ସେନାମୁଖ୍ୟ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳ ବଢିଲା ମାସେ, ଓବେସୀଙ୍କ ଆପତ୍ତି, ଜାଣନ୍ତୁ କହିଲେ କ’ଣ?

ନୂଆଦିଲ୍ଲୀ ୨୬।୫: ଆର୍ମି ଚିଫ୍ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳକୁ ଏକ ମାସ ନିମନ୍ତେ ବଢାଯାଇଥିବାରୁ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓବେସୀ ଆପତ୍ତି କରିଛନ୍ତି। ସେ ସୋସିଆଲ ମିଡିଆରେ ଏକାଧିକ ଟ୍ୱିଟ୍‌ କରି ନିର୍ବାଚନ କାଳରେ ସରକାରଙ୍କ କ୍ଷମତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଦେଶରେ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବା ବେଳେ ନିର୍ବାଚନ ପ୍ରଚାର ମଧ୍ୟ ଚାଲିଛି। ଏହି ସମୟରେ ସରକାର ସେନାମୁଖ୍ୟଙ୍କ କାର୍ଯ୍ୟକାଳ ବଢାଇବା ନେଇ ନିଷ୍ପତ୍ତି ନେବା ବାସ୍ତବିକ ଦୁର୍ଭାଗ୍ୟଜନକ। ମୋଦି ସରକାରଙ୍କୁ ତାଙ୍କ ରିଟାୟାରମେଣ୍ଟ ନେଇ ପୂର୍ବରୁ ସୂଚନା ଥିଲା। ଏଣୁ ଅନେକ ପୂର୍ବରୁ ଜେନେରାଲ ପାଣ୍ଡେଙ୍କ ସ୍ଥାନ ନେବାକୁ ଥିବା ଅଫିସରଙ୍କ ମନୋନୟନ ହୋଇଯିବାର ଥିଲା। ଓବେସୀ କହିଛନ୍ତି ଯେ ଜେନେରାଲ ପାଣ୍ଡେଙ୍କୁ ଚାକିରୀରେ ଦିଆଯାଇଥିବା କାର୍ଯ୍ୟକାଳ ବିସ୍ତାର ମାତ୍ର ମାସକ ପାଇଁ ଅର୍ଥାତ ଏହା ଏକ ଅସ୍ଥାୟୀ ଉପାୟ। ଏହା ସରକାରଙ୍କ ଶାସନର ଦୁର୍ବଳତାକୁ ଜଣାଉଛି। ଯଦି ଏହା ସରକାରଙ୍କ ଦୁର୍ବଳତା ନୁହେଁ ତେବେ ଏହା ଅଧିକ ଭୟଙ୍କର ଓ ଷଡ଼ଯନ୍ତ୍ରକାରୀ ନିଶ୍ଚିତ। Our armed forces should be kept out of politics by the ruling party but over the last decade, we have seen the Modi regime use and misuse our soldiers for its electoral benefit. We have seen this on the China border where ou

ସେନାମୁଖ୍ୟ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳ ବଢିଲା ମାସେ, ଓବେସୀଙ୍କ ଆପତ୍ତି, ଜାଣନ୍ତୁ କହିଲେ କ’ଣ?

ନୂଆଦିଲ୍ଲୀ ୨୬।୫: ଆର୍ମି ଚିଫ୍ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳକୁ ଏକ ମାସ ନିମନ୍ତେ ବଢାଯାଇଥିବାରୁ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓବେସୀ ଆପତ୍ତି କରିଛନ୍ତି। ସେ ସୋସିଆଲ ମିଡିଆରେ ଏକାଧିକ ଟ୍ୱିଟ୍‌ କରି ନିର୍ବାଚନ କାଳରେ ସରକାରଙ୍କ କ୍ଷମତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଦେଶରେ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବା ବେଳେ ନିର୍ବାଚନ ପ୍ରଚାର ମଧ୍ୟ ଚାଲିଛି। ଏହି ସମୟରେ ସରକାର ସେନାମୁଖ୍ୟଙ୍କ କାର୍ଯ୍ୟକାଳ ବଢାଇବା ନେଇ ନିଷ୍ପତ୍ତି ନେବା ବାସ୍ତବିକ ଦୁର୍ଭାଗ୍ୟଜନକ। 

ମୋଦି ସରକାରଙ୍କୁ ତାଙ୍କ ରିଟାୟାରମେଣ୍ଟ ନେଇ ପୂର୍ବରୁ ସୂଚନା ଥିଲା। ଏଣୁ ଅନେକ ପୂର୍ବରୁ ଜେନେରାଲ ପାଣ୍ଡେଙ୍କ ସ୍ଥାନ ନେବାକୁ ଥିବା ଅଫିସରଙ୍କ ମନୋନୟନ ହୋଇଯିବାର ଥିଲା। ଓବେସୀ କହିଛନ୍ତି ଯେ ଜେନେରାଲ ପାଣ୍ଡେଙ୍କୁ ଚାକିରୀରେ ଦିଆଯାଇଥିବା କାର୍ଯ୍ୟକାଳ ବିସ୍ତାର ମାତ୍ର ମାସକ ପାଇଁ ଅର୍ଥାତ ଏହା ଏକ ଅସ୍ଥାୟୀ ଉପାୟ। ଏହା ସରକାରଙ୍କ ଶାସନର ଦୁର୍ବଳତାକୁ ଜଣାଉଛି। ଯଦି ଏହା ସରକାରଙ୍କ ଦୁର୍ବଳତା ନୁହେଁ ତେବେ ଏହା ଅଧିକ ଭୟଙ୍କର ଓ ଷଡ଼ଯନ୍ତ୍ରକାରୀ ନିଶ୍ଚିତ। 


ଓବେସୀ କହିଛନ୍ତି ଯେ ଆମର ସଶସ୍ତ୍ର ବଳଙ୍କୁ କ୍ଷମତାସୀନ ଦଳଙ୍କ ରାଜନୀତିରୁ ଦୂରରେ ରଖାଯିବା ଦରକାର। ହେଲେ ଆମେ ଗତ ଏକ ଦଶକରୁ ଦେଖି ଆସୁଛୁ ମୋଦି ଶାସନରେ ନିର୍ବାଚନୀ ଲାଭ ପାଇଁ ଆମ ସୈନିକଙ୍କ ଉପଯୋଗ ଓ ଦୂରୁପଯୋଗ ଉଭୟ କରାଯାଉଛି। ଆମେ ଏହାକୁ ଚୀନ୍‌ ସୀମାରେ ମଧ୍ୟ ଦେଖିଛୁ, ଯେଉଁଠି ଆମ ସେନା ଏଲଏସିରେ ପାଟ୍ରୋଲିଂ କରିବାକୁ ମଧ୍ୟ ଅସମର୍ଥ। ଜେନେରାