ସୁସ୍ଥ ହେବା ମାତ୍ରେ କାମକୁ ଫେରିଲେ ଜସ୍ମିନ ଭାସିନ, ଏୟାରପୋର୍ଟରେ ଆସିଲେ ନଜର

ଟିଭି ଅଭିନେତ୍ରୀ ଜସ୍ମିନ ଭାସିନଙ୍କ ପାଇଁ ଗତ କିଛି ଦିନ ଅତ୍ୟନ୍ତ କଷ୍ଟକର ଥିଲା । ନିକଟରେ ଏକ ପୋଷ୍ଟ ସେୟାର କରିବାବେଳେ ଅଭିନେତ୍ରୀ ପ୍ରଶଂସକମାନଙ୍କୁ କହିଥିଲେ ଯେ ସେ ଏକ ଇଭେଣ୍ଟ ପାଇଁ ତାଙ୍କ ଆଖିରେ ଲେନ୍ସ ବ୍ୟବହାର କରିଥିଲେ । ଯାହା ତାଙ୍କ ପାଇଁ ଏତେ ଖରାପ ହୋଇଥିଲା ଯେ ତାଙ୍କ ଆଖିର କର୍ଣ୍ଣିଆ ନଷ୍ଟ ହୋଇଯାଇଥିଲା । ଏହି ଘଟଣା ପରେ ଜସ୍ମିନ୍ ଠିକ୍‌ ଭାବେ ଦେଖିପାରୁନଥିଲେ । ଇଭେଣ୍ଟ ପରେ ଜସ୍ମିନ୍ […] The post ସୁସ୍ଥ ହେବା ମାତ୍ରେ କାମକୁ ଫେରିଲେ ଜସ୍ମିନ ଭାସିନ, ଏୟାରପୋର୍ଟରେ ଆସିଲେ ନଜର appeared first on KNews Odisha.

ସୁସ୍ଥ ହେବା ମାତ୍ରେ କାମକୁ ଫେରିଲେ ଜସ୍ମିନ ଭାସିନ, ଏୟାରପୋର୍ଟରେ ଆସିଲେ ନଜର
Jasmin Bhasin

ଟିଭି ଅଭିନେତ୍ରୀ ଜସ୍ମିନ ଭାସିନଙ୍କ ପାଇଁ ଗତ କିଛି ଦିନ ଅତ୍ୟନ୍ତ କଷ୍ଟକର ଥିଲା । ନିକଟରେ ଏକ ପୋଷ୍ଟ ସେୟାର କରିବାବେଳେ ଅଭିନେତ୍ରୀ ପ୍ରଶଂସକମାନଙ୍କୁ କହିଥିଲେ ଯେ ସେ ଏକ ଇଭେଣ୍ଟ ପାଇଁ ତାଙ୍କ ଆଖିରେ ଲେନ୍ସ ବ୍ୟବହାର କରିଥିଲେ । ଯାହା ତାଙ୍କ ପାଇଁ ଏତେ ଖରାପ ହୋଇଥିଲା ଯେ ତାଙ୍କ ଆଖିର କର୍ଣ୍ଣିଆ ନଷ୍ଟ ହୋଇଯାଇଥିଲା । ଏହି ଘଟଣା ପରେ ଜସ୍ମିନ୍ ଠିକ୍‌ ଭାବେ ଦେଖିପାରୁନଥିଲେ । ଇଭେଣ୍ଟ ପରେ ଜସ୍ମିନ୍ ତୁରନ୍ତ ଡାକ୍ତରଙ୍କ ନିକଟକୁ ଯାଇଥିଲେ, ପରେ ଡାକ୍ତରମାନେ ଏକ ବ୍ୟାଣ୍ଡେଜ୍ ଦ୍ୱାରା ଆଖି ବନ୍ଦ କରିଦେଇଥିଲେ । ଏହି ସମୟରେ ଅଭିନେତ୍ରୀଙ୍କ ସହିତ ଅଲି ଗୋନି ଛାଇ ପରି ରହିଥିଲେ । ତେବେ ଜସ୍ମିନ୍ ଭାସିନ୍ ଚିକିତ୍ସିତ ହେଉଛନ୍ତି ଏବଂ ବର୍ତ୍ତମାନ ସେ ବହୁତ ଭଲ ଅଛନ୍ତି । ଚକ୍ଷୁ ଚିକିତ୍ସା ମଧ୍ୟରେ ସେ ବର୍ତ୍ତମାନ କାମକୁ ଫେରିଛନ୍ତି । ନିକଟରେ ଅଭିନେତ୍ରୀଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଛି ।

