ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ର ଫ୍ଲାଗମାର୍ଚ୍ଚ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସନ୍ଧ୍ୟାରେ ସୁବର୍ଣ୍ଣପୁର ଏସପି ରାମପ୍ରସାଦ ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ଶାରଦୀୟ ଦୁର୍ଗାପୂଜା କୁ ଶାନ୍ତି ଶୃଙ୍ଖଳା ଓ ବ୍ୟବସ୍ଥିତ ଭାବେ ପାଳନ କରିବା ନିମନ୍ତେ ସୋନପୁର ସଦମହକୁମା ଓ ବିନିକା ସହରରେ ଫ୍ଲାଗମାର୍ଚ୍ଚ କରାଯାଇଛି। ସୋନପୁର ସଦର ଥାନା ଆଇଆଇସି ରମେଶ କୁମାର ମାହାଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସହରର ବ୍ଲକ ଛକ, ଆମ୍ବେଦକର ଛକ, କଚେରୀ ଛକ, ବସଷ୍ଟାଣ୍ଡ, ଦୁର୍ଗାମଣ୍ଡପ ଛକ, ବଡ଼ବଜାର, ଟିକିରିପଡା, ଗଡଭିତର […] The post ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ର ଫ୍ଲାଗମାର୍ଚ୍ଚ appeared first on Odisha.News.

ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ର ଫ୍ଲାଗମାର୍ଚ୍ଚ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଆଜି ସନ୍ଧ୍ୟାରେ ସୁବର୍ଣ୍ଣପୁର ଏସପି ରାମପ୍ରସାଦ ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ଶାରଦୀୟ ଦୁର୍ଗାପୂଜା କୁ ଶାନ୍ତି ଶୃଙ୍ଖଳା ଓ ବ୍ୟବସ୍ଥିତ ଭାବେ ପାଳନ କରିବା ନିମନ୍ତେ ସୋନପୁର ସଦମହକୁମା ଓ ବିନିକା ସହରରେ ଫ୍ଲାଗମାର୍ଚ୍ଚ କରାଯାଇଛି। ସୋନପୁର ସଦର ଥାନା ଆଇଆଇସି ରମେଶ କୁମାର ମାହାଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସହରର ବ୍ଲକ ଛକ, ଆମ୍ବେଦକର ଛକ, କଚେରୀ ଛକ, ବସଷ୍ଟାଣ୍ଡ, ଦୁର୍ଗାମଣ୍ଡପ ଛକ, ବଡ଼ବଜାର, ଟିକିରିପଡା, ଗଡଭିତର ଛକଦେଇ ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି। ସେହିପରି ବିନିକା ସହରରେ ସଦର ଆଇଆଇସି ସାରଙ୍ଗଧର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଫ୍ଲାଗମାର୍ଚ୍ଚ କରାଯାଇଛି। ବିନିକା ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରି ଦଶହରା ଯାତ୍ରା ସମ୍ପନ୍ନ କରିବାକୁ ଜନସାଧାରଣ ଅନୁରୋଧ କରାଯାଇଛି। ଚଳିତ ବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୧ ଟି ପୁଜା ମଣ୍ଡପ ରେ ମା ଙ୍କ ପୁଜା ହେଉଥିବା ବେଳେ ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ ଓ ଜିଲ୍ଲାର ପୂଜା କମିଟିଙ୍କୁ ନେଇ ଏକ ପ୍ରସ୍ତୁତି ତଥା ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

The post ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ର ଫ୍ଲାଗମାର୍ଚ୍ଚ appeared first on Odisha.News.