ସୁଲଭ ମୂଲ୍ୟରେ ଭାରତୀୟ ଛାତ୍ରୀଛାତ୍ରଙ୍କୁ ବିଶ୍ୱମାନର ଶିକ୍ଷା ଦେବା ଆମ ପ୍ରତିବଦ୍ଧତା: ଧର୍ମେନ୍ଦ୍ର
ଭୁବନେଶ୍ୱର, ୧୨।୯(ସୁନିତ୍ ମିଶ୍ର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ପୃଥକ୍ ଭାବେ ପର୍ଡ୍ୟୁ ବିଶ୍ୱବିଦ୍ୟାଳୟର ସଭାପତି ମୁଙ୍ଗ୍ ଚିଆଙ୍ଗ, ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ କିନ୍ଡ୍ରିଲର ସିଇଓ ମାର୍ଟିନ ସ୍କୋରିଟର ଏବଂ ଦକ୍ଷତା, ଉଦ୍ୟମିତା ଓ ଗବେଷଣା ଉପରେ କାମ କରୁଥିବା ୱାଧୱାନୀ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ରମେଶ ୱାଧ୍ୱାନୀଙ୍କୁ ଭେଟି ଶିକ୍ଷା ଓ ଦକ୍ଷତା ସହ ଜଡ଼ିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଏହି ବୈଠକ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରଧାନ ପର୍ଡ୍ୟୁ ବିଶ୍ୱବିଦ୍ୟାଳୟର ସଭାପତି […] The post ସୁଲଭ ମୂଲ୍ୟରେ ଭାରତୀୟ ଛାତ୍ରୀଛାତ୍ରଙ୍କୁ ବିଶ୍ୱମାନର ଶିକ୍ଷା ଦେବା ଆମ ପ୍ରତିବଦ୍ଧତା: ଧର୍ମେନ୍ଦ୍ର appeared first on Dharitri Odia News.
ଭୁବନେଶ୍ୱର, ୧୨।୯(ସୁନିତ୍ ମିଶ୍ର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ପୃଥକ୍ ଭାବେ ପର୍ଡ୍ୟୁ ବିଶ୍ୱବିଦ୍ୟାଳୟର ସଭାପତି ମୁଙ୍ଗ୍ ଚିଆଙ୍ଗ, ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ କିନ୍ଡ୍ରିଲର ସିଇଓ ମାର୍ଟିନ ସ୍କୋରିଟର ଏବଂ ଦକ୍ଷତା, ଉଦ୍ୟମିତା ଓ ଗବେଷଣା ଉପରେ କାମ କରୁଥିବା ୱାଧୱାନୀ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ରମେଶ ୱାଧ୍ୱାନୀଙ୍କୁ ଭେଟି ଶିକ୍ଷା ଓ ଦକ୍ଷତା ସହ ଜଡ଼ିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି।
ଏହି ବୈଠକ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରଧାନ ପର୍ଡ୍ୟୁ ବିଶ୍ୱବିଦ୍ୟାଳୟର ସଭାପତି ଏବଂ ତାଙ୍କ ପ୍ରତିନିଧି ମଣ୍ଡଳୀ ସହ ଉକ୍ତ ବିଶ୍ୱବିଦ୍ୟାଳୟ ସହିତ ସମ୍ପର୍କକୁ ଆଗକୁ ବଢ଼ାଇବା ତଥା ଭାରତ ଓ ଆମେରିକା ମଧ୍ୟରେ ଶିକ୍ଷା ସମ୍ପର୍କକୁ ମଜଭୁତ କରିବା ଉପରେ ଆଲୋଚନା କରିଛନ୍ତି। ସେ କହିଛନ୍ତି, ସୁଲଭ ମୂଲ୍ୟରେ ଭାରତୀୟ ଛାତ୍ରୀଛାତ୍ରଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ପ୍ରଦାନ କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ରହିଛି। ଜାତୀୟ ଶିକ୍ଷାନୀତି ଭାରତ ଓ ବିଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରେ ସହଯୋଗ ଓ ସମନ୍ବୟ ସ୍ଥାପନ ପାଇଁ ନୂଆ ମାର୍ଗ ପ୍ରଶସ୍ତ କରିଛି। ଭାରତର ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକ ସହ ଏକାଡେମିକ୍ ସହଯୋଗ ସ୍ଥାପନ, ଟ୍ବିନିଂ, ଜଏଣ୍ଟ ଏବଂ ଡୁଆଲ୍ ଡିଗ୍ରୀ କାର୍ଯ୍ୟକ୍ରମର ବିକାଶ ସହିତ ଭାରତୀୟ ଛାତ୍ରୀଛାତ୍ରଙ୍କୁ ଲମ୍ବା ଅବଧି ପାଇଁ ଇଣ୍ଟର୍ନଶିପର ସୁଯୋଗ ସୃଷ୍ଟିକରି ସେମିକଣ୍ଡକ୍ଟରରେ ଗବେଷଣା ଓ ଉଦ୍ଭାବନ କ୍ଷେତ୍ରରେ ଭାଗୀଦାରି ବୃଦ୍ଧିର ସମ୍ଭାବନା ଉପରେ ଆଲୋଚନା ହୋଇଛି। ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ କିନ୍ଡ୍ରିଲର ସିଇଓଙ୍କ ମଧ୍ୟରେ ବୈଷୟିକ ଜ୍ଞାନକୌଶଳର ସମସ୍ତ ଦିଗ, ବିଶେଷକରି ଏକବିଂଶ ଶତାବ୍ଦୀର ଶିକ୍ଷା ଉପରେ ପ୍ରଯୁକ୍ତିବିଦ୍ୟା ଶିକ୍ଷାର ଭୂମିକା ଉପରେ ଫଳପ୍ରଦ ଆଲୋଚନା ହୋଇଛି ବୋଲି ସେ କହିଛନ୍ତି। ଏହାବ୍ୟତୀତ ରମେଶ ୱାଧ୍ୱାନୀଙ୍କ ସହ ଅନୁଷ୍ଠିତ ପୃଥକ୍ ବୈଠକରେ କେନ୍ଦ୍ରମନ୍ତ୍ରୀ ଦକ୍ଷତା, ଉଦ୍ୟମିତା, ଗବେଷଣା, ଉଦ୍ଭାବନ ଏବଂ ଡିଜିଟାଲ ପରିବର୍ତ୍ତନ କ୍ଷେତ୍ରରେ ୱାଧ୍ୱାନୀ ଫାଉଣ୍ଡେଶନର ସଫଳତା ଉପରେ ଅବଗତ ହୋଇ ଖୁସି ବ୍ୟକ୍ତ କରିଛନ୍ତି। ବୃହତ୍ ନିଯୁକ୍ତି ସୁଯୋଗ ସୃଷ୍ଟିକରିବା ସହ ଭାରତର ଯୁବପିଢ଼ିଙ୍କୁ ସଶକ୍ତ କରିବା ତଥା ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବା ଦିଗରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି।
The post ସୁଲଭ ମୂଲ୍ୟରେ ଭାରତୀୟ ଛାତ୍ରୀଛାତ୍ରଙ୍କୁ ବିଶ୍ୱମାନର ଶିକ୍ଷା ଦେବା ଆମ ପ୍ରତିବଦ୍ଧତା: ଧର୍ମେନ୍ଦ୍ର appeared first on Dharitri Odia News.