ସୁରକ୍ଷା ବନ୍ଧରେ ଜୁଆର ମାଡ: କୂଳବାସୀ ଭୟଭୀତ

ଭୋଗରାଇ, ୨୪ l ୧୦( ପ୍ରଦୀପ ଦାସ ): ସାମୁଦ୍ରିକ ଝଡ଼ ଦାନା କୂଳଆଡକୁ ମାଡି ଆସିଛି। ଗୁରୁବାର ସକାଳେ ଝିପିଝିପି ବର୍ଷା ହେଉଥିବାବେଳେ ଅପରାହ୍ନରେ ପାଗ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଛି l ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ବତାସର ବେଗ ବଢ଼ିବାରେ ଲାଗିଛି l ବାତ୍ୟା ପ୍ରଭାବରେ ବାଲେଶ୍ୱର ଉପକୂଳ ସମୁଦ୍ର ଅଶାନ୍ତ ହୋଇ ଉତ୍ତାଳ ଢେଉ କୂଳ ଆଡକୁ ମାଡିଆସି କୂଳ ତଟସୁରକ୍ଷା ଉଚ୍ଚ ପଥର ବନ୍ଧରେ ମାଡ କରୁଛି l ସମୁଦ୍ରର ଏପରି […] The post ସୁରକ୍ଷା ବନ୍ଧରେ ଜୁଆର ମାଡ: କୂଳବାସୀ ଭୟଭୀତ appeared first on Dharitri Odia News.

ସୁରକ୍ଷା ବନ୍ଧରେ ଜୁଆର ମାଡ: କୂଳବାସୀ ଭୟଭୀତ

ଭୋଗରାଇ, ୨୪ l ୧୦( ପ୍ରଦୀପ ଦାସ ): ସାମୁଦ୍ରିକ ଝଡ଼ ଦାନା କୂଳଆଡକୁ ମାଡି ଆସିଛି। ଗୁରୁବାର ସକାଳେ ଝିପିଝିପି ବର୍ଷା ହେଉଥିବାବେଳେ ଅପରାହ୍ନରେ ପାଗ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଛି l ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ବତାସର ବେଗ ବଢ଼ିବାରେ ଲାଗିଛି l ବାତ୍ୟା ପ୍ରଭାବରେ ବାଲେଶ୍ୱର ଉପକୂଳ ସମୁଦ୍ର ଅଶାନ୍ତ ହୋଇ ଉତ୍ତାଳ ଢେଉ କୂଳ ଆଡକୁ ମାଡିଆସି କୂଳ ତଟସୁରକ୍ଷା ଉଚ୍ଚ ପଥର ବନ୍ଧରେ ମାଡ କରୁଛି l ସମୁଦ୍ରର ଏପରି ଭୟଙ୍କର ରୂପ ଦେଖି କୂଳବାସୀ ଭୟଭୀତ ହୋଇଥିବାବେଳେ ହଜାର ହଜାର ଲୋକଙ୍କୁ ବିଭିନ୍ନ ବାତ୍ୟାଶ୍ରୟ ସ୍ଥଳକୁ ଜିଲା ପ୍ରଶାସନ ଉଠାଇ ନେଇ ସୁରକ୍ଷିତ ସ୍ଥାନରେ ରଖିଛନ୍ତି l

ଭୋଗରାଇ ବ୍ଲକ ସମୁଦ୍ର କୂଳିଆ ଗାଁର ୧୦ ହଜାର ଲୋକଙ୍କୁ ପ୍ରଶାସନ ଉଠାଇ ନେଇ ବାତ୍ୟା ଆଶ୍ରୟସ୍ଥଳୀରେ ରଖିଛନ୍ତି। ଗୁରୁବାର ରାତି ସମସ୍ତଙ୍କ ପାଇଁ ସତର୍କ ରାତି ହୋଇଥିବାବେଳେ ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର ବେଗ ବଢ଼ିବାରେ ଲାଗିଛି l ରାସ୍ତା ଘାଟରେ ଲୋକଙ୍କ ଗମନାଗମନ ଏକ ପ୍ରକାର ଠପ ହୋଇଛି।

ବାଲେଶର ଉପକୂଳ ଉଦୟପୁର, ତାଳସାରୀ, ବିଚିତ୍ରପୁର କୀର୍ତ୍ତିନିଆ, ଚୌମୁଖ, ଡଗରା, ହଁସକରା, ବଳାରାମଗଡ଼ି, କଷାଫଳ, ଚାନ୍ଦିପୁର, ଗୋପାଳପୁର ପ୍ରଭୃତି ସମୁଦ୍ରକୂଳରେ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ରଖାଯାଇଥିବାବେଳେ ଡାକବାଜି ଯନ୍ତ୍ରରେ ବାତ୍ୟା ସମ୍ପର୍କିତ ସତର୍କ ଓ ସୁରକ୍ଷିତ ରହିବା ଲାଗି ପ୍ରଚାର କରାଯାଉଛି l ଆଜି ରାଜ୍ୟ ପଞ୍ଚାୟତ ଓ ଗ୍ରାମଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ସହ ଜିଲା ପ୍ରକଳ୍ପ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ତହସିଲଦାର ତଥା ଭାରପ୍ରାପ୍ତ ବିଡ଼ିଓ ହିମାଂଶୁ ଶେଖର ଗିରି ବାତ୍ୟାଶ୍ରୟସ୍ଥଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି l

The post ସୁରକ୍ଷା ବନ୍ଧରେ ଜୁଆର ମାଡ: କୂଳବାସୀ ଭୟଭୀତ appeared first on Dharitri Odia News.