ସୁରେନ୍ଦ୍ରନାଥଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ, ଚାଲିକି ଯାଇ…

ଭୁବନେଶ୍ୱର,୫।୭: କାକଟପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ  ସୁରେନ୍ଦ୍ରନାଥ ନାୟକଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ୯୩ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ଅନ୍ୟପକ୍ଷେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁରେନ୍ଦ୍ରନାଥଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଗାଡିରୁ ଓହ୍ଲାଇ ନବୀନ ଚାଲିକି ଯାଇ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଛନ୍ତି। ଏହି […] The post ସୁରେନ୍ଦ୍ରନାଥଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ, ଚାଲିକି ଯାଇ… appeared first on Dharitri Odia News.

ସୁରେନ୍ଦ୍ରନାଥଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ, ଚାଲିକି ଯାଇ…

ଭୁବନେଶ୍ୱର,୫।୭: କାକଟପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ  ସୁରେନ୍ଦ୍ରନାଥ ନାୟକଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ୯୩ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।
ଅନ୍ୟପକ୍ଷେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁରେନ୍ଦ୍ରନାଥଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଗାଡିରୁ ଓହ୍ଲାଇ ନବୀନ ଚାଲିକି ଯାଇ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଛନ୍ତି। ଏହି ଅବସରରେ ବିଜେଡିର ଆଗଧାଡ଼ିର ନେତା ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର ଉପସ୍ଥିତ ଥିଲେ।

The post ସୁରେନ୍ଦ୍ରନାଥଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ, ଚାଲିକି ଯାଇ… appeared first on Dharitri Odia News.