ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ରାଜ୍ୟରେ ୩ ଦିନ ଧରି ଲାଗିରହିବ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ । ଆସନ୍ତାକାଲି ଠାରୁ ୩ ଦିନ ଯାଏଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ । ବର୍ଷା ପାଇଁ ୨୯ ତାରିଖ ଯାଏଁ ରେଡ ଆଲର୍ଟ ଜାରି ରହିଛି । ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ ସୁନ୍ଦରଗଡ ଜିଲ୍ଲାରେ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ବିଶେଷ […]

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ରାଜ୍ୟରେ ୩ ଦିନ ଧରି ଲାଗିରହିବ ବର୍ଷା
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ରାଜ୍ୟରେ ୩ ଦିନ ଧରି ଲାଗିରହିବ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ । ଆସନ୍ତାକାଲି ଠାରୁ ୩ ଦିନ ଯାଏଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ । ବର୍ଷା ପାଇଁ ୨୯ ତାରିଖ ଯାଏଁ ରେଡ ଆଲର୍ଟ ଜାରି ରହିଛି । ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ ସୁନ୍ଦରଗଡ ଜିଲ୍ଲାରେ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ବିଶେଷ କରି ଦକ୍ଷିଣ ଓଡିଶାରେ ବର୍ଷାର ପରିମାଣ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ରହିଛି ।

ଅନ୍ୟପଟେ ଚଳିତ ବର୍ଷ ଋତୁରେ ଆଗାମୀ ଜୁଲାଇ ୧୫ ଯାଏଁ ରାଜ୍ୟରେ ନିଅଣ୍ଟିଆ ବର୍ଷା ହେବ । ସୋମବାର ସୁଦ୍ଧା ୪୧% ନିଅଣ୍ଟିଆ ବର୍ଷା ହୋଇଛି । ତେବେ ଆଗକୁ ମଧ୍ୟ ନିଅଣ୍ଟିଆ ସ୍ଥିତିର ସୁଧାର ଆସିବାର ସମ୍ଭାବନା ନଥିବା କହିଛନ୍ତି ରାଜ୍ୟ ପାଣିପାଗ ବିଶେଷଜ୍ଞ । ଜୁଲାଇ ୧୫ ଯାଏଁ ଏହି ସ୍ଥିତି ଜାରି ରହିବ । ଏଥିପାଇଁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇପାରେ I ଚାଷୀମାନେ ଏଥିପାଇଁ ଉଚିତ ଅବଧି କିସମ ବୁଣିବାକୁ ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ ସ୍ୱାଭାବିକ ଭାବରେ ଜୁଲାଇ ୧୫ ରୁ ଅଗଷ୍ଟ ୨୦ ଭିତରେ ରୁଆ ବେଉଷଣ କାର୍ଯ୍ୟ ହୁଏ । ଜୁନ ୧୫ ରୁ ୨୦ ତାରିଖ ଭିତରେ ଜାମିଆରେ ବିହନ ବୁଣା ଦେହ ସହ ତଳି ପଡେ । ଏବେ ଉପକୂଳରେ ନିଅଣ୍ଟିଆ ବର୍ଷା ସ୍ଥିତି ଥିବାରୁ ଜୁଲାଇ ୧୫ ସୁଦ୍ଧା ବିହନ ବୁଣା କିମ୍ବା ତଳି ପକାଇ ହେବନାହିଁ । ଯଦି ୨୭ ରେ ହେବାକୁ ଥିବା ଘୁର୍ଣ୍ଣିବଳୟଟି ସକ୍ରିୟ ହୁଏ ତେବେ ପାଣିପାଗର ସ୍ଥିତି ବଦଳିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।