ସୁବର୍ଣ୍ଣପୁର ଚାଷୀଙ୍କ ଟୋକନ ଟେନସନ୍: ଅମଳ ପରେ ଟୋକନ ତାରିଖକୁ ଅପେକ୍ଷା । କେବେ ଆସିବ ତାରିଖ, ମଣ୍ଡିକୁ ଯିବ ଧାନ?

କନକ ବ୍ୟୁରୋ: ସମସ୍ୟା ଉପରେ ସମସ୍ୟା । ଆଉ ଅଣ୍ଟା ସଳଖି ପାରୁନାହାନ୍ତି ଚାଷୀ। କେତେବେଳେ ବିଳମ୍ବିତ ମଣ୍ଡି ତ ଆଉ କେତେବେଳେ ଟୋକନ ସମସ୍ୟା। ଧାନ ବିକ୍ରି ତାରିଖ ମିଳିନଥିବାରୁ ଖଳାରେ ପଡ଼ି ରହିଛି ଶହଶହ କ୍ୱିଂଟାଲ ଧାନ। ଗାଁ ଗାଁରେ ବୁଲୁଛନ୍ତି ଦଲାଲ । ମଣ୍ଡି ଦ୍ୱନ୍ଦ୍ୱରେ ଧନ୍ଦି ଥିବା ଚାଷୀଙ୍କୁ ଟାର୍ଗେଟ୍ କରୁଛନ୍ତି। ସରକାରୀ ଧାର୍ୟ୍ୟଦର ଠାରୁ ଖୁବ୍ କମ ଦରରେ କିଣି ନେଉଛନ୍ତି। ଦଲାଲ ମାଲାମାଲ ହେଉଥିବା ବେଳେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଅନେକ ବାଧା ବିଘ୍ନ ପରେ ଧାନ ଅମଳ ହୋଇଛି। ୩୧ ଶହ ଟଙ୍କାରେ ସରକାରୀ ମଣ୍ଡିରେ ଧାନ ବିକିବେ ବୋଲି ଆଶା ରଖିଛନ୍ତି ଚାଷୀ। ହେଲେ ବିଳମ୍ବିତ ମଣ୍ଡି ସାଙ୍ଗକୁ ଟୋକନ ସମସ୍ୟା ସେମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଯେଉଁ ଚାଷୀ ଧାନ ଅମଳ କରି ସାରିଛନ୍ତି, ତାଙ୍କ ଧାନ ବିକ୍ରି ପାଇଁ ଅନୁମତି ନାହିଁ। ଫେବୃଆରୀ କିମ୍ବା ମାର୍ଚ୍ଚ ମାସରେ ଧାନ ବିକିବା ପାଇଁ ଟୋକେନ ଆସିଛି। ସେପଟେ ଯେଉଁ ଚାଷୀଙ୍କ ଧାନ ଏବେ ବି ବିଲରେ ରହିଛି, ତାଙ୍କୁ ଡିସେମ୍ୱର ମାସର ତାରିଖ ଦିଆଯାଇଛି। ଟୋକନ ଅବ୍ୟବସ୍ଥା ଯୋଗୁଁ, ଖୋଲା ଖଳାରେ ପଡ଼ି ରହିଛି ଶହଶହ କ୍ୱିଂଟାଲ ଧାନ। ଖଟି ଖଟି ନୟାନ୍ତ ହେଲେଣି ସୁବର୍ଣ୍ଣପୁର ଚାଷୀ। ଚଳିତ ଖରିଫ ଋତୁରେ ସୁବର୍ଣ୍ଣପୁର ଜିଲ୍ଲାରୁ ୩୫ ଲକ୍ଷ ୫୦ହଜାର କ୍ୱିଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ୯୪ଟି ସମବାୟ ସମିତି ଜରିଆରେ ଧାନ କିଣା ଯାଉଛି। କିନ୍ତୁ ବିଳ

ସୁବର୍ଣ୍ଣପୁର ଚାଷୀଙ୍କ ଟୋକନ ଟେନସନ୍: ଅମଳ ପରେ ଟୋକନ ତାରିଖକୁ ଅପେକ୍ଷା । କେବେ ଆସିବ ତାରିଖ, ମଣ୍ଡିକୁ ଯିବ ଧାନ?

