ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଛାଡପତ୍ର ପାଇଥିବା ମୁସଲିମ୍ ମହିଳା ପାଇବେ ଭରଣପୋଷଣ, ଧର୍ମ ହୋଇପାରିବନି ବାଧକ
କନକ ବ୍ୟୁରୋ : ମୁସଲିମ୍ ସମ୍ପ୍ରଦାୟର ମହିଳା ମାନେ ମଧ୍ୟ ଏଣିକି ଛାଡ଼ପତ୍ର ପରେ ପାଇବେ ଭରଣପୋଷଣ। ତେଲେଙ୍ଗାନାର ଏକ ମାମଲା ଉପରେ ଶୁଣାଣୀ କରି ଜଷ୍ଟିସ୍ ଭିଭି ନାଗରତ୍ନ ଓ ଅଗଷ୍ଟିନ୍ ମାସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଐତିହାସିକ ରାୟ ଶୁଣାଇଛନ୍ତି। ଭରଣପୋଷଣ ସବୁ ଧର୍ମର ମହିଳାଙ୍କ ଅଧିକାର, କୌଣସି ଧର୍ମ ଏହାର ଉର୍ଦ୍ଧ୍ବରେ ନୁହେଁ। ସିଆରପିସି ଧାରା ୧୨୫ ଅନୁଯାୟୀ ମୁସଲିମ୍ ମହିଳା ମାନେ ମଧ୍ୟ ଛାଡ଼ପତ୍ର ପରେ ଭରଣପୋଷଣ ଦାବି କରିପାରିବେ […] The post ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଛାଡପତ୍ର ପାଇଥିବା ମୁସଲିମ୍ ମହିଳା ପାଇବେ ଭରଣପୋଷଣ, ଧର୍ମ ହୋଇପାରିବନି ବାଧକ first appeared on Kanak News.

କନକ ବ୍ୟୁରୋ : ମୁସଲିମ୍ ସମ୍ପ୍ରଦାୟର ମହିଳା ମାନେ ମଧ୍ୟ ଏଣିକି ଛାଡ଼ପତ୍ର ପରେ ପାଇବେ ଭରଣପୋଷଣ। ତେଲେଙ୍ଗାନାର ଏକ ମାମଲା ଉପରେ ଶୁଣାଣୀ କରି ଜଷ୍ଟିସ୍ ଭିଭି ନାଗରତ୍ନ ଓ ଅଗଷ୍ଟିନ୍ ମାସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଐତିହାସିକ ରାୟ ଶୁଣାଇଛନ୍ତି। ଭରଣପୋଷଣ ସବୁ ଧର୍ମର ମହିଳାଙ୍କ ଅଧିକାର, କୌଣସି ଧର୍ମ ଏହାର ଉର୍ଦ୍ଧ୍ବରେ ନୁହେଁ। ସିଆରପିସି ଧାରା ୧୨୫ ଅନୁଯାୟୀ ମୁସଲିମ୍ ମହିଳା ମାନେ ମଧ୍ୟ ଛାଡ଼ପତ୍ର ପରେ ଭରଣପୋଷଣ ଦାବି କରିପାରିବେ ବୋଲି ଖଣ୍ଡପୀଠ କହିଛନ୍ତି। ତେବେ ଜାଣନ୍ତୁ ସିଆରପିସିର ଧାରା ୧୨୫ ମହିଳାଙ୍କୁ ଦେଇଛି କେଉଁ ଅଧିକାର।
ସିଆରପିସି ଧାରା ୧୨୫ କଣ?
ସ୍ତ୍ରୀ, ସନ୍ତାନ ଓ ମାତା ପିତାଙ୍କ ଭରଣପୋଷଣ ନେଇ ଏହି ଧାରାରେ ଉଲ୍ଲେଖ ରହିଛି। ଏହା ବଳରେ ସ୍ବାମୀ,ପିତା କିମ୍ବା ପୁଅଙ୍କ ଠାରୁ ଆଶ୍ରିତ କିମ୍ବା ପରିତ୍ୟକ୍ତା ମହିଳା ମାନେ ଭରଣପୋଷଣ ଦାବି କରିପାରିବେ। ଯେଉଁ ସମୟରେ ସେମାନଙ୍କ ନିକଟରେ ପରିବାର ଚଳାଇବାକୁ କୌଣସି ସାଧନ ନଥିବ।
ତେଲେଙ୍ଗାନା ହାଇକୋର୍ଟଙ୍କ ରାୟ ବିରୋଧରେ ମହମ୍ମଦ ଅବଦୁଲ ମସାଦ ନାମକ ବ୍ୟକ୍ତି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଛାଡ଼ପତ୍ରକୁ ନେଇ ସଂରକ୍ଷଣ ଅଧିକାର ଆଇନ ୧୯୮୬ ଅନୁଯାୟୀ ମୁସଲିମ୍ ମହିଳା ଭରଣପୋଷଣ ଆବେଦନ କରିପାରିବେ ନାହିଁ ବୋଲି ଆବେଦନକାରୀଙ୍କ ଓକିଲ କୋର୍ଟରେ ଯୁକ୍ତି ବାଢିଥିଲେ। ଯାହାକୁ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି।
ଟ୍ରିପଲ ତଲାକ ଆଇନ ଉଛେଦ୍ଦ ପରେ ମୁସଲିମ ମହିଳାଙ୍କ ଏହା ହେଉଛି ଆଉ ଏକ ବଡ଼ ଆଇନଗତ ବିଜୟ।
The post ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଛାଡପତ୍ର ପାଇଥିବା ମୁସଲିମ୍ ମହିଳା ପାଇବେ ଭରଣପୋଷଣ, ଧର୍ମ ହୋଇପାରିବନି ବାଧକ first appeared on Kanak News.