ସୂର୍ଯ୍ୟ-ଦୁବେଙ୍କ ସାହସିକ ଇନିଂସ, ଆମେରିକାକୁ ହରାଇ ସୁପର-୮ରେ ଭାରତ
ନ୍ୟୁୟର୍କ: ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ପରେ ମୁସ୍କିଲ ପିଚ୍ରେ ସୂର୍ଯ୍ୟକୁମାର ଯାଦବ ଏବଂ ଶିବମ ଦୁବେଙ୍କ ସାହସିକ ଇନିଂସ। ନ୍ୟୁୟର୍କର ନସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳା ଯାଇଥିବା ଟି-୨୦ ବିଶ୍ଵକପ୍ର ୨୫ତମ ମୁକାବିଲାରେ ଭାରତ ଆମେରିକାକୁ ୭ ଓ୍ଵିକେଟ୍ରେ ହରାଇଛି। ବିଜୟ ସହ ତୃତୀୟ ଦଳ ଭାବେ ଭାରତ ଚଳିତ ବିଶ୍ଵକପ୍ରେ ସୁପର-୮କୁ ପ୍ରବେଶ କରିଛି। ଆମେରିକା ଦ୍ଵାରା ଧାର୍ଯ୍ୟ ୧୧୧ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୮.୨ ଓଭରରେ ୩ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ଅପରାଜିତ ୫୦ ରନ ଏବଂ ଶିବମ ଦୁବେ ଅପରାଜିତ ୩୧ ରନର ଇନିଂସ ଖେଳି ଭାରତକୁ ଜିତାଇଛନ୍ତି। ପ୍ରଥମେ ବ୍ୟାଟିଂ କରି ଆମେରିକା ୮ ଓ୍ଵିକେଟ୍ ହରାଇ ୧୧୦ ରନର ଚ୍ୟାଲେଞ୍ଜିଂ ସ୍କୋର କରିଛି। ଦଳ ପକ୍ଷରୁ ନୀତିଶ କୁମାର ୨୭ ରନ ଓ ଷ୍ଟିଭେନ ଟେଲର ୨୪ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ ବୋଲିଂରେ ୯ ଓ୍ଵିକେଟ୍ ହରାଇ ୪ ସଫଳତା ହାସଲ କରିଥିଲେ। ଭାରତ ବିଜୟରେ ପାକିସ୍ତାନ ଖୁସି ମନାଉଛି। ୧୧୧ ରନ ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ପ୍ରଥମ ଓଭରର ଦ୍ଵିତୀୟ ବଲ୍ରେ ବଡ଼ ଝଟକା ଲାଗିଥିଲା। ବିରାଟ କୋହଲି ଖାତା ଖୋଲି ପାରି ନ ଥିଲେ। ଏହା ପରେ ତୃତୀୟ ଓଭରର ଦ୍ଵିତୀୟ ବଲ୍ରେ ରୋହିତ ଶର୍ମା(୩ ରନ) ଆଉଟ୍ ହୋଇଥିଲେ। ୧୦ ରନରେ ୨ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ପଡ଼ିଥିଲା ଭାରତ