କନକ ବ୍ୟୁରୋ: ସମସ୍ୟା ଉପରେ ସମସ୍ୟା । ଆଉ ଅଣ୍ଟା ସଳଖି ପାରୁନାହାନ୍ତି ଚାଷୀ। କେତେବେଳେ ବିଳମ୍ବିତ ମଣ୍ଡି ତ ଆଉ କେତେବେଳେ ଟୋକନ ସମସ୍ୟା। ଧାନ ବିକ୍ରି ତାରିଖ ମିଳିନଥିବାରୁ ଖଳାରେ ପଡ଼ି ରହିଛି ଶହଶହ କ୍ୱିଂଟାଲ ଧାନ। ଗାଁ ଗାଁରେ ବୁଲୁଛନ୍ତି ଦଲାଲ । ମଣ୍ଡି ଦ୍ୱନ୍ଦ୍ୱରେ ଧନ୍ଦି ଥିବା ଚାଷୀଙ୍କୁ ଟାର୍ଗେଟ୍ କରୁଛନ୍ତି। ସରକାରୀ ଧାର୍ୟ୍ୟଦର ଠାରୁ ଖୁବ୍ କମ ଦରରେ କିଣି ନେଉଛନ୍ତି। ଦଲାଲ ମାଲାମାଲ ହେଉଥିବା ବେଳେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ।

ଅନେକ ବାଧା ବିଘ୍ନ ପରେ ଧାନ ଅମଳ ହୋଇଛି। ୩୧ ଶହ ଟଙ୍କାରେ ସରକାରୀ ମଣ୍ଡିରେ ଧାନ ବିକିବେ ବୋଲି ଆଶା ରଖିଛନ୍ତି ଚାଷୀ। ହେଲେ ବିଳମ୍ବିତ ମଣ୍ଡି ସାଙ୍ଗକୁ ଟୋକନ ସମସ୍ୟା ସେମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଯେଉଁ ଚାଷୀ ଧାନ ଅମଳ କରି ସାରିଛନ୍ତି, ତାଙ୍କ ଧାନ ବିକ୍ରି ପାଇଁ ଅନୁମତି ନାହିଁ। ଫେବୃଆରୀ କିମ୍ବା ମାର୍ଚ୍ଚ ମାସରେ ଧାନ ବିକିବା ପାଇଁ ଟୋକେନ ଆସିଛି। ସେପଟେ ଯେଉଁ ଚାଷୀଙ୍କ ଧାନ ଏବେ ବି ବିଲରେ ରହିଛି, ତାଙ୍କୁ ଡିସେମ୍ୱର ମାସର ତାରିଖ ଦିଆଯାଇଛି। ଟୋକନ ଅବ୍ୟବସ୍ଥା ଯୋଗୁଁ, ଖୋଲା ଖଳାରେ ପଡ଼ି ରହିଛି ଶହଶହ କ୍ୱିଂଟାଲ ଧାନ। ଖଟି ଖଟି ନୟାନ୍ତ ହେଲେଣି ସୁବର୍ଣ୍ଣପୁର ଚାଷୀ।

ଚଳିତ ଖରିଫ ଋତୁରେ ସୁବର୍ଣ୍ଣପୁର ଜିଲ୍ଲାରୁ ୩୫ ଲକ୍ଷ ୫୦ହଜାର କ୍ୱିଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ୯୪ଟି ସମବାୟ ସମିତି ଜରିଆରେ ଧାନ କିଣା ଯାଉଛି। କିନ୍ତୁ ବିଳମ୍ବିତ ଟୋକନ ଯୋଗୁଁ ଚାଷୀ ହରଡ଼ଘଣାରେ ପଡ଼ିଛନ୍ତି। ବର୍ଷା ଯୋଗୁଁ ଧାନର ଏଫଏକ୍ୟୁ ମାନ ପରୀକ୍ଷଣକୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି। କୋହଲା ପାଗ ଓ ଅଦିନିଆ ବର୍ଷାରେ ଧାନକୁ କେଉଁଠି କେମିତି ସାଇତି ରଖିବେ ସେଥିପାଇଁ ଭାଳେଣି ପଡ଼ିଛି। ଶୀତ କାକର ଓ ଅଦିନିଆ ବର୍ଷାରେ ଖଳାରେ ଜରିପାଳ ଘୋଡାଇ ଲହୁଲୁହର ପାରିଶ୍ରମିକକୁ ଜଗି ରହୁଛନ୍ତି ଚାଷୀ।

ଚାଷୀଙ୍କ ପରିସ୍ଥିତିର ଫାଇଦା ଉଠାଉଛନ୍ତି ଧାନ ବେପାରୀ। ଖୁବ୍ କମ ଦରରେ ଚାଷୀଙ୍କ ଘର ପାଖରୁ କିଣି ନେଉଛନ୍ତି। ମାଟିରେ ମାଟି ହୋଇ ଫସଲ ଅମଳ କରିଥିବା ଅନ୍ନଦାତା କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି ।