ସୁପ୍ରିମକୋର୍ଟରୁ ହେମନ୍ତ ସୋରେନଙ୍କୁ ଝଟକା
ନୂଆଦିଲ୍ଲୀ,୨।୨: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଆବେଦନ ଶୁଣାଣି ନ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟ ସୋରେନଙ୍କୁ କହିଛନ୍ତି ଆପଣ କାହିଁକି ହାଇକୋର୍ଟକୁ ଯାଉନାହାଁନ୍ତି। ସୋରେନଙ୍କ ନିକଟରେ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ କପିଲ ସିବଲ କହିଛନ୍ତି ଯେ ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ଜଣେ ମୁଖ୍ୟମନ୍ତ୍ରୀ। ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ କୋର୍ଟ ସମସ୍ତଙ୍କ ପାଇଁ ଖୋଲା ଏବଂ ହାଇକୋର୍ଟ ସାମ୍ବିଧାନିକ ଅଦାଲତ। ଆପଣ ହାଇକୋର୍ଟକୁ ଯିବା ଉଚିତ। ଲୋକ […] The post ସୁପ୍ରିମକୋର୍ଟରୁ ହେମନ୍ତ ସୋରେନଙ୍କୁ ଝଟକା appeared first on Dharitri Odia News.
ନୂଆଦିଲ୍ଲୀ,୨।୨: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଆବେଦନ ଶୁଣାଣି ନ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟ ସୋରେନଙ୍କୁ କହିଛନ୍ତି ଆପଣ କାହିଁକି ହାଇକୋର୍ଟକୁ ଯାଉନାହାଁନ୍ତି। ସୋରେନଙ୍କ ନିକଟରେ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ କପିଲ ସିବଲ କହିଛନ୍ତି ଯେ ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ଜଣେ ମୁଖ୍ୟମନ୍ତ୍ରୀ। ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ କୋର୍ଟ ସମସ୍ତଙ୍କ ପାଇଁ ଖୋଲା ଏବଂ ହାଇକୋର୍ଟ ସାମ୍ବିଧାନିକ ଅଦାଲତ। ଆପଣ ହାଇକୋର୍ଟକୁ ଯିବା ଉଚିତ।
ଲୋକ ସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ରର ଏକ ଅଂଶ ଭାବରେ ହେମନ୍ତ ସୋରେନଙ୍କୁ ଗିରଫ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହି ଆବେଦନରେ ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅନୁରୋଧ କରିଛନ୍ତି ଯେ ତାଙ୍କୁ ଇଡି ଦ୍ୱାରା ଗିରଫ କରାଯିବା ଅନ୍ୟାୟ, ମନମୁଖୀ ତଥା ତାଙ୍କର ମୌଳିକ ଅଧିକାରର ଉଲ୍ଲଂଘନ।
ସୂଚନାଯୋଗ୍ୟ, ଏହାପୂର୍ବରୁ ବୁଧବାର ଅର୍ଥ ହେରଫେର ମାମଲାରେ ସାତ ଘଣ୍ଟା ପଚରାଉଚରା ପରେ ଇଡି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା। ଏହାପୂର୍ବରୁ ସୋରେନଙ୍କୁ ଇଡି ହେପାଜତରେ ରାଜ୍ୟପାଳଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା।
The post ସୁପ୍ରିମକୋର୍ଟରୁ ହେମନ୍ତ ସୋରେନଙ୍କୁ ଝଟକା appeared first on Dharitri Odia News.