‘ସେ ମୋତେ ରୋକିଲେ, ଜବରଦସ୍ତ ଛୁଇଁଲେ, ଆଉ ତା’ପରେ..’. ଦିନ ଦ୍ୱିପ୍ରହରେ ମହିଳାଙ୍କ ସହ ଅଶ୍ଳୀଳତା
ନୂଆଦିଲ୍ଲୀ: ବେଙ୍ଗାଲୁରୁ ପାଖରେ ରେଣୁକା ୟେଲଲମା ଲେଆଉଟରେ ରବିବାର ଦିନ ଜଣେ ମହିଳାଙ୍କ ସହ ଦିନ ଦ୍ୱିପ୍ରହରରେ ଅସଦାଚରଣ ଏବଂ ମାରପିଟ କରିବାର ମାମଲା ସାମ୍ନାକୁ ଆସିଛି। ଏହି ସମଗ୍ର ଘଟଣା ସିସିଟିଭିରେ କଏଦ ହୋଇଛି। ଆଶ୍ଚର୍ଯ୍ୟକର ଘଟଣା ହେଉଛି, ପୋଲିସ ଏହି ମାମଲାରେ ପୀଡ଼ିତାଙ୍କ ସାଙ୍ଗଙ୍କୁ ଗିରଫ କରିଛନ୍ତି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ରହିଛି। ପୀଡ଼ିତାଙ୍କ କହିବାନୁଯାୟୀ, ମୁଁ ଦୋକାନ ଯାଉଥିଲି, ସେତିକି ବେଳେ ରାସ୍ତା ମଝିରେ ପୁଅମାନେ ଝଗଡ଼ା କରୁଥିଲେ। […]

ନୂଆଦିଲ୍ଲୀ: ବେଙ୍ଗାଲୁରୁ ପାଖରେ ରେଣୁକା ୟେଲଲମା ଲେଆଉଟରେ ରବିବାର ଦିନ ଜଣେ ମହିଳାଙ୍କ ସହ ଦିନ ଦ୍ୱିପ୍ରହରରେ ଅସଦାଚରଣ ଏବଂ ମାରପିଟ କରିବାର ମାମଲା ସାମ୍ନାକୁ ଆସିଛି।
ଏହି ସମଗ୍ର ଘଟଣା ସିସିଟିଭିରେ କଏଦ ହୋଇଛି। ଆଶ୍ଚର୍ଯ୍ୟକର ଘଟଣା ହେଉଛି, ପୋଲିସ ଏହି ମାମଲାରେ ପୀଡ଼ିତାଙ୍କ ସାଙ୍ଗଙ୍କୁ ଗିରଫ କରିଛନ୍ତି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଏପର୍ଯ୍ୟନ୍ତ ଫେରାର ରହିଛି।
ପୀଡ଼ିତାଙ୍କ କହିବାନୁଯାୟୀ, ମୁଁ ଦୋକାନ ଯାଉଥିଲି, ସେତିକି ବେଳେ ରାସ୍ତା ମଝିରେ ପୁଅମାନେ ଝଗଡ଼ା କରୁଥିଲେ। ସେମାନେ ମୋତେ ସେଠାରେ ରୋକିଥିଲେ ଏବଂ ମୋତେ ଜବରଦସ୍ତି ଛୁଇଁଥିଲେ।
ମୁଁ ତାଙ୍କୁ ପାଟି କରି ବିରୋଧ କରିଥିଲି। ହେଲେ ସେମାନେ ମୋତେ ମାରପିଟ କରିଥିଲେ। ଏହାପରେ ସେଠାରେ ଥିବା ଅନ୍ୟ ଲୋକେ ମୋର ସାହାଯ୍ୟ କରିଥିଲେ।
ମହିଳାଜଣକ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ କହିଛି ଯେ, ଏହି ମାମଲାର ତଦନ୍ତ ଚାଲିଛି ଏବଂ ପ୍ରକୃତ ଦୋଷୀକୁ ଖୋଜା ଯାଉଛି।