ନ୍ୟୁୟର୍କ: ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ପରେ ମୁସ୍କିଲ ପିଚ୍ରେ ସୂର୍ଯ୍ୟକୁମାର ଯାଦବ ଏବଂ ଶିବମ ଦୁବେଙ୍କ ସାହସିକ ଇନିଂସ। ନ୍ୟୁୟର୍କର ନସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳା ଯାଇଥିବା ଟି-୨୦ ବିଶ୍ଵକପ୍ର ୨୫ତମ ମୁକାବିଲାରେ ଭାରତ ଆମେରିକାକୁ ୭ ଓ୍ଵିକେଟ୍ରେ ହରାଇଛି। ବିଜୟ ସହ ତୃତୀୟ ଦଳ ଭାବେ ଭାରତ ଚଳିତ ବିଶ୍ଵକପ୍ରେ ସୁପର-୮କୁ ପ୍ରବେଶ କରିଛି। ଆମେରିକା ଦ୍ଵାରା ଧାର୍ଯ୍ୟ ୧୧୧ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୮.୨ ଓଭରରେ ୩ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ଅପରାଜିତ ୫୦ ରନ ଏବଂ ଶିବମ ଦୁବେ ଅପରାଜିତ ୩୧ ରନର ଇନିଂସ ଖେଳି ଭାରତକୁ ଜିତାଇଛନ୍ତି। ପ୍ରଥମେ ବ୍ୟାଟିଂ କରି ଆମେରିକା ୮ ଓ୍ଵିକେଟ୍ ହରାଇ ୧୧୦ ରନର ଚ୍ୟାଲେଞ୍ଜିଂ ସ୍କୋର କରିଛି। ଦଳ ପକ୍ଷରୁ ନୀତିଶ କୁମାର ୨୭ ରନ ଓ ଷ୍ଟିଭେନ ଟେଲର ୨୪ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ ବୋଲିଂରେ ୯ ଓ୍ଵିକେଟ୍ ହରାଇ ୪ ସଫଳତା ହାସଲ କରିଥିଲେ। ଭାରତ ବିଜୟରେ ପାକିସ୍ତାନ ଖୁସି ମନାଉଛି।
୧୧୧ ରନ ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ପ୍ରଥମ ଓଭରର ଦ୍ଵିତୀୟ ବଲ୍ରେ ବଡ଼ ଝଟକା ଲାଗିଥିଲା। ବିରାଟ କୋହଲି ଖାତା ଖୋଲି ପାରି ନ ଥିଲେ। ଏହା ପରେ ତୃତୀୟ ଓଭରର ଦ୍ଵିତୀୟ ବଲ୍ରେ ରୋହିତ ଶର୍ମା(୩ ରନ) ଆଉଟ୍ ହୋଇଥିଲେ। ୧୦ ରନରେ ୨ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ପଡ଼ିଥିଲା ଭାରତ। ଏହା ପରେ ଋଷଭ ପନ୍ତ ଓ ସୂର୍ଯ୍ୟକୁମାର ଯାଦବ ଇନିଂସ ସମ୍ଭାଳିଥିଲେ। ଉଭୟ ତୃତୀୟ ଓ୍ଵିକେଟ୍ ପାଇଁ ୨୯ ରନ ଯୋଡ଼ି ସ୍କୋରକୁ ୩୯ ରନରେ ପହଞ୍ଚାଇଥିଲେ। ପନ୍ତ ୧୮ ରନ କରି ପାଭିଲିୟନ ଫେରିଥିଲେ।
ଧିମା ପିଚ୍ରେ ଭାରତର ରନ ଗତି ମଧ୍ୟ ମନ୍ଥର ପଡ଼ିଥିଲା। ଏହା ପରେ ସୂର୍ଯ୍ୟକୁମାର ଯାଦବ ଓ ଶିବମ ଦୁବେଙ୍କ ଉପରେ ଚାପ ପଡ଼ିଥିଲା। ମାତ୍ର କ୍ରିଜରେ ସେଟ୍ ହେବା ପରେ ୧୪ତମ ଓଭରରୁ ଦୁଇ ବ୍ୟାଟର ଦ୍ରୁତ ବ୍ୟାଟିଂ କରିବା ଆରମ୍ଭ କରିଥିଲେ। ୧୫ ଓଭରରେ ଭାରତ ୭୬ ରନ କରିଥିଲା। ସୂର୍ଯ୍ୟକୁମାର ପିଚ୍କୁ ବୁଝି ନିଜର ଚିରାଚତିତ ସଟ୍ ଖେଳି ୪୯ ବଲ୍ରୁ ୨ ଚୌକା ଓ ୨ ଛକା ସହ ୫୦ ରନ କରିଥିଲେ। ତାଙ୍କୁ ଉତ୍ତମ ସହଯୋଗ ଦେଇ ଶିବମ ଦୁବେ ୩୧ ରନ ଉପଯୋଗୀ ଇନିଂସ ଖେଳି ଅପରାଜିତ ଥିଲେ। ଦୁଇ ବ୍ୟାଟର ଅବିଭାଜିତ ଚତୁର୍ଥ ଓ୍ଵିକେଟ୍ରେ ୭୨ ରନ ଯୋଡ଼ି ଭାରତକୁ ୭ ଓ୍ଵିକେଟ୍ରେ ଜିତାଇଛନ୍ତି।
