ସୁଭଦ୍ରାକୁ ନେଇ ପ୍ରଭାତୀଙ୍କ ବଡ଼ ଘୋଷଣା, ୨୯-୩୦ରେ…
ଭୁବନେଶ୍ୱର,୨୮।୧: ୨୯ ଓ ୩୦ରେ ବ୍ୟାଙ୍କ ଯାଆନ୍ତୁ। ସୁଭଦ୍ରା ଆବେଦନକାରୀଙ୍କୁ ପ୍ରେସମିଟ୍ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ଼ ଘୋଷଣା କରିଛନ୍ତି। ପ୍ରଭାତୀ କହିଛନ୍ତି, ଆସନ୍ତା କାଲି ଓ ପଅରଦିନ ବ୍ୟାଙ୍କ ଯାଆନ୍ତୁ। ଦୁଇ ଦିନ ବ୍ୟାଙ୍କଗୁଡ଼ିକ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବେ। ଯେଉଁମାନଙ୍କୁ କଲ ଆସିଛି, ମେସେଜ ଆସିଛି ସେମାନେ ବ୍ୟାଙ୍କ ଯାଆନ୍ତୁ। NPCI ଦ୍ବନ୍ଦ୍ବ ଦୂର ପାଇଁ ଆବେଦନକାରୀଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ। ବ୍ୟାଙ୍କମାନଙ୍କରେ ସୁଭଦ୍ରା ବ୍ୟାନର ଲାଗିଥିବ, ସେଠି ପହଞ୍ଚିବେ। ବ୍ୟାଙ୍କ ପହଞ୍ଚି […] The post ସୁଭଦ୍ରାକୁ ନେଇ ପ୍ରଭାତୀଙ୍କ ବଡ଼ ଘୋଷଣା, ୨୯-୩୦ରେ… appeared first on Dharitri Odia News.
ଭୁବନେଶ୍ୱର,୨୮।୧: ୨୯ ଓ ୩୦ରେ ବ୍ୟାଙ୍କ ଯାଆନ୍ତୁ। ସୁଭଦ୍ରା ଆବେଦନକାରୀଙ୍କୁ ପ୍ରେସମିଟ୍ କରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ଼ ଘୋଷଣା କରିଛନ୍ତି। ପ୍ରଭାତୀ କହିଛନ୍ତି, ଆସନ୍ତା କାଲି ଓ ପଅରଦିନ ବ୍ୟାଙ୍କ ଯାଆନ୍ତୁ।
ଦୁଇ ଦିନ ବ୍ୟାଙ୍କଗୁଡ଼ିକ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବେ। ଯେଉଁମାନଙ୍କୁ କଲ ଆସିଛି, ମେସେଜ ଆସିଛି ସେମାନେ ବ୍ୟାଙ୍କ ଯାଆନ୍ତୁ। NPCI ଦ୍ବନ୍ଦ୍ବ ଦୂର ପାଇଁ ଆବେଦନକାରୀଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ। ବ୍ୟାଙ୍କମାନଙ୍କରେ ସୁଭଦ୍ରା ବ୍ୟାନର ଲାଗିଥିବ, ସେଠି ପହଞ୍ଚିବେ। ବ୍ୟାଙ୍କ ପହଞ୍ଚି NPCI ଅଡୁଆ ଦୂର କଲେ ସମସ୍ତେ ସୁଭଦ୍ରା ଟଙ୍କା ପାଇବେ। ପ୍ରାୟ ୩ ଲକ୍ଷ ୩୧ ହଜାର ଆବେଦନକାରୀଙ୍କ ସମସ୍ୟା ରହିଛି , ଏହି ୩ ଲକ୍ଷ ୩୧ ହଜାର ପାଇବାକୁ ଯୋଗ୍ୟ, କେହି ବଞ୍ଚିତ ନ ହୁଅନ୍ତୁ ପ୍ରଭାତୀ କହିଛନ୍ତି।
ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ମହିଳାମାନଙ୍କୁ ଆସନ୍ତା ମାର୍ଚ୍ଚ ୮ରେ ‘ସୁଭଦ୍ରା’ର ଦ୍ୱିତୀୟ କିସ୍ତି ଟଙ୍କା ମିଳିବ। ମହିଳାଙ୍କ ବିକାଶ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେଉଛି। ବର୍ତ୍ତମାନ ସୁଦ୍ଧା ୮୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇସାରିଲାଣି। ଏଥିରୁ କେହି ବାଦ୍ ପଡ଼ିବେ ନାହିଁ। ସର୍ଭେ ଚାଲିଛି। ଯୋଗ୍ୟ ହିତାଧିକାରୀମାନଙ୍କୁ ନିଶ୍ଚିତ ସୁଭଦ୍ରା ଟଙ୍କା ମିଳିବ।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୭ ତାରିଖରେ, ଅକ୍ଟୋବର ୯ ଓ ନଭେମ୍ବର ୨୪ ତାରିଖରେ ୩ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇ ସାରିଛି। ଜାନୁଆରୀ ଶେଷ ସୁଦ୍ଧା ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା ମିଳିବ ବୋଲି କିଛି ଦିନ ତଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଥିଲେ।
The post ସୁଭଦ୍ରାକୁ ନେଇ ପ୍ରଭାତୀଙ୍କ ବଡ଼ ଘୋଷଣା, ୨୯-୩୦ରେ… appeared first on Dharitri Odia News.