ସୂର୍ଯ୍ୟଦେବଙ୍କୁ କେତେବେଳେ କରିବେନି ଜଳ ଅର୍ପଣ ? ଜାଣନ୍ତୁ...

ନୂଆଦିଲ୍ଲୀ ୦୧।୦୭: ହିନ୍ଦୁଧର୍ମରେ ସୂର୍ଯ୍ୟଦେବଙ୍କୁ ଗ୍ରହର ରାଜା କୁହାଯାଏ । ସୂର୍ଯ୍ୟଦେବଙ୍କୁ ନିୟମିତ ବିଧି-ବିଧାନ ସହ ଜଳ ଅର୍ପଣ କରିବା ଦ୍ବାରା ସ୍ବାସ୍ଥ୍ୟା, ସୁଖ, ସମୃଦ୍ଦି ଏବଂ ଆଧ୍ୟାତ୍ମିକ ଉର୍ଜା ମିଳିଥାଏ । ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଦ୍ବାରା ଆତ୍ମବିଶ୍ବାସ, ସ୍ବାସ୍ଥ୍ୟ ଏବଂ ମାନସିକ ଶାନ୍ତି ବଢିଥାଏ । ଧାର୍ମିକ ମାନ୍ୟତା ଅନୁସାରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଦ୍ବାରା ଗ୍ରହ ଦୋଷ କମ୍ ହୋଇଥାଏ । ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ପୂର୍ବରୁ କିଛି ବିଶେଷ ଜିନିଷ ଉପରେ ଧ୍ୟାନ ଦେବା ଉଚିତ୍ । ଆସନ୍ତୁ ଜାଣିବା ସୂର୍ଯ୍ୟଦେବଙ୍କୁ କେତେବେଳେ ଏବଂ କାହିଁକି ଜଳ ଅର୍ପଣ କରିବା ଉଚିତ୍ ନୁହେଁ । ଶାସ୍ତ୍ର ଅନୁସାରେ, ଛଟ ପର୍ବ ବ୍ୟତୀତ ସୂର୍ଯ୍ୟସ୍ତ ପରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଅଶୁଭ ହୋଇଥାଏ । ଏହି ସମୟରେ ସୂର୍ଯ୍ୟ କିରଣ କମ୍ ହୋଇଥାଏ ଏବଂ ଜଳ ଅର୍ପଣ କରିବା ଦ୍ବାରା ନକରାତ୍ମକ ପ୍ରଭାବ ପଡିପାରେ । ସୂର୍ଯ୍ୟଗ୍ରହଣ ସମୟରେ ମଧ୍ୟ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରାଯାଏନାହିଁ । କାରଣ ଏହି ସମୟରେ ନକରାତ୍ମକ ଶକ୍ତି ଏବଂ ରାହୁ-କେତୁର ପ୍ରଭାବ ଅଧିକ ରହିଥାଏ । ଶାସ୍ତ୍ର ଅନୁସାରେ ଏହାକୁ ଅଶୁଭ ବିବେଚନା କରାଯାଏ । ସ୍ନାନ ନ କରି, ଅଶୁଦ୍ଧ ଅବସ୍ଥା କିମ୍ବା ଛୁତିକିଆ-ମୃତିକିଆରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଉଚିତ୍ ନୁହେଁ । ସୂର୍ଯ୍ୟଦୋୟର କିଛି ଘଣ୍ଟା ମଧ୍ୟରେ ଜଳ ଅର୍ପଣ କରିବା ଶୁଭ

ସୂର୍ଯ୍ୟଦେବଙ୍କୁ କେତେବେଳେ କରିବେନି ଜଳ ଅର୍ପଣ ? ଜାଣନ୍ତୁ...

