ସୁପ୍ରିମକୋର୍ଟଙ୍କ ଛାଟ ପରେ ଲାଇସେନ୍ସ ରଦ୍ଦ ହୋଇଥିବା ୧୪ଟି ସାମଗ୍ରୀ ବିକ୍ରି ବନ୍ଦ କଲା ପତଞ୍ଜଳି
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଛାଟ ପରେ କିଛି ନିର୍ଦ୍ଦିଷ୍ଟ ସାମଗ୍ରୀର ବିକ୍ରି ବନ୍ଦ କଲା ପତଞ୍ଜଳି ଆୟୁର୍ବେଦ ପ୍ରାଇଭେଟ୍ ଲିମିଟେଡ୍। ଗତ ଏପ୍ରିଲ୍ରେ ଉତ୍ତରାଖଣ୍ଡ ରାଜ୍ୟ ଲାଇସେନ୍ସ ପ୍ରାଧିକରଣ ଦ୍ୱାରା ନିଲମ୍ବିତ କରାଯାଇଥିବା ୧୪ଟି ସାମଗ୍ରୀର ବିକ୍ରି ବନ୍ଦ କରାଯାଇଛି ବୋଲି କମ୍ପାନୀ ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛି।କମ୍ପାନୀ ଏନେଇ ୫,୬୦୬ ଫ୍ରାଞ୍ଚାଇଜ୍କୁ ନିର୍ଦ୍ଦେଶନାମା ଜାରି କରି ଏହିସବୁ ପ୍ରଡକ୍ଟକୁ ବିକ୍ରି ନ କରି ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଥିବା ପତଞ୍ଜଳି ହିମା କୋହଲି ଓ ସନ୍ଦୀପ ମେହତାଙ୍କ ଖଣ୍ଡପୀଠଙ୍କୁ ଅବଗତ କରାଇଛି। କେବଳ ସେତିକି ନୁହେଁ ଏହି ୧୪ଟି ସାମଗ୍ରୀର ବିଜ୍ଞାପନ ମଧ୍ୟ ନ ଦେଇଖାଇବାକୁ ମିଡିଆକୁ କୁହାଯାଇଛି ବୋଲି ପତଞ୍ଜଳି କହିଛି। ଏହି ୧୪ ଟି ସାମଗ୍ରୀର ବିଜ୍ଞାପନ ପ୍ରତ୍ୟାହାର କରାଯାଇଛି କି ନାହିଁ କିମ୍ବା ବିଜ୍ଞାପନ ହଟାଇବା ପାଇଁ ସୋସିଆଲ ମିଡିଆ ମଧ୍ୟସ୍ଥିଙ୍କୁ ଦିଆଯାଇଥିବା ଅନୁରୋଧକୁ ସେମାନେ ଗ୍ରହଣ କରିଛନ୍ତି କି ନାହିଁ ତାହା ସ୍ପଷ୍ଟ କରି ସତ୍ୟପାଠ ଦାଖଲ କରିବାକୁ ଏହି ଖଣ୍ଡପୀଠ ପତଞ୍ଜଳି ଆୟୁର୍ବେଦ ଲିମିଟେଡକୁ ନିର୍ଦ୍ଦେଶ ଦେଇଥିଲେ। ଦୁଇ ସପ୍ତାହ ମଧ୍ୟରେ ଏହା ଦାଖଲ କରିବାକୁ କହିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ କମ୍ପାନୀ ନିର୍ଦ୍ଦେଶ ପାଳନ କରିଥିବା ଜଣାଇବା ପରେ ଖଣ୍ଡପୀଠ ମାମଲର ପରବର୍ତ୍ତି ଶୁଣାଣି ଜୁଲାଇ ୩୦ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ପତଞ୍ଜଳି ପିକ୍ଷରୁ ଆଧୁନ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଛାଟ ପରେ କିଛି ନିର୍ଦ୍ଦିଷ୍ଟ ସାମଗ୍ରୀର ବିକ୍ରି ବନ୍ଦ କଲା ପତଞ୍ଜଳି ଆୟୁର୍ବେଦ ପ୍ରାଇଭେଟ୍ ଲିମିଟେଡ୍। ଗତ ଏପ୍ରିଲ୍ରେ ଉତ୍ତରାଖଣ୍ଡ ରାଜ୍ୟ ଲାଇସେନ୍ସ ପ୍ରାଧିକରଣ ଦ୍ୱାରା ନିଲମ୍ବିତ କରାଯାଇଥିବା ୧୪ଟି ସାମଗ୍ରୀର ବିକ୍ରି ବନ୍ଦ କରାଯାଇଛି ବୋଲି କମ୍ପାନୀ ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛି।
