ସୁଭଦ୍ରା ଟଙ୍କା ପାଇଁ ଆବେଦନ କରି ଅଯୋଗ୍ୟ ଘୋଷିତ ହୋଇଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ ମହିଳା ପାଇବେ ଭତ୍ତା
ସୁଭଦ୍ରା ଟଙ୍କା ପାଇଁ ଆବେଦନ କରି ଅଯୋଗ୍ୟ ଘୋଷିତ ହୋଇଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ ମହିଳା ପାଇବେ ଭତ୍ତା । ସେମାନଙ୍କୁ ଆଉ ଭତ୍ତା ପାଇଁ ଆବେଦନ କରିବାକୁ ପଡ଼ିବନି । କାରଣ ସେମାନଙ୍କ ନାଁ ସିଧାସଳଖ ବିଭାଗ ଏସ୍ଏସ୍ଇପିଡିକୁ ପଠାଇ ଦେଇଛି । ଏନେଇ ଖୋଦ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି । ଆସନ୍ତା ଅଗଷ୍ଟ ୯ ତାରିଖରେ ଆସିବ ସୁଭଦ୍ରା କିସ୍ତି । ଏହାପରେ ପୁଣିଥରେ ଖୋଲିବ ସୁଭଦ୍ରା ପୋର୍ଟାଲ । ଏଥର […] The post ସୁଭଦ୍ରା ଟଙ୍କା ପାଇଁ ଆବେଦନ କରି ଅଯୋଗ୍ୟ ଘୋଷିତ ହୋଇଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ ମହିଳା ପାଇବେ ଭତ୍ତା appeared first on Odisha.News.

ସୁଭଦ୍ରା ଟଙ୍କା ପାଇଁ ଆବେଦନ କରି ଅଯୋଗ୍ୟ ଘୋଷିତ ହୋଇଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ ମହିଳା ପାଇବେ ଭତ୍ତା । ସେମାନଙ୍କୁ ଆଉ ଭତ୍ତା ପାଇଁ ଆବେଦନ କରିବାକୁ ପଡ଼ିବନି । କାରଣ ସେମାନଙ୍କ ନାଁ ସିଧାସଳଖ ବିଭାଗ ଏସ୍ଏସ୍ଇପିଡିକୁ ପଠାଇ ଦେଇଛି । ଏନେଇ ଖୋଦ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି ।
ଆସନ୍ତା ଅଗଷ୍ଟ ୯ ତାରିଖରେ ଆସିବ ସୁଭଦ୍ରା କିସ୍ତି । ଏହାପରେ ପୁଣିଥରେ ଖୋଲିବ ସୁଭଦ୍ରା ପୋର୍ଟାଲ । ଏଥର ୨ ଲକ୍ଷ ହିତାଧିକାରୀଙ୍କୁ ରିଜେକ୍ଟ କରାଯାଇଛି । ପ୍ରଥମ କିସ୍ତି ନେଲା ପରେ କିଏ ଆଇଟି ରିଟର୍ଣ୍ଣ କରିଛି, କିଏ ଗାଡି କିଣି ଦେଇଛି ଏବଂ କାହାର ୫ ଏକର ଜମି ଥିବା କାରଣରୁ ସେମାନଙ୍କୁ ବାଦ ଦିଆଯାଇଛି । ଅଗଷ୍ଟ ୯ ପରେ ପୋର୍ଟାଲ ଖୋଲିବା ପରେ ପୁଣିଥରେ ସର୍ଭେ ହେବ । ୨ ଲକ୍ଷ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡିବା ପାଇଁ ଆଉଥରେ ସର୍ଭେ ହେବ । ୨୧ବର୍ଷ ହୋଇଥିଲେ ଯୁବତୀ ମହିଳା ନୂଆ କରି ଆବେଦନ କରିପାରିବେ ।
The post ସୁଭଦ୍ରା ଟଙ୍କା ପାଇଁ ଆବେଦନ କରି ଅଯୋଗ୍ୟ ଘୋଷିତ ହୋଇଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ ମହିଳା ପାଇବେ ଭତ୍ତା appeared first on Odisha.News.