ନୂଆଦିଲ୍ଲୀ ୦୧।୦୭: ହିନ୍ଦୁଧର୍ମରେ ସୂର୍ଯ୍ୟଦେବଙ୍କୁ ଗ୍ରହର ରାଜା କୁହାଯାଏ । ସୂର୍ଯ୍ୟଦେବଙ୍କୁ ନିୟମିତ ବିଧି-ବିଧାନ ସହ ଜଳ ଅର୍ପଣ କରିବା ଦ୍ବାରା ସ୍ବାସ୍ଥ୍ୟା, ସୁଖ, ସମୃଦ୍ଦି ଏବଂ ଆଧ୍ୟାତ୍ମିକ ଉର୍ଜା ମିଳିଥାଏ । ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଦ୍ବାରା ଆତ୍ମବିଶ୍ବାସ, ସ୍ବାସ୍ଥ୍ୟ ଏବଂ ମାନସିକ ଶାନ୍ତି ବଢିଥାଏ । 

ଧାର୍ମିକ ମାନ୍ୟତା ଅନୁସାରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଦ୍ବାରା ଗ୍ରହ ଦୋଷ କମ୍ ହୋଇଥାଏ । ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ପୂର୍ବରୁ କିଛି ବିଶେଷ ଜିନିଷ ଉପରେ ଧ୍ୟାନ ଦେବା ଉଚିତ୍ । ଆସନ୍ତୁ ଜାଣିବା ସୂର୍ଯ୍ୟଦେବଙ୍କୁ କେତେବେଳେ ଏବଂ କାହିଁକି ଜଳ ଅର୍ପଣ କରିବା ଉଚିତ୍ ନୁହେଁ । 

ଶାସ୍ତ୍ର ଅନୁସାରେ, ଛଟ ପର୍ବ ବ୍ୟତୀତ ସୂର୍ଯ୍ୟସ୍ତ ପରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଅଶୁଭ ହୋଇଥାଏ । ଏହି ସମୟରେ ସୂର୍ଯ୍ୟ କିରଣ କମ୍ ହୋଇଥାଏ ଏବଂ ଜଳ ଅର୍ପଣ କରିବା ଦ୍ବାରା ନକରାତ୍ମକ ପ୍ରଭାବ ପଡିପାରେ । ସୂର୍ଯ୍ୟଗ୍ରହଣ ସମୟରେ ମଧ୍ୟ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରାଯାଏନାହିଁ । କାରଣ ଏହି ସମୟରେ ନକରାତ୍ମକ ଶକ୍ତି ଏବଂ ରାହୁ-କେତୁର ପ୍ରଭାବ ଅଧିକ ରହିଥାଏ । 

ଶାସ୍ତ୍ର ଅନୁସାରେ ଏହାକୁ ଅଶୁଭ ବିବେଚନା କରାଯାଏ । ସ୍ନାନ ନ କରି, ଅଶୁଦ୍ଧ ଅବସ୍ଥା କିମ୍ବା ଛୁତିକିଆ-ମୃତିକିଆରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଉଚିତ୍ ନୁହେଁ । ସୂର୍ଯ୍ୟଦୋୟର କିଛି ଘଣ୍ଟା ମଧ୍ୟରେ ଜଳ ଅର୍ପଣ କରିବା ଶୁଭ ହୋଇଥାଏ । ଦ୍ବିପହର ପରେ ସୂର୍ଯ୍ୟଦେବଙ୍କ ଶକ୍ତିରେ ପରିବର୍ତ୍ତନ ହୋଇଯାଇଥାଏ ଏବଂ ଏହି ସମୟରେ ଅର୍ଘ୍ୟ ଦେବା ଅଶୁଭ ବିବେଚନା କରାଯାଏ । 

ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ବେଳେ ପୂର୍ବ ଦିଗକୁ ମୁହଁ କରିବା ଉଚିତ୍ । କାରଣ ଏହା ସୂର୍ଯ୍ୟଙ୍କ ସକରାତ୍ମକ ଉର୍ଜାକୁ ଗ୍ରହଣ କରିବାର ସଠିକ୍ ଉପାୟ । ଭୁଲ୍ ଦିଗରେ ଜଳ ଅର୍ପଣ କରିବା ଅଶୁଭ ବିବେଚନା କରାଯାଏ । ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ତମ୍ବା କଳସ ବ୍ୟବହାର କରିବା ଶୁଭ ହୋଇଥାଏ । ତାକଣ ଏହା ସୂର୍ଯ୍ୟଙ୍କ ଉର୍ଜାକୁ ବଢାଇଥାଏ । ପ୍ଲାଷ୍ଟିକ ଜିନିଷରେ ଜଳ ଅର୍ପଣ କରିବା ଅଶୁଭ ହୋଇଥାଏ ।