚାରପତି ପଦ ପାଇଁ ଶ୍ରୀ ଖାନ୍ନାଙ୍କ ନାଁ ସୁପାରିଶ କରିଥିଲେ। ଆଉ ଆଜି(ଅକ୍ଟୋବର ୨୪) ରାଷ୍ଟ୍ରପତି ତାଙ୍କୁ ନିଯୁକ୍ତି ଦେଇଛନ୍ତି।
ଶ୍ରୀ ଖାନ୍ନାଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସୂଚନା ଦେଇ କହିଛନ୍ତି “ଭାରତର ସମ୍ବିଧାନ ଦ୍ୱାରା ଦିଆଯାଇଥିବା କ୍ଷମତାର ପ୍ରୟୋଗ କରି, ପ୍ରଧାନ ବିଚାରପତିଙ୍କ ପରାମର୍ଶ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି। ୨୦୨୪ ନଭେମ୍ବର ୧୧ ତାରିଖରେ ସେ ତାଙ୍କ ଦାୟିତ୍ୱ ଗ୍ରହଣ କରିବେ।”
ଦେଶରେ ୫୧ ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଖାନ୍ନା ପଦ ଅଳଂକୃତ କରିବେ। ତାଙ୍କ କାର୍ଯ୍ୟକାଳ ମାତ୍ର ୭ ମାସ ୧୩ ମେ ୨୦୨୫ ପର୍ଯ୍ୟନ୍ତ ରହିବ।