ସୂର୍ଯ୍ୟପରାଗ ଦେଖି ବାହାହେଲେ ପ୍ରେମୀ ଯୁଗଳ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ସୂର୍ଯ୍ୟ ପରାଗକୁ ଅନେକ ବିଶ୍ୱାସ ଓ ଅନ୍ଧବିଶ୍ୱାସ ରହିଆସିଛି। ଏହି ଦିନ ଅନେକ ଶୁଭ କାର୍ଯ୍ୟ କରିବାକୁ ବାରଣ କରାଯାଏ। ଏପରିକି ପରାଗ ସମୟରେ ଦେବନୀତି, ପାକ ନିଷେଧ ହୋଇଥାଏ। ହେଲେ ନିକଟରେ ଯାଇଥିବା ପୂର୍ଣ୍ଣ ସୂର୍ଯ୍ୟପରାଗ ସମୟରେ ହିଁ ବିବାହ କରିଛନ୍ତି ପ୍ରେମୀ ଯୁଗଳ। ତାହା ବି ପୁଣି, ସେହି ମହାଜାଗତିକ ଦୃଶ୍ୟକୁ ଦେଖି। ନିଜର ବାହାଘରକୁ ସ୍ମରଣୀୟ କରିବା ପାଇଁ ଅନେକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିଏ ବିଳାସପୂର୍ଣ୍ଣ ହୋଟେଲକୁ ପସନ୍ଦ କରୁଛନ୍ତି ତ ଆଉ କିଏ ଟୁରିଷ୍ଟ ସ୍ପଟକୁ। ହେଲେ ଏଥିରେ ଦେଖାଦେଇଛି ବ୍ୟତିକ୍ରମ। ସୂର୍ଯ୍ୟପରାଗ ସମୟରେ ଖୋଲା ଆକାଶ ତଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ପ୍ରେମୀ ଯୁଗଳ। ଗତ ଏପ୍ରିଲ ୮ ତାରିଖରେ ବିଶ୍ୱର ଅନେକ ପ୍ରାନ୍ତରେ ଦେଖିବାକୁ ମିଳିଥିଲା ପୂର୍ଣ୍ଣ ସୂର୍ଯ୍ୟପରାଗ। ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଥିବା ବେଳେ କିଛି ସମୟ ପାଇଁ ଦିନ ହୋଇଯାଇଥିଲା ରାତି !ବିରଳ ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଅନେକ ପ୍ରେମୀ ଯୁଗଳ ମ୍ୟାରେଜ୍ କରିବାକୁ ପ୍ଲାନିଂ କରିଥିଲେ। କପଲ୍ମାନେ ଏହି ଦିନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବିଥିଲେ। ପରାଗ ସମୟରେ ହିଁ ଉଭୟ ଉଭୟଙ୍କୁ ରିଙ୍ଗ୍ ପିନ୍ଧାଇଥିଲେ। ଏହି ସମ୍ପୂର୍ଣ୍ଣ ଘଟଣାକ୍ରମକୁ କ୍ୟାମେରା ମାଧ୍ୟମରେ ସୁନ୍ଦର ଭାବରେ କଏଦ କରିଛନ୍ତି ଭିଡିଓଗ୍ରାଫର। ଏହାକୁ ସେ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି- ସୂର୍ଯ୍ୟ ପରାଗ
ସୂର୍ଯ୍ୟ ପରାଗକୁ ଅନେକ ବିଶ୍ୱାସ ଓ ଅନ୍ଧବିଶ୍ୱାସ ରହିଆସିଛି। ଏହି ଦିନ ଅନେକ ଶୁଭ କାର୍ଯ୍ୟ କରିବାକୁ ବାରଣ କରାଯାଏ। ଏପରିକି ପରାଗ ସମୟରେ ଦେବନୀତି, ପାକ ନିଷେଧ ହୋଇଥାଏ। ହେଲେ ନିକଟରେ ଯାଇଥିବା ପୂର୍ଣ୍ଣ ସୂର୍ଯ୍ୟପରାଗ ସମୟରେ ହିଁ ବିବାହ କରିଛନ୍ତି ପ୍ରେମୀ ଯୁଗଳ। ତାହା ବି ପୁଣି, ସେହି ମହାଜାଗତିକ ଦୃଶ୍ୟକୁ ଦେଖି।
ନିଜର ବାହାଘରକୁ ସ୍ମରଣୀୟ କରିବା ପାଇଁ ଅନେକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିଏ ବିଳାସପୂର୍ଣ୍ଣ ହୋଟେଲକୁ ପସନ୍ଦ କରୁଛନ୍ତି ତ ଆଉ କିଏ ଟୁରିଷ୍ଟ ସ୍ପଟକୁ। ହେଲେ ଏଥିରେ ଦେଖାଦେଇଛି ବ୍ୟତିକ୍ରମ। ସୂର୍ଯ୍ୟପରାଗ ସମୟରେ ଖୋଲା ଆକାଶ ତଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ପ୍ରେମୀ ଯୁଗଳ। ଗତ ଏପ୍ରିଲ ୮ ତାରିଖରେ ବିଶ୍ୱର ଅନେକ ପ୍ରାନ୍ତରେ ଦେଖିବାକୁ ମିଳିଥିଲା ପୂର୍ଣ୍ଣ ସୂର୍ଯ୍ୟପରାଗ। ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଥିବା ବେଳେ କିଛି ସମୟ ପାଇଁ ଦିନ ହୋଇଯାଇଥିଲା ରାତି !
