ସୂର୍ଯ୍ୟକୁମାର ଯାଦବଙ୍କ ଜୋରଦାର ବ୍ୟାଟିଂ ଅଭ୍ୟାସ; ମୁମ୍ବାଇ ଇଣ୍ଡିଆନ୍ସ ଆଶ୍ବସ୍ତ

ମୁମ୍ବାଇ, ୦୫/୪: କ୍ରମାଗତ ୩ଟି ମ୍ୟାଚ୍ ପରାସ୍ତ ପରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଶ୍ବସ୍ତିକର ଖବର ଆସିଛି । ଆହତ ଯୋଗୁ ପ୍ରଥମ ତିନୋଟି ମ୍ୟାଚରେ ବାଦ୍ ପଡ଼ିଥିବା ସୂର୍ଯ୍ୟକୁମାର ଯାଦବ ଏମଆଇ ସ୍କ୍ବାଡରେ ସାମିଲ୍ ହୋଇ ଅଭ୍ୟାସ ଆରମ୍ଭ କରିଛନ୍ତି । ରବିବାର ଦିନ ମୁମ୍ବାଇ ଇଣ୍ଡିଆନ୍ସ ପରବର୍ତ୍ତୀ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ଖେଳିବ । ଉକ୍ତ ମ୍ୟାଚରେ ସ୍କାଏ ଖେଳିବା ନିଶ୍ଚିତ ବୋଲି କୁହାଯାଉଛି । ସେ ଅଭ୍ୟାସ ଶିବିରରେ ଚମତ୍କାର ବ୍ୟାଟିଂ କରି ଟିମ୍ ମ୍ୟାନେଜମେଣ୍ଟକୁ ସନ୍ତୁଷ୍ଟ କରିଛନ୍ତି ।  ନେଟ୍ସରେ ସୂର୍ଯ୍ୟକୁମାର ଯାଦବ ପ୍ରାୟ ଏକ ଘଣ୍ଟା ବ୍ୟାଟିଂ କରିଥିଲେ । ଏହା ପୂର୍ବରୁ କିଛି ୱାର୍ମ ଅପ୍‌ ଡ୍ରିଲ କରିବା ସହ କୋଚ୍‌ମାନଙ୍କ ସହ ଆଲୋଚନା କରିଥିଲେ । ଶନିବାର ତାଙ୍କ ଅଭ୍ୟାସ ବେଳେ ଫିଜିଓ ଓ କୋଚିଂ ସଦସ୍ୟଙ୍କ ନଜର ରହିବ ସୂର୍ଯ୍ୟକୁମାର । ଏହାପରେ ତାଙ୍କ ଖେଳିବା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।  ସୂଚନାଯୋଗ୍ୟ, ସୂର୍ଯ୍ୟକୁମାର ଗତ ଦକ୍ଷିଣ  ଆଫ୍ରିକା ଗସ୍ତ ସମୟରେ ଆହତ ହୋଇଥିଲେ । ଦକ୍ଷିଣ  ଆଫ୍ରିକା ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟି ମୁକାବିଲାରେ  ସେ ୫୬ଟି ବଲ୍‌ରୁ ଶତକ ଅର୍ଜନ କରିଥିଲେ ।  ମାତ୍ର ଉକ୍ତ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବାବେଳେ ତାଙ୍କ ପାଦରେ ଆଘାତ ଲାଗିଥିଲା । ପ୍ରଥମେ ପାଦରେ ଅସ୍ତ୍ରୋପଚାର ଓ ପରେ ସ୍ପୋର୍ଟ୍ସ ହାର୍ନିଆ  ଅସ୍ତ୍ରୋପଚାର କରିଥିଲେ ସୂର୍ଯ୍ୟକୁମାର । ୨ଦିନ ତଳେ ଜାତୀ

