‘ସୁଭଦ୍ରା ଯୋଜନା’କୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଭାଗ ପ୍ରସ୍ତୁତ, ଆଗାମୀ ୧୦୦ ଦିନରେ…

ଭୁବନେଶ୍ୱର,୨୩।୬: ‘ସୁଭଦ୍ରା ଯୋଜନା’କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌। ରାଜ୍ୟର ସମସ୍ତ ମହିଳାଙ୍କୁ ଏହି ଯୋଜନାରେ ଟଙ୍କା ମିଳିବ ବୋଲି ରବିବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ତେବେ ଯୋଜନା ଉପରେ କ୍ୟାବିନେଟ୍‌ ମୋହର ବାଜିଥିବା ବେଳେ ଏବେ ଡ୍ରାଫ୍ଟିଂ ଷ୍ଟେଜରେ ଅଛି। ଆସନ୍ତା ୧୦୦ ଦିନ ମଧ୍ୟରେ ନିଶ୍ଚିତ ଭାବେ ଲଞ୍ଚ ହେବ ବୋଲି ସେ କହିଛନ୍ତି। ଏହାଛଡ଼ା ମହିଳା ଓ ଶିଶୁ ବିଭାଗ ସମ୍ପୂର୍ଣ୍ଣ ଭାବେ ଏହି ଯୋଜନାକୁ ମହିଳାମାନଙ୍କ ପାଖରେ ପହଞ୍ଚାଇବା […] The post ‘ସୁଭଦ୍ରା ଯୋଜନା’କୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଭାଗ ପ୍ରସ୍ତୁତ, ଆଗାମୀ ୧୦୦ ଦିନରେ… appeared first on Dharitri Odia News.

‘ସୁଭଦ୍ରା ଯୋଜନା’କୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଭାଗ ପ୍ରସ୍ତୁତ, ଆଗାମୀ ୧୦୦ ଦିନରେ…

ଭୁବନେଶ୍ୱର,୨୩।୬: ‘ସୁଭଦ୍ରା ଯୋଜନା’କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌। ରାଜ୍ୟର ସମସ୍ତ ମହିଳାଙ୍କୁ ଏହି ଯୋଜନାରେ ଟଙ୍କା ମିଳିବ ବୋଲି ରବିବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ତେବେ ଯୋଜନା ଉପରେ କ୍ୟାବିନେଟ୍‌ ମୋହର ବାଜିଥିବା ବେଳେ ଏବେ ଡ୍ରାଫ୍ଟିଂ ଷ୍ଟେଜରେ ଅଛି। ଆସନ୍ତା ୧୦୦ ଦିନ ମଧ୍ୟରେ ନିଶ୍ଚିତ ଭାବେ ଲଞ୍ଚ ହେବ ବୋଲି ସେ କହିଛନ୍ତି।

ଏହାଛଡ଼ା ମହିଳା ଓ ଶିଶୁ ବିଭାଗ ସମ୍ପୂର୍ଣ୍ଣ ଭାବେ ଏହି ଯୋଜନାକୁ ମହିଳାମାନଙ୍କ ପାଖରେ ପହଞ୍ଚାଇବା ଲାଗି ପ୍ରସ୍ତୁତ ରହିଛି। ଏହି ଯୋଜନା ଲାଗି ଆବଶ୍ୟକୀୟ ବଜେଟ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି ବୋଲି ସେ ମଧ୍ୟ କହିଛନ୍ତି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମା’ ନାଁ ରେ ଗଛଟିଏ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ସାଢ଼େ ଚାରି କୋଟି ଓଡ଼ିଆଙ୍କ ଲାଗି ସାଢ଼େ ଚାରି କୋଟି ଗଛ ଲଗାଇବାକୁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ଲକ୍ଷ୍ୟ। ପ୍ରଥମ ପର୍ଯ୍ୟାୟରେ ସାତ ଦିନ ମଧ୍ୟରେ  ମିଶନ ଶକ୍ତିର ମହିଳାମାନେ ଅଢେଇ କୋଟି ଗଛ ଲଗାଇବେ।ଏନେଇ ହର୍ଟି କଲଚର,ଏଗ୍ରି କଲଚର, ଜଙ୍ଗଲ ବିଭାଗ ଓ ବିଭିନ୍ନ ନର୍ସରୀରେ ଥିବା ଗଛ ଗୁଡ଼ିକୁ ମିଶନ ଶକ୍ତି ମା’ମାନଙ୍କୁ ଯୋଗାଇ ଦେବାକୁ ବିଭାଗ ଗୁଡିକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଚିଠି ଲେଖିବେ ।

The post ‘ସୁଭଦ୍ରା ଯୋଜନା’କୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଭାଗ ପ୍ରସ୍ତୁତ, ଆଗାମୀ ୧୦୦ ଦିନରେ… appeared first on Dharitri Odia News.