ସୁଭଦ୍ରା ଯୋଜନା: ଶେଷ ମୁହୂର୍ତ୍ତରେ ଆଧାର ସଂଶୋଧନ ପାଇଁ ଜନସେବା କେନ୍ଦ୍ରରେ ବିଶୃଙ୍ଖଳା

ସୋର,୪।୯(ଜନ୍ମେଜୟ ମିଶ୍ର): ଓଡ଼ିଶା ସରକାରଙ୍କ ଫ୍ଲାଗସିପ୍ ଯୋଜନା ‘ସୁଭଦ୍ରା ଯୋଜନା’ ଶହ ଶହ ମହିଳାଙ୍କୁ ଆଧାର କାର୍ଡ ଅପଡେଟ୍ / ସଂଶୋଧନ କରିବା ପାଇଁ ଆଧାର ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରକୁ ଦୌଡ଼ିବାକୁ ବାଧ୍ୟ କରିଛି। ଶେଷ ମୁହୂର୍ତ୍ତରେ ଜନସେବା କେନ୍ଦ୍ରରେ ବିଶୃଙ୍ଖଳା ସୃଷ୍ଟି ହୋଇଛି। ସୂଚନା ଅନୁସାରେ ଆଧାର ସଂଶୋଧନ ପାଇଁ ଆସିଥିବା ସୋର ମୁଖ୍ୟ ଡାକଘର ଆଗରେ ଦଳା ଚକଟା ପୃଥିତ୍ୱୀ ଉପୁଜିଛି। ଭୋର ୫ଟା ରୁ ଲୋକ ମାନେ ଆସି ଧାଡି […] The post ସୁଭଦ୍ରା ଯୋଜନା: ଶେଷ ମୁହୂର୍ତ୍ତରେ ଆଧାର ସଂଶୋଧନ ପାଇଁ ଜନସେବା କେନ୍ଦ୍ରରେ ବିଶୃଙ୍ଖଳା appeared first on Dharitri Odia News.

ସୁଭଦ୍ରା ଯୋଜନା: ଶେଷ ମୁହୂର୍ତ୍ତରେ ଆଧାର ସଂଶୋଧନ ପାଇଁ ଜନସେବା କେନ୍ଦ୍ରରେ ବିଶୃଙ୍ଖଳା

ସୋର,୪।୯(ଜନ୍ମେଜୟ ମିଶ୍ର): ଓଡ଼ିଶା ସରକାରଙ୍କ ଫ୍ଲାଗସିପ୍ ଯୋଜନା ‘ସୁଭଦ୍ରା ଯୋଜନା’ ଶହ ଶହ ମହିଳାଙ୍କୁ ଆଧାର କାର୍ଡ ଅପଡେଟ୍ / ସଂଶୋଧନ କରିବା ପାଇଁ ଆଧାର ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ରକୁ ଦୌଡ଼ିବାକୁ ବାଧ୍ୟ କରିଛି। ଶେଷ ମୁହୂର୍ତ୍ତରେ ଜନସେବା କେନ୍ଦ୍ରରେ ବିଶୃଙ୍ଖଳା ସୃଷ୍ଟି ହୋଇଛି।

ସୂଚନା ଅନୁସାରେ ଆଧାର ସଂଶୋଧନ ପାଇଁ ଆସିଥିବା ସୋର ମୁଖ୍ୟ ଡାକଘର ଆଗରେ ଦଳା ଚକଟା ପୃଥିତ୍ୱୀ ଉପୁଜିଛି। ଭୋର ୫ଟା ରୁ ଲୋକ ମାନେ ଆସି ଧାଡି ରେ ଛିଡା ହୋଇଥିବା ବେଳେ ୧୦ ଟା ସମୟ ରେ ଗେଟ ଖୋଲିବା ପରେ ଲୋକ ମାନେ ଏକା ସାଙ୍ଗରେ ପଶିବା ବେଳେ ତଳେ ପଡିଯାଇଥିଲେ କିଛି ମହିଳା ଏବଂ ଛୋଟ ପିଲା l ସୋର ପୋଲିସ ଘଟଣା ସ୍ଥଳରେ ପହଂଚି ଶୃଙ୍ଖଳିତ ଭାବରେ ଆଧାର ସଂଯୋଗ ପାଇଁ ଧାଡିରେ ଛିଡା କରିବା ପରେ ସୋର ମୁଖ୍ୟ ଡାକ ଘରେ ଆଧାର ସଂଯୋଗ ଚାଲିଛି।

ଭୁଲ ସୂଚନା ଏବଂ ଅଜ୍ଞତା ହେତୁ ଅନେକ ନବ ବିବାହିତ ମହିଳା ସେମାନଙ୍କର ଉପନାମ ଏବଂ ଠିକଣା ବଦଳାଇବାକୁ ଏବଂ ସେମାନଙ୍କ ନାମରେ ବନାନ ତ୍ରୁଟି ସଂଶୋଧନ କରିବାକୁ ଦୌଡୁଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ମୋବାଇଲ୍ ନମ୍ବରକୁ ଆଧାର ସହିତ ଯୋଡି ନାହାଁନ୍ତି।

ଫଳରେ ଆଧାର କାର୍ଡକୁ ଅପଡେଟ୍ କରିବା ପାଇଁ ସମସ୍ତେ ଆଧାର ସେଣ୍ଟରକୁ ଦୌଡୁଛନ୍ତି। ଯାହାକି ସୁଭଦ୍ରା ଟଙ୍କା ପାଇଁ ଯୋଗ୍ୟ ହେବା ଏକ ବାଧ୍ୟତାମୂଳକ ଡକ୍ୟୁମେଣ୍ଟ। ପୂର୍ବରୁ ଏଭଳି ସ୍ଥିତି ଜନସେବା କେନ୍ଦ୍ର ଆସୁଥିଲେ। କିନ୍ତୁ ସୁଭଦ୍ରା ଯୋଜନା ଲାଗି ଆଧାର ସଂଶୋଧନ ପାଇଁ ଶହ ଶହ ସଂଖ୍ୟାରେ ମହିଳାଙ୍କ ଆଧାର କେନ୍ଦ୍ରରେ ପହଞ୍ଚିବାରୁ ଦଳାଚକଟା ସ୍ଥିତି ଉପୁଜିଛି।

The post ସୁଭଦ୍ରା ଯୋଜନା: ଶେଷ ମୁହୂର୍ତ୍ତରେ ଆଧାର ସଂଶୋଧନ ପାଇଁ ଜନସେବା କେନ୍ଦ୍ରରେ ବିଶୃଙ୍ଖଳା appeared first on Dharitri Odia News.