ସୂର୍ଯ୍ୟକୁମାର ଯାଦବଙ୍କ ଜୋରଦାର ବ୍ୟାଟିଂ ଅଭ୍ୟାସ; ମୁମ୍ବାଇ ଇଣ୍ଡିଆନ୍ସ ଆଶ୍ବସ୍ତ

ମୁମ୍ବାଇ, ୦୫/୪: କ୍ରମାଗତ ୩ଟି ମ୍ୟାଚ୍ ପରାସ୍ତ ପରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଶ୍ବସ୍ତିକର ଖବର ଆସିଛି । ଆହତ ଯୋଗୁ ପ୍ରଥମ ତିନୋଟି ମ୍ୟାଚରେ ବାଦ୍ ପଡ଼ିଥିବା ସୂର୍ଯ୍ୟକୁମାର ଯାଦବ ଏମଆଇ ସ୍କ୍ବାଡରେ ସାମିଲ୍ ହୋଇ ଅଭ୍ୟାସ ଆରମ୍ଭ କରିଛନ୍ତି । ରବିବାର ଦିନ ମୁମ୍ବାଇ ଇଣ୍ଡିଆନ୍ସ ପରବର୍ତ୍ତୀ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ଖେଳିବ । ଉକ୍ତ ମ୍ୟାଚରେ ସ୍କାଏ ଖେଳିବା ନିଶ୍ଚିତ ବୋଲି କୁହାଯାଉଛି । ସେ ଅଭ୍ୟାସ ଶିବିରରେ ଚମତ୍କାର ବ୍ୟାଟିଂ କରି ଟିମ୍ ମ୍ୟାନେଜମେଣ୍ଟକୁ ସନ୍ତୁଷ୍ଟ କରିଛନ୍ତି ।  ନେଟ୍ସରେ ସୂର୍ଯ୍ୟକୁମାର ଯାଦବ ପ୍ରାୟ ଏକ ଘଣ୍ଟା ବ୍ୟାଟିଂ କରିଥିଲେ । ଏହା ପୂର୍ବରୁ କିଛି ୱାର୍ମ ଅପ୍‌ ଡ୍ରିଲ କରିବା ସହ କୋଚ୍‌ମାନଙ୍କ ସହ ଆଲୋଚନା କରିଥିଲେ । 

ଶନିବାର ତାଙ୍କ ଅଭ୍ୟାସ ବେଳେ ଫିଜିଓ ଓ କୋଚିଂ ସଦସ୍ୟଙ୍କ ନଜର ରହିବ ସୂର୍ଯ୍ୟକୁମାର । ଏହାପରେ ତାଙ୍କ ଖେଳିବା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।  ସୂଚନାଯୋଗ୍ୟ, ସୂର୍ଯ୍ୟକୁମାର ଗତ ଦକ୍ଷିଣ  ଆଫ୍ରିକା ଗସ୍ତ ସମୟରେ ଆହତ ହୋଇଥିଲେ । ଦକ୍ଷିଣ  ଆଫ୍ରିକା ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟି ମୁକାବିଲାରେ  ସେ ୫୬ଟି ବଲ୍‌ରୁ ଶତକ ଅର୍ଜନ କରିଥିଲେ ।  ମାତ୍ର ଉକ୍ତ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବାବେଳେ ତାଙ୍କ ପାଦରେ ଆଘାତ ଲାଗିଥିଲା । ପ୍ରଥମେ ପାଦରେ ଅସ୍ତ୍ରୋପଚାର ଓ ପରେ ସ୍ପୋର୍ଟ୍ସ ହାର୍ନିଆ  ଅସ୍ତ୍ରୋପଚାର କରିଥିଲେ ସୂର୍ଯ୍ୟକୁମାର । ୨ଦିନ ତଳେ ଜାତୀୟ କ୍ରିକେଟ୍‌ ଏକାଡେମି   ତାଙ୍କୁ ଫିଟ୍‌ନେସ୍‌ ପ୍ରମାଣ ପତ୍ର ପ୍ରଦାନ କରିଥିଲା ।