ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ଏହି ୧୫ ଜିଲାରେ ଘଡଘଡି ସହ ପ୍ରବଳ ବର୍ଷିବ
ଭୁବନେଶ୍ୱର,୨୪।୯: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟୁଇଟ୍ କରି ଏହି ସୂଚନା ଦେଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ବିଶେଷ କରି ପୂର୍ବ ଓ ପଶ୍ଚିମ ଓ ଏବଂ ଦକ୍ଷିଣ ଓ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ […] The post ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ଏହି ୧୫ ଜିଲାରେ ଘଡଘଡି ସହ ପ୍ରବଳ ବର୍ଷିବ appeared first on Dharitri Odia News.
ଭୁବନେଶ୍ୱର,୨୪।୯: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟୁଇଟ୍ କରି ଏହି ସୂଚନା ଦେଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ବିଶେଷ କରି ପୂର୍ବ ଓ ପଶ୍ଚିମ ଓ ଏବଂ ଦକ୍ଷିଣ ଓ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆଜି ୧୫ ଜିଲାରେ ଘଡଘଡି ସହ ବର୍ଷା ହେବ। ଏନେଇ ଏହି ଜିଲାଗୁଡିକୁ ୟେଲୋ ୱାନିଂ ଜାରି କରାଯାଇଛି।
ଅନ୍ୟପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସୋମବାର ପଶ୍ଚିମ ରାଜସ୍ଥାନ ଏବଂ ଗୁଜରାଟ କଚ୍ଛର କିଛି ଅଞ୍ଚଳରୁ ବିଦାୟ ନେଇଛି। ଗତ ୧୭ ତାରିଖ ସୁଦ୍ଧା ମୌସୁମୀ ଫେରିବା ଆରମ୍ଭ କରିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଥିବାବେଳେ ଏଥିରେ ୬ଦିନ ବିଳମ୍ବ ହୋଇଛି। ତେବେ ବିଦାୟୀ ମୌସୁମୀ ରେଖା ଅନୁପଗଡ଼, ବିକାନେର୍, ଯୋଧପୁର, ଭୁଜ, ଦ୍ୱାରକା ଦେଇ ଗତି କରୁଛି।
The post ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ଏହି ୧୫ ଜିଲାରେ ଘଡଘଡି ସହ ପ୍ରବଳ ବର୍ଷିବ appeared first on Dharitri Odia News.