ସୁବଳୟା ଖେଳ ପଡ଼ିଆରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
ବୀରମହାରାଜପୁର (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଖେଳପଡିଆ ଠାରେ ୩୬ ତମ ଆଲୋକ ଏସି କ୍ଲୁବ ପକ୍ଷରୁ ଏକ ଦିବାସୀୟ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ରବିବାର ଉଦଘାଟନୀ ମ୍ୟାଚରେ ଅତିଥି ଭାବରେ ସୁବଳୟା ସରପଞ୍ଚ ପ୍ରମୋଦ ମହାପାତ୍ର , ସ୍ଥାନୀୟ ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ , ସାମ୍ବାଦିକ ଶେଷଦେବ ବାରିକ , ସଦାନନ୍ଦ ମହାନନ୍ଦ, ବିଜେପି ମଣ୍ଡଳ ସଭାପତି ଶରତ ମିଶ୍ର , ସମାଜସେବୀ ସନ୍ତୋଷ ମେହେର […] The post ସୁବଳୟା ଖେଳ ପଡ଼ିଆରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ appeared first on Odisha.News.

ବୀରମହାରାଜପୁର (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଖେଳପଡିଆ ଠାରେ ୩୬ ତମ ଆଲୋକ ଏସି କ୍ଲୁବ ପକ୍ଷରୁ ଏକ ଦିବାସୀୟ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ରବିବାର ଉଦଘାଟନୀ ମ୍ୟାଚରେ ଅତିଥି ଭାବରେ ସୁବଳୟା ସରପଞ୍ଚ ପ୍ରମୋଦ ମହାପାତ୍ର , ସ୍ଥାନୀୟ ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ , ସାମ୍ବାଦିକ ଶେଷଦେବ ବାରିକ , ସଦାନନ୍ଦ ମହାନନ୍ଦ, ବିଜେପି ମଣ୍ଡଳ ସଭାପତି ଶରତ ମିଶ୍ର , ସମାଜସେବୀ ସନ୍ତୋଷ ମେହେର , ପବିତ୍ର ମେହେର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ ଥିଲେ । ଟୁର୍ଣ୍ଣାମେଣ୍ଟ ରେ ସମୁଦାୟ ୮ ଗୋଟି ଦଳ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ ସୁବଳୟା ଓ ଫୁଲଚରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ମ୍ୟାଚ ରେ ଫୁଲଚରା ଦଳ ୧-୦ ଗୋଲ ରେ ବିଜୟ ହୋଇଥିଲା l ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଓ ସମ୍ମାନିତ ଅଥିତି ସମାଜସେବୀ ସପନ କୁମାର ପଧାନ ଯୋଗଦେଇ ବିଜେତା ଓ ଉପବିଜେତା ଦଳଙ୍କୁ ଟ୍ରଫି ସହ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ l
The post ସୁବଳୟା ଖେଳ ପଡ଼ିଆରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ appeared first on Odisha.News.