ସୁବର୍ଣ୍ଣଗିରିକୁ ବ୍ଲକ ମାନ୍ୟତା ପାଇଁ ଦାବି
ଫୁଲବାଣୀ : ବ୍ଲକ ଓ ପଞ୍ଚାୟତ ପୁନର୍ଗଠନ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ପରେ ଏବେ ବିଭିନ୍ନ ଅଞ୍ଚଳରେ ନୂତନ ବ୍ଲକ ଓ ପଞ୍ଚାୟତ ଗଠନ ପାଇଁ ଦାବି ଜୋର ଧରିଛି। ଆଜି କୋଟଗଡ ବ୍ଳକର ସୁବର୍ଣ୍ଣଗିରି ଠାରେ ଏକ ନୂତନ ବ୍ଲକ ଗଠନ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ଅନୁଯାୟୀ, ସୁବର୍ଣ୍ଣଗିରି , ଓରା, ସାର୍ଭୁଲ, ଗୁଗୁରୁମାହା, ମାର୍ଲାଙ୍ଗା, ଯୁବାଗୁଢା, ଶ୍ରୀରାମପୁର, ରାଣୀପଙ୍ଗା, ପକାରୀ, ପାରିଗଡ ପଞ୍ଚାୟତରେ ଜନସଂଖ୍ୟା ୫୦ ହଜାରରୁ ଅଧିକ ଅଟେ । […]

ଫୁଲବାଣୀ : ବ୍ଲକ ଓ ପଞ୍ଚାୟତ ପୁନର୍ଗଠନ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ପରେ ଏବେ ବିଭିନ୍ନ ଅଞ୍ଚଳରେ ନୂତନ ବ୍ଲକ ଓ ପଞ୍ଚାୟତ ଗଠନ ପାଇଁ ଦାବି ଜୋର ଧରିଛି। ଆଜି କୋଟଗଡ ବ୍ଳକର ସୁବର୍ଣ୍ଣଗିରି ଠାରେ ଏକ ନୂତନ ବ୍ଲକ ଗଠନ ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ଅନୁଯାୟୀ, ସୁବର୍ଣ୍ଣଗିରି , ଓରା, ସାର୍ଭୁଲ, ଗୁଗୁରୁମାହା, ମାର୍ଲାଙ୍ଗା, ଯୁବାଗୁଢା, ଶ୍ରୀରାମପୁର, ରାଣୀପଙ୍ଗା, ପକାରୀ, ପାରିଗଡ ପଞ୍ଚାୟତରେ ଜନସଂଖ୍ୟା ୫୦ ହଜାରରୁ ଅଧିକ ଅଟେ । ପ୍ରତ୍ୟେକ କାମ ନିମନ୍ତେ ଲୋକଙ୍କୁ କୋଟଗଡ ଉପରେ ନିର୍ଭର କରିବାକୁ ପଡୁଛି। ସମସ୍ତ ସରକାରୀ କାର୍ଯ୍ୟାଳୟ କୋଟଗଡରେ ରହିଛି। ଫଳରେ ଏହି ୧୦ ଟି ପଞ୍ଚାଯତର ଲୋକେ ଦୈନନ୍ଦିନ କୋଟଗଡ ଯିବାଆସିବା କରିଥାନ୍ତି। ଅନେକ ଗ୍ରାମପଞ୍ଚାୟତ କୋଟଗଡ ଠାରୁ ୪୦/୪୫ କିମି ଦୂରରେ ଅବସ୍ଥିତ। ସରକାରୀ ଯୋଳନା ମଧ୍ୟ ପହଞ୍ଚି ପାରୁନାହିଁ। ତେଣୁ ଏହି ୧୦ଟି ପଞ୍ଚାୟତକୁ ନେଇ ନୂତନ ସୁବର୍ଣ୍ଣଗିରି ବ୍ଲକ ଗଠନ ପାଇଁ ଜିଲାପାଳଙ୍କ ଦାବି କରାଯାଇଛି। ଗ୍ରାମବାସୀ ଆଜି ଜିଲାପାଳ ଅମ୍ରିତ ଋତୁରାଜଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।