ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ; ଭୋଟ୍‌ ବଦଳରେ ନୋଟ୍‌ ଦେଲେ MLA-MP ଙ୍କ ବିରୋଧରେ ହେବ ମାମଲା..

ନିଜ ପୂର୍ବ ରାୟ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ। ନୋଟ୍ ନେଇ ଭୋଟ୍ କିମ୍ବା ଭାଷଣ ଦେଇପାରିବେନି। ଜନ ପ୍ରତିନିଧିଙ୍କ ଉପରେ ମାମଲା ହୋଇପାରିବ ବୋଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ୭ ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି।

ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ; ଭୋଟ୍‌ ବଦଳରେ ନୋଟ୍‌ ଦେଲେ MLA-MP ଙ୍କ ବିରୋଧରେ ହେବ ମାମଲା..

ନୋଟ୍ ବଦଳରେ ଭୋଟ୍ ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ। ଏଣିକି MP-MLAଙ୍କ ଉପରେ ମାମଲା ହୋଇପାରିବ। ଜନ ପ୍ରତିନିଧିଙ୍କ ଉପରେ ମାମଲା ହୋଇପାରିବ ବୋଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ୭ ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି।

ଅନୁଚ୍ଛେଦ ୧୦୫କୁ ଦର୍ଶାଇ କୋର୍ଟଙ୍କ ଏହି ରାୟ ଦେଇଛନ୍ତି। ୧୯୮୮ ରେ ସୁପ୍ରିମକୋର୍ଟ ରାୟ ଉପରେ ରୋକ ଲଗାଇଲେ। ପୂର୍ବରୁ ମାମଲା ହୋଇପାରୁନଥିଲା, ଏବେ ମାମଲା ଚାଲିପାରିବ ବୋଲି କୁହାଯାଇଛି। ନିଜ ପୂର୍ବ ରାୟ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ। ନୋଟ୍ ନେଇ ଭୋଟ୍ କିମ୍ବା ଭାଷଣ ଦେଇପାରିବେନି। ବହୁବାର ସଂସଦରେ ଟଙ୍କା ନେଇ ଭୋଟ୍ ଦେବା ଘଟଣା ଆସିଛି। ପୂର୍ବରୁ ସୁପ୍ରିମକୋର୍ଟଙ୍କ ରୋକ ଯୋଗୁଁ ମାମଲା ହୋଇପାରୁନଥିଲା

ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗଣତନ୍ତ୍ରରେ ଲୋକଙ୍କ ବିଶ୍ୱାସକୁ ସୁରକ୍ଷା ଦେଇଥିବାରୁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ସୋସିଆଲ୍ ମିଡିଆ ସାଇଟ୍ Xରେ ଏନେଇ ନିଜ ମତ ବ୍ୟକ୍ତ କରିଛନ୍ତି।

 

୧୯୯୮ରେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ ଦେଇଥିବା ରାୟ ଅନୁସାରେ, ଯଦି ନିର୍ବାଚନ ସମୟରେ କୌଣସି ବିଧାୟକ କିମ୍ବା ସାଂସଦ ଲାଞ୍ଚ କାରବାର କରିଛନ୍ତି, ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ। ଅଦାଲତଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା। ଗତ ବର୍ଷ ଅକ୍ଟୋବର ୫ରେ ଅଦାଲତ ଏ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।

ଆଜି ରାୟ ପ୍ରକାଶ କରି ଅଦାଲତ କହିଛନ୍ତି, ଭୋଟ୍ ପାଇଁ ଲାଞ୍ଚ କାରବାରରେ ସାଂସଦ / ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରାଯାଇପାରିବ। ୧୯୯୮ରେ ଦିଆଯାଇଥିବା ରାୟରେ ଆମେ ସହମତ ନାହୁଁ। ସମ୍ବିଧାନର ଧାରା ୧୦୫ ଏବଂ ୧୯୪ରେ ଲାଞ୍ଚ ଉପରେ ଛାଡ଼ ପାଇଁ କୌଣସି ବ୍ୟବସ୍ଥା ନାହିଁ, କାରଣ ଲାଞ୍ଚ ଏକ ଅପରାଧିକ କାର୍ଯ୍ୟ। ତେଣୁ ଏଥିରେ କୌଣସି ପ୍ରକାର ଆଶ୍ୱସ୍ଥି ମିଳିପାରିବ ନାହିଁ।"