ସୁରକ୍ଷା ଦେଲା ଭାରତୀୟ ନୌସେନା, ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରୁଥିଲେ ହାଉତି ଆତଙ୍କୀ

ନୂଆଦିଲ୍ଲୀ: ରେଡ୍‌ ସି’ରେ ଯାଉଥିବା ଏକ ତୈଳ ଟ୍ୟାଙ୍କର ବୋଝେଇ ଜାହାଜ ଉପରେ ହାଉତି ଆତଙ୍କବାଦୀମାନେ କ୍ଷେପଣାସ୍ତ୍ର ଦ୍ବାରା ଆକ୍ରମଣ କରିଛନ୍ତି। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଭାରତୀୟ ନୌସେନା ପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯିବା ସହିତ ଉକ୍ତ ଜାହାଜକୁ ସୁରକ୍ଷା ଦିଆଯାଇଛି। ଜାହାଜଟିରେ ମୋଟ ୩୦ କର୍ମଚାରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୨ ଜଣ ଥିଲେ ଭାରତୀୟ। ଗତ ୨୬ ତାରିଖରେ ଏହି ଘଟଣା ଘଟିଛି। ଆମେରିକା କେନ୍ଦ୍ରୀୟ କମାଣ୍ଡ ପକ୍ଷରୁ କୁହାଯାଇଛି […]

ସୁରକ୍ଷା ଦେଲା ଭାରତୀୟ ନୌସେନା, ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରୁଥିଲେ ହାଉତି ଆତଙ୍କୀ

ନୂଆଦିଲ୍ଲୀ: ରେଡ୍‌ ସି’ରେ ଯାଉଥିବା ଏକ ତୈଳ ଟ୍ୟାଙ୍କର ବୋଝେଇ ଜାହାଜ ଉପରେ ହାଉତି ଆତଙ୍କବାଦୀମାନେ କ୍ଷେପଣାସ୍ତ୍ର ଦ୍ବାରା ଆକ୍ରମଣ କରିଛନ୍ତି। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଭାରତୀୟ ନୌସେନା ପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯିବା ସହିତ ଉକ୍ତ ଜାହାଜକୁ ସୁରକ୍ଷା ଦିଆଯାଇଛି। ଜାହାଜଟିରେ ମୋଟ ୩୦ କର୍ମଚାରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୨୨ ଜଣ ଥିଲେ ଭାରତୀୟ।

ଗତ ୨୬ ତାରିଖରେ ଏହି ଘଟଣା ଘଟିଛି। ଆମେରିକା କେନ୍ଦ୍ରୀୟ କମାଣ୍ଡ ପକ୍ଷରୁ କୁହାଯାଇଛି ଯେ, ରେଡ୍‌ ସି’ ନିକଟ ଦେଇ ଯାଉଥିବା ବାଣିଜ୍ୟିକ ଜାହାଜ ମାଇସା ଏବଂ ଏମଭି ଆନ୍‌ଡ୍ରୋମେଡା ଉପରେ ଇରାନ୍‌ ସମର୍ଥିତ ହାଉତି ଆତଙ୍କବାଦୀମାନେ ୟେମେନରୁ ୩ଟି କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲେ। ଏଥିରେ ଜାହାଜର ଆଂଶିକ କ୍ଷତି ହୋଇଥିଲା। ଭାରତୀୟ ନୌସେନାର ଆଇଏନଏସ କୋଚି ଏ ସମ୍ପର୍କରେ ସୂଚନା ପାଇବା ପରେ ତୁରନ୍ତ ଜାହାଜକୁ ସୁରକ୍ଷା ଦେବାକୁ ଘଟଣାସ୍ଥଳକୁ ବାହାରିଥିଲା। ସେଠାରେ ନୌସେନା ବାହିନୀ ପହଞ୍ଚି ଜାହାଜଟିକୁ ସୁରକ୍ଷା ଦେଇଥିଲେ। ନୌସେନାର ଏକ୍ସପ୍ଲୋସିଭ ଅର୍ଡନାନ୍ସ ଡିସ୍ପୋଜାଲ (ଇଓଡି) ଟିମ୍‌ ଏହି ଅପରେଶନ କରାଯାଇଥିଲା। ଜାହାଜରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା କୁହାଯାଇଛି।