ସୁଭଦ୍ରା ଟଙ୍କା ପାଇଁ କୋରାପୁଟରୁ ଭୁବନେଶ୍ୱର ଆସିଲେ ୧୦୦ ମହିଳା
କୋରାପୁଟ,୧୬।୯(ଅମିତାଭ ବେହେରା ): ମଙ୍ଗଳବାର ଭୁବନେଶ୍ୱରଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ । ଏନେଇ ସୋମବାର କୋରାପୁଟ ଜିଲାରୁ ୧୦୦ଜଣ ସୁଭଦ୍ରା ହିତାଧିକାରୀ ବସ୍ ଯୋଗେ ଭୁବେନେଶ୍ୱର ଗସ୍ତ କରିଛନ୍ତି। କୋରାପୁଟ ଜିଲାପାଳ ଭି କୀର୍ତ୍ତୀ ଭାସନ ସବୁଜ ପତାକା ଦେଖାଇ ଭୁବନେଶ୍ୱର ଗସ୍ତର ଶୁଭାରମ୍ଭ କରିଥିଲେ। ସୂଚନା ଯୋଗ୍ୟ, ମଙ୍ଗଳବାର ଭୁବନେଶ୍ୱରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଯାତ୍ରାର ଶୁଭାରମ୍ଭ ସମୟରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ […] The post ସୁଭଦ୍ରା ଟଙ୍କା ପାଇଁ କୋରାପୁଟରୁ ଭୁବନେଶ୍ୱର ଆସିଲେ ୧୦୦ ମହିଳା appeared first on Dharitri Odia News.
କୋରାପୁଟ,୧୬।୯(ଅମିତାଭ ବେହେରା ): ମଙ୍ଗଳବାର ଭୁବନେଶ୍ୱରଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ । ଏନେଇ ସୋମବାର କୋରାପୁଟ ଜିଲାରୁ ୧୦୦ଜଣ ସୁଭଦ୍ରା ହିତାଧିକାରୀ ବସ୍ ଯୋଗେ ଭୁବେନେଶ୍ୱର ଗସ୍ତ କରିଛନ୍ତି। କୋରାପୁଟ ଜିଲାପାଳ ଭି କୀର୍ତ୍ତୀ ଭାସନ ସବୁଜ ପତାକା ଦେଖାଇ ଭୁବନେଶ୍ୱର ଗସ୍ତର ଶୁଭାରମ୍ଭ କରିଥିଲେ।
ସୂଚନା ଯୋଗ୍ୟ, ମଙ୍ଗଳବାର ଭୁବନେଶ୍ୱରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଯାତ୍ରାର ଶୁଭାରମ୍ଭ ସମୟରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାସ, ଜିଲା ସାମାଜିକ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳୀ ପଟ୍ଟନାୟକ, ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ରାଜେଶ ମାରାଣ୍ଡି, ଅତିରିକ୍ତ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ତପନ କୁମାର ବେଟି, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରାଜ୍ୟ ସୀସା ପ୍ରମୁଖ ଉପସ୍ଥିତ ଥିଲେ।
ଯାତ୍ରା ଆରମ୍ଭ ପୂର୍ବରୁ ମହିଳାମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ମହିଳା ହିତାଧିକାରୀଙ୍କ ସହ ଦୁଇ ଜଣ ସ୍ବାସ୍ଥ୍ୟ କର୍ମୀ ଓ ପୋଲିସ କନେଷ୍ଟବଳ ରହିଛନ୍ତି। ଜିଲା ମିଶନ ଶକ୍ତି ଡିପିଏମ୍ ଜୟକୃଷ୍ଣ ମହାପାତ୍ରଙ୍କ ନେତୃତ୍ୱରେ ୩ଟି ଗାଡିରେ ୧୦୦ଜଣ ମହିଳା ଭୁବନେଶ୍ୱର ଆସୁଛନ୍ତି। ଜିଲା ପରିଷଦର ଅତିରିକ୍ତ ନିବାହୀ ଅଧିକାରୀ ଗଣେଶ୍ୱର କଅଁର ଓ ପ୍ରୋଗ୍ରାମ ମ୍ୟାନେଜର(ଅର୍ଥ) ଅଂଶୁମାନ ପ୍ରଧାନ ମଧ୍ୟ ଭୁବନେଶର ଗସ୍ତ କରିଛନ୍ତି।
The post ସୁଭଦ୍ରା ଟଙ୍କା ପାଇଁ କୋରାପୁଟରୁ ଭୁବନେଶ୍ୱର ଆସିଲେ ୧୦୦ ମହିଳା appeared first on Dharitri Odia News.