ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ଋଷଭ ପନ୍ତଙ୍କୁ ପ୍ରମୋଶନ, ଜାଣନ୍ତୁ କିଏ ବାଦ୍ ପଡ଼ିଲେ ଓ କେଉଁ ଖେଳାଳି ସାମିଲ୍ ହେଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୋମବାର ନିଜର ବାର୍ଷିକ କେନ୍ଦ୍ରୀୟ ଅନୁବନ୍ଧନ ଅର୍ଥାତ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା ଘୋଷଣା କରିଛି । ଏଥିରେ ଋଷଭ ପନ୍ତଙ୍କୁ ପ୍ରମୋଶନ ମିଳିଥିବା ବେଳେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଆର ଅଶ୍ୱିନଙ୍କୁ ବାଦ୍ ଦିଆଯାଇଛି। ଗତ ଥର ଘରୋଇ କ୍ରିକେଟ୍ ନ ଖେଳିବା କାରଣରୁ ତାଲିକାରୁ ବାଦ୍ ପଡିଥିବା ଶ୍ରେୟସ ଆୟର ଓ ଇଶାନ କିଶନ କଣ୍ଟ୍ରାକ୍ଟ୍ରକୁ ଫେରିଛନ୍ତି । କିଛି ପୁରୁଣା ଚେହେରା କଣ୍ଟ୍ରାକ୍ଟରୁ ବାଦ୍ ପଡିଥିବା ବେଳେ ଅନେକ ନୂଆ ଚେହେରାଙ୍କୁ ସାମିଲ କରାଯାଇଛି । ଆସନ୍ତୁ ଜାଣିବା କିଏ ପଡିଲେ ବାଦ୍ ଆଉ କିଏ ସାମିଲ ହେଲେ ।ଗ୍ରେଡ ଏରେ କୌଣସି ପରିବର୍ତ୍ତନ ନାହିଁଟପ୍ ଖେଳାଳିଙ୍କ ଗ୍ରେଡ ଏ ପ୍ଲସରେ କୌଣସି ପରିବର୍ତ୍ତନ ହୋଇନି । ଗତ ଥର ପରି ଏଥର ମଧ୍ୟ ୪ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଡେଜାଙ୍କୁ ଏଥିରେ ରଖା ଯାଇଛି ।ଋଷଭଙ୍କୁ ମିଳିଲା ପ୍ରମୋଶନ, ଅଶ୍ୱିନଙ୍କ ଛୁଟିଋଷଭ ପନ୍ତଙ୍କୁ ଏଥର ପ୍ରମୋଶନ ମିଳିଛି । ଗତ ଥର ତାଙ୍କୁ ଗ୍ରେଡ ବିରେ ରଖାଯାଇଥିଲା । କିନ୍ତୁ ଏଥର ତାଙ୍କୁ ଗ୍ରେଡ ଏରେ ସ୍ଥାନ ମିଳିଛି । ଗତ ଥର ୬ ଖେଳାଳି ଗ୍ରେଡ ଏରେ ଥିଲେ, ଏଥର ମଧ୍ୟ  ସେହି ସମାନ ୬ ଖେଳାଳିଙ୍କୁ ରଖାଯାଇଛି । କେବଳ ଏଥିରେ ଗୋଟିଏ ପରିବର୍ତ୍ତନ ଘଟିଛି । ଅବସର ନେଇ ସାରିଥିବା ଅଶ୍ୱିନଙ୍କୁ କଣ୍ଟ୍ରାକ୍ଟ ଲିଷ୍ଟରୁ ବାଦ

ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ଋଷଭ ପନ୍ତଙ୍କୁ ପ୍ରମୋଶନ, ଜାଣନ୍ତୁ କିଏ ବାଦ୍ ପଡ଼ିଲେ ଓ  କେଉଁ ଖେଳାଳି ସାମିଲ୍ ହେଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୋମବାର ନିଜର ବାର୍ଷିକ କେନ୍ଦ୍ରୀୟ ଅନୁବନ୍ଧନ ଅର୍ଥାତ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା ଘୋଷଣା କରିଛି । ଏଥିରେ ଋଷଭ ପନ୍ତଙ୍କୁ ପ୍ରମୋଶନ ମିଳିଥିବା ବେଳେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଆର ଅଶ୍ୱିନଙ୍କୁ ବାଦ୍ ଦିଆଯାଇଛି। ଗତ ଥର ଘରୋଇ କ୍ରିକେଟ୍ ନ ଖେଳିବା କାରଣରୁ ତାଲିକାରୁ ବାଦ୍ ପଡିଥିବା ଶ୍ରେୟସ ଆୟର ଓ ଇଶାନ କିଶନ କଣ୍ଟ୍ରାକ୍ଟ୍ରକୁ ଫେରିଛନ୍ତି । କିଛି ପୁରୁଣା ଚେହେରା କଣ୍ଟ୍ରାକ୍ଟରୁ ବାଦ୍ ପଡିଥିବା ବେଳେ ଅନେକ ନୂଆ ଚେହେରାଙ୍କୁ ସାମିଲ କରାଯାଇଛି । ଆସନ୍ତୁ ଜାଣିବା କିଏ ପଡିଲେ ବାଦ୍ ଆଉ କିଏ ସାମିଲ ହେଲେ ।