ଆଜି ସକାଳେ ମୁମ୍ବାଇ ଏୟାରପୋର୍ଟରେ ଜସ୍ମିନ ଭାସିନଙ୍କୁ ଚଷମା ପିନ୍ଧିଥିବାର ଦେଖିବାକୁ ମିଳିଛି । ନିକଟରେ ଲେନ୍ସ କାରଣରୁ ଅଭିନେତ୍ରୀଙ୍କ ଆଖିରେ ଖରାପ ହୋଇଥିଲା । ଯାହା ଫଳରେ ତାଙ୍କ ଆଖିର କର୍ଣ୍ଣିଆ ନଷ୍ଟ ହୋଇଯାଇଥିଲା, ଏହି କାରଣରୁ ଜସ୍ମିନଙ୍କ ପ୍ରଶଂସକମାନେ ମଧ୍ୟ ଚିନ୍ତିତ ଥିଲେ । କିନ୍ତୁ, ବର୍ତ୍ତମାନ ଅଭିନେତ୍ରୀ ପୂର୍ବ ଅପେକ୍ଷା ଭଲ ଅଛନ୍ତି । ଏୟାରପୋର୍ଟରେ ପହଞ୍ଚିବା ପରେ ସେ ଚଷମା କାଢି ଆଖିର ଅବସ୍ଥା ଦେଖାଇଥିଲେ ।

ଏହି ସପ୍ତାହ ପୂର୍ବରୁ ଅଭିନେତ୍ରୀ ଏକ ପୋଷ୍ଟ ସେୟାର କରି କହିଥିଲେ ଯେ ତାଙ୍କ ଆଖିର କର୍ଣ୍ଣିଆ ନଷ୍ଟ ହୋଇଯାଇଛି । ଅଭିନେତ୍ରୀ ସେୟାର କରିଥିଲେ ସେ ଏକ ଇଭେଣ୍ଟରେ ଯୋଗଦେବା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ । ସେହି ସମୟରେ ସେ କଣ୍ଟାକ୍ଟ ଲେନ୍ସ ପିନ୍ଧିଥିଲେ, ହଠାତ୍ ସେ ଆଖିରେ କଷ୍ଟ ହେବା ଆରମ୍ଭ ହୋଇଥିଲା ଏବଂ ତାଙ୍କୁ ସଠିକ୍‌ ଭାବେ ଦେଖାଗଲା ନାହିଁ । ଏହା ପରେ ଜସ୍ମିନ୍ ଡାକ୍ତରଙ୍କ ନିକଟକୁ ଯାଇ ଜାଣିବାକୁ ପାଇଲେ ଯେ ତାଙ୍କ ଆଖିର କର୍ଣ୍ଣିଆ ନଷ୍ଟ ହୋଇଯାଇଛି । ଚିକିତ୍ସା ପରେ ଅଭିନେତ୍ରୀ ପୂର୍ବ ଅପେକ୍ଷା ଭଲ ଏବଂ ସେ ମଧ୍ୟ କାମକୁ ଫେରିଛନ୍ତି ।

ଏହି ଫଟୋରେ ଜସ୍ମିନ୍ କଳା ଚଷମା ପିନ୍ଧିଥିବାର ଦେଖିବାକୁ ମିଳିଛନ୍ତି । ଏହି ସମୟ ମଧ୍ୟରେ ସେ ପ୍ୟାପ୍ସ ସହିତ କଥା ହୋଇଥିଲେ ଏବଂ ତାଙ୍କ ଆଖିର ଅବସ୍ଥା ବିଷୟରେ କହିଥିଲେ । ଜସ୍ମିନ୍ କହିଥିଲେ ଯେ ବର୍ତ୍ତମାନ ସେମାନେ ପୂର୍ବ ଅପେକ୍ଷା ଭଲ ଅଛନ୍ତି । ସେ ଆଖିରୁ ଚଷମା ମଧ୍ୟ କାଢି ଦେଇଛନ୍ତି, ଫଟୋରେ ଏହା ସ୍ପଷ୍ଟ ଭାବରେ ଦେଖାଯାଉଛି, ଯେ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି ଏବଂ ଆଖିରେ ସାମାନ୍ୟ ଫୁଲା ମଧ୍ୟ ରହିଛି ।

The post ସୁସ୍ଥ ହେବା ମାତ୍ରେ କାମକୁ ଫେରିଲେ ଜସ୍ମିନ ଭାସିନ, ଏୟାରପୋର୍ଟରେ ଆସିଲେ ନଜର appeared first on KNews Odisha.