ସୁସ୍ମିତାଙ୍କ ଡାକ୍ତର ହେବା ସ୍ବପ୍ନ ଚୁରମାର୍: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡିର ଯୁକ୍ତ ଦୁଇ ଛାତ୍ରୀ ସୁସ୍ମିତା ଗୌଡ଼ଙ୍କ ସ୍ବପ୍ନ ଚୁରମାର୍ ହୋଇଛି। ଡାକ୍ତର ହେବାକୁ ଇଚ୍ଛା ରଖି ବିଜ୍ଞାନ ପଢ଼ୁଥିବା ସୁସ୍ମିତା ଦୁର୍ଘଟଣାର ଶିକାର ହୋଇଛନ୍ତି। ଅର୍ଥ ବାଧକ ସାଜିବାରୁ ସେ ଏବେ ତାଙ୍କର ଚିକିତ୍ସା ହୋଇପାରୁ ନ ଥିବା ବେଳେ ପାଠ ପଢା ମଧ୍ୟ ବନ୍ଦ ହୋଇଯାଇଛି। ଫଳରେ ତାଙ୍କ ପାଠପଢାରେ ଡୋରି ଲାଗିଛି। ପ୍ରକାଶ ଯେ, ସୁସ୍ମିତାଙ୍କ ବାପା ପିଲାଟିଦିନରୁ ତାଙ୍କୁ ଛାଡି ଆରପାରିରେ। ମା’ […] The post ସୁସ୍ମିତାଙ୍କ ଡାକ୍ତର ହେବା ସ୍ବପ୍ନ ଚୁରମାର୍: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ appeared first on Dharitri Odia News.
ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡିର ଯୁକ୍ତ ଦୁଇ ଛାତ୍ରୀ ସୁସ୍ମିତା ଗୌଡ଼ଙ୍କ ସ୍ବପ୍ନ ଚୁରମାର୍ ହୋଇଛି। ଡାକ୍ତର ହେବାକୁ ଇଚ୍ଛା ରଖି ବିଜ୍ଞାନ ପଢ଼ୁଥିବା ସୁସ୍ମିତା ଦୁର୍ଘଟଣାର ଶିକାର ହୋଇଛନ୍ତି। ଅର୍ଥ ବାଧକ ସାଜିବାରୁ ସେ ଏବେ ତାଙ୍କର ଚିକିତ୍ସା ହୋଇପାରୁ ନ ଥିବା ବେଳେ ପାଠ ପଢା ମଧ୍ୟ ବନ୍ଦ ହୋଇଯାଇଛି। ଫଳରେ ତାଙ୍କ ପାଠପଢାରେ ଡୋରି ଲାଗିଛି।
ପ୍ରକାଶ ଯେ, ସୁସ୍ମିତାଙ୍କ ବାପା ପିଲାଟିଦିନରୁ ତାଙ୍କୁ ଛାଡି ଆରପାରିରେ। ମା’ ଶଶୀ ଗୌଡ଼ ସୁସ୍ମିତାଙ୍କ ସମେତ ୩ଟି ଛୁଆଙ୍କୁ ପାଠ ପଢାଇବା ପାଇଁ ରାଜ୍ୟ ବାହାରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଗତ ଜାନୁୟାରୀରେ ସୁସ୍ମିତାଙ୍କ ଦୁର୍ଘଟଣା ପରେ ତାଙ୍କ ସେବା କରିବା ପାଇଁ ଆଉ ରାଜ୍ୟ ବାହାରକୁ କାମ ଧନ୍ଦା ପାଇଁ ଯାଇପାରୁନାହାନ୍ତି। ଫଳରେ ଗୋଟିଏ ପଟେ ରୋଜଗାର ବନ୍ଦ ରହିଥିବା ବେଳେ ଏବେ ସୁସ୍ମିତାଙ୍କ ଏକାଧିକ ଅପରେଶନ ବାକି ରହିଛି। ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ଶଶୀଙ୍କ ନିକଟରେ ଅର୍ଥ ବାଧକ ସାଜିଛି। ସେ କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦ୍ୱାରସ୍ତ ହୋଇଛନ୍ତି। ଏଥିସହ ଜିଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନକୁ ଶଶୀଙ୍କୁ ସହାୟତା କରିବାକୁ ନିବେଦନ କରିଛନ୍ତି।
The post ସୁସ୍ମିତାଙ୍କ ଡାକ୍ତର ହେବା ସ୍ବପ୍ନ ଚୁରମାର୍: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ appeared first on Dharitri Odia News.