ସୁବର୍ଣ୍ଣପୁରରେ ୬୨ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )ଆଜି ସୋନପୁର ସ୍ଥିତ ରିଜର୍ଭ ପଡିଆଠାରେ ୬୨ ତମ ହୋମଗାର୍ଡ ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମିଳିତ ପେରେଟ୍ ରେ ୨ ପ୍ଲାଟୁନ ଗୃହରକ୍ଷୀ ବାହିନୀ ଯୋଗ ଦେଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିରେନ୍ଦ୍ର କୁମାର ନାୟକ ଯୋଗଦେଇ ପ୍ୟାରେଡ ଅଭିବାଦନ ଗ୍ରହଣ କରିବା ସହ ଉପସ୍ଥିତ ସମସ୍ତ ଙ୍କ ଉଦ୍ଦେଶ୍ୟରେ ନିଜ ବକ୍ତବ୍ୟ ରଖି ଗୃହରକ୍ଷୀ ଙ୍କ କର୍ତ୍ତବ୍ୟ ସମ୍ପାଦନରେ […] The post ସୁବର୍ଣ୍ଣପୁରରେ ୬୨ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ appeared first on Odisha.News.

ସୁବର୍ଣ୍ଣପୁରରେ ୬୨ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )ଆଜି ସୋନପୁର ସ୍ଥିତ ରିଜର୍ଭ ପଡିଆଠାରେ ୬୨ ତମ ହୋମଗାର୍ଡ ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମିଳିତ ପେରେଟ୍ ରେ ୨ ପ୍ଲାଟୁନ ଗୃହରକ୍ଷୀ ବାହିନୀ ଯୋଗ ଦେଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିରେନ୍ଦ୍ର କୁମାର ନାୟକ ଯୋଗଦେଇ ପ୍ୟାରେଡ ଅଭିବାଦନ ଗ୍ରହଣ କରିବା ସହ ଉପସ୍ଥିତ ସମସ୍ତ ଙ୍କ ଉଦ୍ଦେଶ୍ୟରେ ନିଜ ବକ୍ତବ୍ୟ ରଖି ଗୃହରକ୍ଷୀ ଙ୍କ କର୍ତ୍ତବ୍ୟ ସମ୍ପାଦନରେ ତାଙ୍କର ଭୂମିକାକୁ ଭୂରି ଭୂରି ପ୍ରଶଂସା କରିବା ସହ ପ୍ରାକୃତିକ ଦୁର୍ବିପାକ ସମୟରେ ତାଙ୍କର ସେବା ମନୋଭାବ ପ୍ରଦର୍ଶନକୁ ସାବାସୀ ଦେଇଥିଲେ। ଏହି ଅବସରରେ ମାନ୍ୟବର ରାଜ୍ୟପାଳ, ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ହୋମଗାର୍ଡ ଡିଜିଙ୍କ ବାର୍ତ୍ତା ପଠନ କରି ସମବେତ ହୋମଗାର୍ଡ ଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ପରେ ଉତ୍ତମ କାର୍ଯ୍ୟ ଦକ୍ଷତା ପାଇଁ ହୋମଗାର୍ଡ ବାହିନୀର ମହିଳା ଗୃହରକ୍ଷୀ ରାମେଶ୍ଵରି ଦିପ, ସୋନପୁର ଗୃହରକ୍ଷୀ ବିକ୍ରମ କେଶରୀ ଦାଶ ଓ ବୀରମହାରାଜପୁର ଗୃହରକ୍ଷୀ ବିନୋଦ ତାଣ୍ଡିଆ ଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିବା ବେଳେ ଆଜିର ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଡିଏସପି ଚନ୍ଦ୍ର ଶେଖର ଶବର, ଡିଏସପି ରେଣୁକା ସୁନା, ସୋନପୁର ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ବୀରମହାରାଜପୁର ଏସଡିପିଓ ବାସୁଦେବ ଛତ୍ରିଆ, ଇନ୍ସପେକ୍ଟର ରାଜେଶ୍ୱରୀ ଭୋଇ, ସୋନପୁର ଥାନା ଅଧିକାରୀ ରଂଜିତ ସାହୁ, ଇନ୍ସପେକ୍ଟର ରମେଶ କୁମାର ମହାଣା ପ୍ରମୁଖ ଯୋଗ ଦେଇଥିଲେ। ପୋଲିସ କନେଷ୍ଟ ବଲ୍ ସଂଘ ର ସଭାପତି ଦିନେଶ ମିଶ୍ର ସଂପାଦକ ରଂଜିତ ପଧାନ, ମନୋଜ୍ ପଣ୍ଡା, ଚମରା ପଧାନ, ନରସିଂହ ତରିଆ, କବି ମିସ୍ତ୍ରୀ ପ୍ରମୁଖ ସମସ୍ତ ସଦସ୍ୟ କାର୍ଯକ୍ରମରେ ସହଯୋଗ କରିଥିଲେ। ସଭାକୁ ଆରଆଇ ସରୋଜ ବେହେରା ପରିଚାଳନା କରିଥିବା ବେଳେ ସର୍ଜନ ନୀଳକଣ୍ଠ କଅଁର ସହଯୋଗ କରିଥିଲେ। ଏହି ଅବସରରେ ଏକ ମାଗଣା ସ୍ଵାସ୍ଥ୍ୟ ଓ ମହାନଦୀ ନେତ୍ର ଚିକିତ୍ସାଳୟ ସହାୟତା ରେ ଚକ୍ଷୁ ପରୀକ୍ଷା ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ୬୦ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

The post ସୁବର୍ଣ୍ଣପୁରରେ ୬୨ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ appeared first on Odisha.News.