କମ୍ପାନୀ ଏନେଇ ୫,୬୦୬ ଫ୍ରାଞ୍ଚାଇଜ୍କୁ ନିର୍ଦ୍ଦେଶନାମା ଜାରି କରି ଏହିସବୁ ପ୍ରଡକ୍ଟକୁ ବିକ୍ରି ନ କରି ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଥିବା ପତଞ୍ଜଳି ହିମା କୋହଲି ଓ ସନ୍ଦୀପ ମେହତାଙ୍କ ଖଣ୍ଡପୀଠଙ୍କୁ ଅବଗତ କରାଇଛି। କେବଳ ସେତିକି ନୁହେଁ ଏହି ୧୪ଟି ସାମଗ୍ରୀର ବିଜ୍ଞାପନ ମଧ୍ୟ ନ ଦେଇଖାଇବାକୁ ମିଡିଆକୁ କୁହାଯାଇଛି ବୋଲି ପତଞ୍ଜଳି କହିଛି।
ଏହି ୧୪ ଟି ସାମଗ୍ରୀର ବିଜ୍ଞାପନ ପ୍ରତ୍ୟାହାର କରାଯାଇଛି କି ନାହିଁ କିମ୍ବା ବିଜ୍ଞାପନ ହଟାଇବା ପାଇଁ ସୋସିଆଲ ମିଡିଆ ମଧ୍ୟସ୍ଥିଙ୍କୁ ଦିଆଯାଇଥିବା ଅନୁରୋଧକୁ ସେମାନେ ଗ୍ରହଣ କରିଛନ୍ତି କି ନାହିଁ ତାହା ସ୍ପଷ୍ଟ କରି ସତ୍ୟପାଠ ଦାଖଲ କରିବାକୁ ଏହି ଖଣ୍ଡପୀଠ ପତଞ୍ଜଳି ଆୟୁର୍ବେଦ ଲିମିଟେଡକୁ ନିର୍ଦ୍ଦେଶ ଦେଇଥିଲେ। ଦୁଇ ସପ୍ତାହ ମଧ୍ୟରେ ଏହା ଦାଖଲ କରିବାକୁ କହିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ କମ୍ପାନୀ ନିର୍ଦ୍ଦେଶ ପାଳନ କରିଥିବା ଜଣାଇବା ପରେ ଖଣ୍ଡପୀଠ ମାମଲର ପରବର୍ତ୍ତି ଶୁଣାଣି ଜୁଲାଇ ୩୦ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି।
ପତଞ୍ଜଳି ପିକ୍ଷରୁ ଆଧୁନିକ ଔଷଧ ଓ କୋଭିଡ୍ ଭ୍ୟାକ୍ସିନ ବିରୋଧରେ କରାଯାଇଥିବା ନକାରାତ୍ମକ ପ୍ରଚାରକୁ ବିରୋଧ କରି ଭାରତୀୟ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) କୋର୍ଟର ଦ୍ୱାରସ୍ଥ ହୋଇଥିଲା। ଏହି ମାମଲାରେ ବର୍ତ୍ତମାନ ଶୁଣାଣି ଜାରି ରହିଛି। ଏହାପରେ ପତଞ୍ଜଳିର ପ୍ରଡକ୍ଟ ନେଇ ଯା଼ଞ୍ଚ ହେବା ପରେ ଉତ୍ତରାଖଣ୍ଡ ରାଜ୍ୟ ଲାଇସେନ୍ସ ପ୍ରାଧିକରଣ ଗତ ଏପ୍ରିଲ୍ ମାସରେ କମ୍ପନୀର ୧୪ଟି ସାମଗ୍ରୀ ଲାଇସେନ୍ସ ତୁରନ୍ତ ରଦ୍ଦ କରିଥିଲେ।