ବିରଳ ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଅନେକ ପ୍ରେମୀ ଯୁଗଳ ମ୍ୟାରେଜ୍ କରିବାକୁ ପ୍ଲାନିଂ କରିଥିଲେ। କପଲ୍ମାନେ ଏହି ଦିନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବିଥିଲେ। ପରାଗ ସମୟରେ ହିଁ ଉଭୟ ଉଭୟଙ୍କୁ ରିଙ୍ଗ୍ ପିନ୍ଧାଇଥିଲେ। ଏହି ସମ୍ପୂର୍ଣ୍ଣ ଘଟଣାକ୍ରମକୁ କ୍ୟାମେରା ମାଧ୍ୟମରେ ସୁନ୍ଦର ଭାବରେ କଏଦ କରିଛନ୍ତି ଭିଡିଓଗ୍ରାଫର। ଏହାକୁ ସେ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି- ସୂର୍ଯ୍ୟ ପରାଗ ସମୟରେ ବିବାହ କରି ଆପଣ ଆପଣଙ୍କ ସ୍ୱପ୍ନକୁ ପୂରଣ କରନ୍ତୁ।
ଭିଡିଓରେ ଦମ୍ପତି ଏବଂ ସେମାନଙ୍କ ଅତିଥିମାନେ ଏକାସଂଗେ ଦୁଇଟି ଘଟଣାକ୍ରମ ଦେଖୁଥିଲେ। ପ୍ରଥମେ ମହାଜାଗତିକ ଦୃଶ୍ୟକୁ ଦେଖିବା ପାଇଁ ଆକାଶକୁ ଉତ୍ସାହର ସହ ଚାହିଁରହିଥିଲେ। ଦ୍ୱୀତିୟରେ ଠିକ୍ ସେହି ସମୟରେ ଉଭୟଙ୍କ ମ୍ୟାରେଜ୍ ମଧ୍ୟ ଦେଖିଥିଲେ। ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏହି ଭିଡିଓରେ ୨୮ ହଜାରରୁ ଅଧିକ ୟୁଜର୍ସ ଲାଇକ୍ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି- ମୁଁ ପରବର୍ତ୍ତୀ ପୂର୍ଣ୍ଣ ସୂର୍ଯ୍ୟପରାଗରେ ଏମିତି ମ୍ୟାରେଜ୍ କରିବି। ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି- ଦମ୍ପତିଙ୍କ ଏହି କ୍ଷଣ ସାରା ଜୀବନ ମନେରହିବ।
ସମ୍ପ୍ରତି ଅନେକ ଦେଶରେ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗକୁ ନେଇ ଅନ୍ଧବିଶ୍ୱାସ ରହିଆସିଛି। ହେଲେ ଏଭଳି ମହାଜାଗତିକ ଦୃଶ୍ୟ ସମୟରେ ଯୁକ୍ତରାଷ୍ଟ୍ର, କାନାଡା ଏବଂ ମେକ୍ସିକୋରେ ମ୍ୟାରେଜ୍ ସେଲିବ୍ରେସନ କରିଛନ୍ତି।