ସୁରଙ୍କ ପୁଅ ଅଫିସରେ ପଶି ଭଙ୍ଗାରୁଜା କଲେ ଦୁର୍ବୃତ୍ତ
ଭୁବନେଶ୍ୱର,୨।୩: ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ତଥା କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟଙ୍କ ନିମାପଡ଼ାରେ କଂଗ୍ରେସ ଅଫିସରେ ଦୁର୍ବୃତ୍ତ ପଶି ଭଙ୍ଗାରୁଜା କରିଛନ୍ତି। ଦୁର୍ବୃତ୍ତମାନେ ଗେଟ୍ ସାମ୍ନାରେ ମଦ ବୋତଲ ଭାଙ୍ଗିବା ସହିତ ସିଦ୍ଧାର୍ଥ ରାଉତରାୟଙ୍କ ବ୍ୟାନର ଚିରିଥିବା ଅଭିଯୋଗ ହୋଇଛି। ଏ ନେଇ ସିଦ୍ଧାର୍ଥ ରାଉତରାୟ କହିଛନ୍ତି, କିଏ ଅଫିସରେ ପଶି ଭଙ୍ଗାରୁଜା କରିଛନ୍ତି ଆମେ ଜାଣିନାହୁଁ। ମୁଁ ଭାବୁଛି ବିଜେଡି ଏପରି କରିଥାଇପାରେ। ସେମାନେ ବହୁବର୍ଷ ଶାସନ କଲେଣି, ତାଙ୍କର ଏଥିପାଇଁ କାହାକୁ […] The post ସୁରଙ୍କ ପୁଅ ଅଫିସରେ ପଶି ଭଙ୍ଗାରୁଜା କଲେ ଦୁର୍ବୃତ୍ତ appeared first on Dharitri Odia News.
ଭୁବନେଶ୍ୱର,୨।୩: ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ତଥା କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟଙ୍କ ନିମାପଡ଼ାରେ କଂଗ୍ରେସ ଅଫିସରେ ଦୁର୍ବୃତ୍ତ ପଶି ଭଙ୍ଗାରୁଜା କରିଛନ୍ତି। ଦୁର୍ବୃତ୍ତମାନେ ଗେଟ୍ ସାମ୍ନାରେ ମଦ ବୋତଲ ଭାଙ୍ଗିବା ସହିତ ସିଦ୍ଧାର୍ଥ ରାଉତରାୟଙ୍କ ବ୍ୟାନର ଚିରିଥିବା ଅଭିଯୋଗ ହୋଇଛି।
ଏ ନେଇ ସିଦ୍ଧାର୍ଥ ରାଉତରାୟ କହିଛନ୍ତି, କିଏ ଅଫିସରେ ପଶି ଭଙ୍ଗାରୁଜା କରିଛନ୍ତି ଆମେ ଜାଣିନାହୁଁ। ମୁଁ ଭାବୁଛି ବିଜେଡି ଏପରି କରିଥାଇପାରେ। ସେମାନେ ବହୁବର୍ଷ ଶାସନ କଲେଣି, ତାଙ୍କର ଏଥିପାଇଁ କାହାକୁ ଭୟ ନାହିଁ। ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଛି।
The post ସୁରଙ୍କ ପୁଅ ଅଫିସରେ ପଶି ଭଙ୍ଗାରୁଜା କଲେ ଦୁର୍ବୃତ୍ତ appeared first on Dharitri Odia News.