ଗ୍ରେଡ ଏରେ କୌଣସି ପରିବର୍ତ୍ତନ ନାହିଁ

ଟପ୍ ଖେଳାଳିଙ୍କ ଗ୍ରେଡ ଏ ପ୍ଲସରେ କୌଣସି ପରିବର୍ତ୍ତନ ହୋଇନି । ଗତ ଥର ପରି ଏଥର ମଧ୍ୟ ୪ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଡେଜାଙ୍କୁ ଏଥିରେ ରଖା ଯାଇଛି ।

ଋଷଭଙ୍କୁ ମିଳିଲା ପ୍ରମୋଶନ, ଅଶ୍ୱିନଙ୍କ ଛୁଟି

ଋଷଭ ପନ୍ତଙ୍କୁ ଏଥର ପ୍ରମୋଶନ ମିଳିଛି । ଗତ ଥର ତାଙ୍କୁ ଗ୍ରେଡ ବିରେ ରଖାଯାଇଥିଲା । କିନ୍ତୁ ଏଥର ତାଙ୍କୁ ଗ୍ରେଡ ଏରେ ସ୍ଥାନ ମିଳିଛି । ଗତ ଥର ୬ ଖେଳାଳି ଗ୍ରେଡ ଏରେ ଥିଲେ, ଏଥର ମଧ୍ୟ  ସେହି ସମାନ ୬ ଖେଳାଳିଙ୍କୁ ରଖାଯାଇଛି । କେବଳ ଏଥିରେ ଗୋଟିଏ ପରିବର୍ତ୍ତନ ଘଟିଛି । ଅବସର ନେଇ ସାରିଥିବା ଅଶ୍ୱିନଙ୍କୁ କଣ୍ଟ୍ରାକ୍ଟ ଲିଷ୍ଟରୁ ବାଦ୍ ଦିଆଯାଇଛି । 

ଶ୍ରେୟସ ଆୟରଙ୍କୁ ମିଳିଲା ପୁରସ୍କାର

ଗତ ଥର ଘରୋଇ କ୍ରିକେଟ୍‌ ନ ଖେଳିବା କାରଣରୁ ଶ୍ରେୟସ ଆୟରଙ୍କୁ ବିସିସିଆଇ ନିଜର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକାରୁ ବାହାର କରିଥିଲା। ଏଥର ବିସିସିଆଇ ତାଙ୍କୁ ତାଲିକାରେ ସାମିଲ୍ କରିଛି। ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ ରନ କରି ଭାରତୀୟ ଦଳକୁ ଚାମ୍ପିଅନ କରାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଶ୍ରେୟସ ଆୟରଙ୍କୁ ଗ୍ରେଡ ବିରେ ରଖା ଯାଇଛି। ଗ୍ରେଡ ବିରେ ଗତ ଥର ୫ ଖେଳାଳି ଥିଲେ ଏବଂ ଏଥର ମଧ୍ୟ ୫ ଖେଳାଳିଙ୍କୁ ରଖାଯାଇଛି। ଖାସ୍ କଥା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳରେ ଯେଉଁ ଖେଳାଳିଙ୍କ ଚୟନ କରାଯାଇଥିଲା, ସମସ୍ତଙ୍କୁ କେନ୍ଦ୍ରୀୟ ଅନୁବନ୍ଧନରେ ସ୍ଥାନ ମିଳିଛି। 

ଇଶାନଙ୍କୁ ମିଳିଲା ସ୍ଥାନ

ଗତ ଥର ଶ୍ରେୟସ ଆୟରଙ୍କ ସହିତ ଇଶାନ କିଶାନଙ୍କୁ ଘରୋଇ କ୍ରିକେଟ୍ ନ ଖେଳିବା କାରଣରୁ ପରିଣାମ ଭୋଗିବାକୁ ପଡ଼ିଥିଲା। ବିସିସିଆଇ ଦୁଇ ଖେଳାଳିଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍ ଦେଇଥିଲା। ଏଥର ଆୟରଙ୍କ ସହିତ ଇଶାନ କିଶନଙ୍କୁ ମଧ୍ୟ ତାଲିକାରେ ସ୍ଥାନ ମିଳିଛି। ଇଶାନଙ୍କୁ ଗ୍ରେଡ ସିରେ ରଖାଯାଇଛି। 

ଶାର୍ଦ୍ଦୁଳ ଠାକୁର, କେଏସ ଭରତ ସମେତ ଏହି ଖେଳାଳିଙ୍କ ଛୁଟି

ଏଥର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ଶାର୍ଦ୍ଦୁଳ ଠାକୁର, ଜିତେଶ ଶର୍ମା, ଅଭେଶ ଖାନ ଓ କେଏସ ଭରତଙ୍କୁ ଛୁଟି ଦିଆଯାଇଛି ।  ଏହି ସବୁ ଖେଳାଳି ଗତ ଥର ଗ୍ରେଡ ସିରେ ଥିଲେ । ମାତ୍ର ଏଥର ସ୍ଥାନ ପାଇବାରେ ବିଫଳ ହୋଇଛନ୍ତି । 

୭ ନୂଆ ଚେହେରାଙ୍କୁ ମିଳିଲା ସ୍ଥାନ

ଏଥର କଣ୍ଟ୍ରାକ୍ଟ ତାଲିକାରେ ୭ ନୂଆ ଖେଳାଳିଙ୍କୁ ସ୍ଥାନ ମିଳିଛି । ଏଥିରେ ଶ୍ରେୟସ ଆୟର, ଇଶାନ କିଶନ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା, ଅଭିଷେକ ଶର୍ମା, ନୀତିଶ କୁମାର ରେଡ୍ଡୀ ଓ ଆକାଶଦୀପଙ୍କ ନାଁ ସାମିଲ । ଏଥିରେ ଶ୍ରେୟସଙ୍କୁ ବାଦ୍ ଦେଇ ବାକି ସବୁ ଖେଳାଳିଙ୍କୁ ଗ୍ରେଡ ସିରେ ରଖାଯାଇଛି । ଆୟରଙ୍କୁ ଗ୍ରେଡ ବିରେ ରଖାଯାଇଛି । ସରଫରାଜ ଖାନ ଓ ଧ୍ରୁବ ଜୁରେଲ ତାଲିକାରେ ନିଜର ନାଁ ବଜାୟ ରଖିବାରେ ସଫଳ ହୋଇଛନ୍ତି। 

ଏଥର ଗ୍ରେଡ ସିରେ ଗତ ଥର ଅପେକ୍ଷା ଅଧିକ ୨ ଖେଳାଳି

ଏଥର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକାରେ ଗତ ଥର ଅପେକ୍ଷା ଅଧିକ ୨ ଖେଳାଳିଙ୍କ ନାଁ ଯୋଡ଼ା ଯାଇଛି। ଗତ ଥର ତାଲିକାରେ ୩୨ ଖେଳାଳିଙ୍କୁ ରଖା ଯାଇଥିଲା। କିନ୍ତୁ ଏଥର ୩୪ ଖେଳାଳିଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକାରେ ସାମିଲ କରାଯାଇଛି। ବିସିସିଆଇ ଏ ପ୍ଲସ ଗ୍ରେଡରେ ୪, ଏ ଗ୍ରେଡରେ ୬, ବି ଗ୍ରେଡରେ ୫ ଓ ସି ଗ୍ରେଡରେ ମୋଟ୍ ୧୯ ଖେଳାଳିଙ୍କୁ ସାମିଲ କରିଛି ।

ଏହି ସର୍ତ୍ତରେ ମିଳିଥାଏ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସ୍ଥାନ

କଣ୍ଟ୍ରାକ୍ଟରେ କେବଳ ସେହି ଖେଳାଳିଙ୍କୁ ସ୍ଥାନ ମିଳିଥାଏ, ଯେଉଁ ଖେଳାଳି ବର୍ଷରେ ଅତି କମରେ ୩ ଟେଷ୍ଟ, ୮ ଦିନିକିଆ କିମ୍ବା ୧୦ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବ । 

ଗ୍ରେଡ ଏ ପ୍ଲସ- ୭ କୋଟି ଟଙ୍କା

ଗ୍ରେଡ ଏ- ୫ କୋଟି

ଗ୍ରେଡ ବି- ୩ କୋଟି

ଗ୍ରେଡ ସି- ୧ କୋଟି 

ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସ୍ଥାନ ପାଇଥିବା ଖେଳାଳି 

ଏ ପ୍ଲସ ଗ୍ରେଡ- ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଡେଜା

ଏ ଗ୍ରେଡ- ମହମ୍ମଦ ସିରାଜ, କେଏଲ ରାହୁଲ, ଶୁଭମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମି, ଋଷଭ ପନ୍ତ ।

ବିି ଗ୍ରେଡ- ସୂର୍ଯ୍ୟକୁମାର ଯାଦବ, କୁଲଦୀପ ଯାଦବ, ଅକ୍ଷର ପଟେଲ୍‌, ଯଶସ୍ୱୀ ଜୟସ୍ୱାଲ, ଶ୍ରେୟସ ଆୟର ।

ସି ଗ୍ରେଡ- ରିଙ୍କୁ ସିଂ, ତିଳକ ବର୍ମା, ଋତୁରାଜ ଗାଏକ୍ୱାଡ, ଶିବମ ଦୁବେ, ରବି ବିଷ୍ଣୋଇ, ୱାଶିଂଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, ପ୍ରସିଦ୍ଧ କୃଷ୍ଣ, ରଜତ ପାଟିଦାର, ଧ୍ରୁବ ଜୁରେଲ, ସରଫରାଜ ଖାନ, ନୀତିଶ କୁମାର ରେଡ୍ଡୀ, ଇଶାନ କିଶନ, ଅଭିଷେକ ଶର୍ମା, ଆକାଶଦୀପ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା ।