ସୁମନ୍ତ ସାହୁ ହତ୍ୟା ଘଟଣାରେ ୬ ଗିରଫ, ୧୧ ଜଣଙ୍କ ନାମରେ ଏତଲା ଦେଇଥିଲେ ପରିବାର ଲୋକ

ବାଙ୍କୀ: ରତାଗଡ଼ ଗୋବିନ୍ଦପୁର ଅଞ୍ଚଳର ଯୁବକ ସୁମନ୍ତ ସାହୁ ହତ୍ୟା ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ।  ଅତିରିକ୍ତ ଏସପି ଶୁଭ ନାରାୟଣ ମୁଦୁଲି ଅଧ୍ୟକ୍ଷତାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ସୁମନ୍ତଙ୍କୁ ଏମାନେ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲେ।ମୃତକଙ୍କ ପରିବାର ପକ୍ଷରୁ ୧୧ ଜଣଙ୍କ ନାମରେ ଏତଲା ଦିଆଯାଇଥିଲା। ଏବେ ତଦନ୍ତର ପ୍ରାଥମିକ ପ୍ରକ୍ରିୟା ଆରମ୍ଭ ହୋଇଛି। ଯଦି ଏତଲାରେ ରହିଥିବା ଅନ୍ୟମାନଙ୍କ ନାମ ଏ ହତ୍ୟା ଘଟଣା ସହ ସମ୍ପୃକ୍ତ ଥିବ ତେବେ ନିଶ୍ଚିତ ଗିରଫ କରାଯିବ। ଏବେ ଆସାମୀମାନଙ୍କୁ ମେଡିକାଲ ଚିକିତ୍ସା କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତ ବାଙ୍କୀ ଥାନା ଅନ୍ତର୍ଗତ ସହଙ୍ଗା ଗୋପାଳପୁର ଗ୍ରାମର ବୋଲି ପୋଲିସ କହିଛି।ମଙ୍ଗଳବାର ମକର ଯାତ୍ରା ଦେଖି ଫେରିବା ପରେ ରାତିରେ ସୁମନଙ୍କୁ ତାଙ୍କ ସାଙ୍ଗ ମାନେ ମଦ ପିଇବାକୁ ଡାକି କି ନେଇଥିଲେ । ପରେ ସୁମନ ଘରକୁ ଫେରିନଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିଲା। ମଦ ପିଇବାକୁ ଡାକି ଅଭିଯୁକ୍ତମାନେ ହତ୍ୟା କରିଥିଲେ। ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିଲା। ଉକ୍ତ ହତ୍ୟା ଘଟଣାରେ ୧୧ଜଣରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ସମ୍ପୃକ୍ତ ଥିବା ନେଇ ମୃତ ସୁମନଙ୍କ ଭଉଣୀ ଅଭିଯୋଗ କରିଥିଲେ। 

ସୁମନ୍ତ ସାହୁ ହତ୍ୟା ଘଟଣାରେ ୬ ଗିରଫ, ୧୧ ଜଣଙ୍କ ନାମରେ ଏତଲା ଦେଇଥିଲେ ପରିବାର ଲୋକ

ବାଙ୍କୀ: ରତାଗଡ଼ ଗୋବିନ୍ଦପୁର ଅଞ୍ଚଳର ଯୁବକ ସୁମନ୍ତ ସାହୁ ହତ୍ୟା ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ।  ଅତିରିକ୍ତ ଏସପି ଶୁଭ ନାରାୟଣ ମୁଦୁଲି ଅଧ୍ୟକ୍ଷତାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ସୁମନ୍ତଙ୍କୁ ଏମାନେ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲେ।

ମୃତକଙ୍କ ପରିବାର ପକ୍ଷରୁ ୧୧ ଜଣଙ୍କ ନାମରେ ଏତଲା ଦିଆଯାଇଥିଲା। ଏବେ ତଦନ୍ତର ପ୍ରାଥମିକ ପ୍ରକ୍ରିୟା ଆରମ୍ଭ ହୋଇଛି। ଯଦି ଏତଲାରେ ରହିଥିବା ଅନ୍ୟମାନଙ୍କ ନାମ ଏ ହତ୍ୟା ଘଟଣା ସହ ସମ୍ପୃକ୍ତ ଥିବ ତେବେ ନିଶ୍ଚିତ ଗିରଫ କରାଯିବ। 

ଏବେ ଆସାମୀମାନଙ୍କୁ ମେଡିକାଲ ଚିକିତ୍ସା କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତ ବାଙ୍କୀ ଥାନା ଅନ୍ତର୍ଗତ ସହଙ୍ଗା ଗୋପାଳପୁର ଗ୍ରାମର ବୋଲି ପୋଲିସ କହିଛି।

ମଙ୍ଗଳବାର ମକର ଯାତ୍ରା ଦେଖି ଫେରିବା ପରେ ରାତିରେ ସୁମନଙ୍କୁ ତାଙ୍କ ସାଙ୍ଗ ମାନେ ମଦ ପିଇବାକୁ ଡାକି କି ନେଇଥିଲେ । ପରେ ସୁମନ ଘରକୁ ଫେରିନଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିଲା। ମଦ ପିଇବାକୁ ଡାକି ଅଭିଯୁକ୍ତମାନେ ହତ୍ୟା କରିଥିଲେ। ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିଲା। ଉକ୍ତ ହତ୍ୟା ଘଟଣାରେ ୧୧ଜଣରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ସମ୍ପୃକ୍ତ ଥିବା ନେଇ ମୃତ ସୁମନଙ୍କ ଭଉଣୀ ଅଭିଯୋଗ କରିଥିଲେ।