ଆମେରିକା ଇନିଂସ
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆମେରିକାକୁ ଅର୍ଶଦୀପ ସିଂ ପ୍ରଥମ ବଲ୍ରେ ଝଟକା ଦେଇଥିଲେ। ସେ ଟି-୨୦ ବିଶ୍ଵକପ୍ରେ ପଦାର୍ପଣ କରିଥିବା ଶୟନ ଜହାଙ୍ଗୀରଙ୍କୁ ଏଲବିଡବ୍ଲ୍ୟୁ କରିଥିଲେ। ଆଣ୍ଡ୍ରିଜ ଗୌସ ମଧ୍ୟ କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ସେ କେବଳ ୨ ରନ କରି ପାଭିଲିୟନ ଫେରିଥିଲେ। ପାଓ୍ଵାର ପ୍ଲେର ପ୍ରଥମ ୬ ଓଭରରେ ଆମେରିକା ମାତ୍ର ୧୮ ରନ କରି ପାରିଥିଲା। ଆରୋନ ଜୋନ୍ସ ଓ ଷ୍ଟିଭନ ଟେଲର କ୍ରିଜରେ କିଛି ସମୟ ଜମିଥିଲେ ହେଁ ଜୋନ୍ସ ୧୧ ରନ କରି ପାଭିଲିୟନ ଫେରିଥିଲେ। ଭାରତୀୟ ଦଳର ଶାଣିତ ବୋଲିଂ ଯୋଗୁଁ ଆମେରିକା ପ୍ରଥମ ୧୦ ଓଭରରେ ୩ ଓ୍ଵିକେଟ୍ ହରାଇ ୪୨ ରନ କରିଥିଲା।
ଟେଲରଙ୍କଠୁ ଦଳ ବଡ଼ ଆଶା କରିଥିଲେ ହେଁ ସେ ୨୪ ରନ କରି ଅକ୍ଷର ପଟେଲଙ୍କ ଶିକାର ହୋଇଥିଲେ। ନୀତିଶ କୁମାର ଦ୍ରୁତ ଗତିରେ ରନ ସଂଗ୍ରହ କରିବାକୁ ଉଦ୍ୟମ କରିଥିଲେ ହେଁ ୨୩ ବଲ୍ରୁ ୨୭ ରନର ଉଲ୍ଲେଖନୀୟ ଇନିଂସ କରିଥିଲେ। ୧୫ ଓବରରେ ଆମେରିକା ୫ ଓ୍ଵିକେଟ୍ ହରାଇ ୮୧ ରନ କରିଥିଲା।କୋରି ଆଣ୍ଡରସନ ଦ୍ରୁତ ବ୍ୟାଟିଂ କରିବା ଚକ୍କରରେ ବଡ ସଟ୍ ଖେଳି ପାଭିଲିୟନ ଫେରିଥିଲେ। ଲଗାତାର ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଶେଷ ୨ ଓଭରରେ ଆମେରିକା ୧୦ ରନ କରିଥିଲା। ଶେଷରେ ଆମେରିକା ୮ ଓ୍ଵିକେଟ୍ ହରାଇ ୧୧୦ ରନ କରି ପାରିଥିଲା।
ବୋଲିଂରେ ଅର୍ଶଦୀପ ସିଂ ଘାତକ ବୋଲିଂ କରି ୪ ଓଭରରେ ୯ ରନ ଦେଇ ୪ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ୪ ଓଭରରେ ୧୪ ରନ ଦେଇ ୨ଟି ସଫଳତା ହାସଲ କରିଛନ୍ତି। ଅକ୍ଷର ପଟେଲଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଛି।