ସୂର୍ଯ୍ୟକୁମାର ଖେଳିବେ
ମୁମ୍ବାଇ, ୬ା୪ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଚଳିତ ସଂସ୍କରଣରେ ସଂଘର୍ଷ ଚଳାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଶୁଭ ଖବର। ବିଶ୍ୱର ନମ୍ବର ଓ୍ବାନ ଟି୨୦ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଶୁକ୍ରବାର ଏଠାରେ ତାଙ୍କ ଦଳ ସହିତ ଅଭ୍ୟାସ କରିଛନ୍ତି। ସେ ବହୁଦିନ ହେଲା ଆଘାତଜନିତ ସମସ୍ୟାରେ ଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସର ପରବର୍ତ୍ତୀ ଆଇପିଏଲ୍ ମ୍ୟାଚ ରେ ସେ ଖେଳିବେ ବୋଲି ଆଶା କରାଯାଉଛି। ୧୦ଟି ଦଳକୁ ନେଇ ଆଇପିଏଲ୍ ପଏଣ୍ଟ […] The post ସୂର୍ଯ୍ୟକୁମାର ଖେଳିବେ appeared first on Dharitri Odia News.
ମୁମ୍ବାଇ, ୬ା୪ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଚଳିତ ସଂସ୍କରଣରେ ସଂଘର୍ଷ ଚଳାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଶୁଭ ଖବର। ବିଶ୍ୱର ନମ୍ବର ଓ୍ବାନ ଟି୨୦ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଶୁକ୍ରବାର ଏଠାରେ ତାଙ୍କ ଦଳ ସହିତ ଅଭ୍ୟାସ କରିଛନ୍ତି। ସେ ବହୁଦିନ ହେଲା ଆଘାତଜନିତ ସମସ୍ୟାରେ ଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମୁମ୍ବାଇ ଇଣ୍ଡିଆନ୍ସର ପରବର୍ତ୍ତୀ ଆଇପିଏଲ୍ ମ୍ୟାଚ ରେ ସେ ଖେଳିବେ ବୋଲି ଆଶା କରାଯାଉଛି। ୧୦ଟି ଦଳକୁ ନେଇ ଆଇପିଏଲ୍ ପଏଣ୍ଟ ଟେବୁଲରେ ମୁମ୍ବାଇ ଇଣ୍ଡିଆନ୍ସ ସର୍ବନିମ୍ନ ସ୍ଥାନରେ ରହିଛି। ୫ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଏପର୍ଯ୍ୟନ୍ତ ଖେଳିଥିବା ଏହାର ସମସ୍ତ ୩ଟି ମ୍ୟାଚରେ ପରାଜିତ ହୋଇଛି। ସୂର୍ଯ୍ୟକୁମାରଙ୍କ ଯୋଗଦାନ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଦଳର ଭାଗ୍ୟ ପରିବର୍ତ୍ତନରେ ସହାୟକ ହୋଇପାରେ ବୋଲି ଆଶା କରାଯାଉଛି। ୩୩ ବର୍ଷୀୟ ଆକ୍ରମଣାତ୍ମକ ବ୍ୟାଟର ଜାନୁଆରୀଠାରୁ ଖେଳରୁ ଦୂରେଇ ରହିଥିଲେ। ସ୍ପୋଟର୍ସ ହାର୍ନିଆ ଚିକିତ୍ସା ପାଇଁ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ଗତବର୍ଷ ଶେଷ ଭାଗରେ ଭାରତର ଦକ୍ଷିଣ ଆଫ୍ରିକା ଟୁର୍ ବେଳେ ତାଙ୍କ ଗୋଇଠିରେ ଆଘାତ ଲାଗିଥିଲା। ଏହାର ମଧ୍ୟ ସେ ଚିକିତ୍ସା କରାଇଛନ୍ତି। ସୂର୍ଯ୍ୟକୁମାର ତାଙ୍କ ଟିମ୍ମେଟଙ୍କଠାରୁ ପ୍ରାୟ ଏକ ଘଣ୍ଟା ଆଗୁଆ ଓ୍ବାଙ୍ଖଡେ ଷ୍ଟାଡିୟମ ଅନୁଷ୍ଠିତ ଟେନିଂ ସେସନକୁ ଆସିଥିଲେ। ନେଟ୍ସରେ ସେ ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବ୍ୟାଟିଂ ଅଭ୍ୟାସ କରିଥିଲେ। ନ୍ୟାଶନାଲ କ୍ରିକେଟ ଏକାଡେମୀରୁ କ୍ଲିୟରାନ୍ସ ପାଇବା ପରେ ସେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଯୋଗ ଦେଇଥିଲେ।
The post ସୂର୍ଯ୍ୟକୁମାର ଖେଳିବେ appeared first on Dharitri Odia News.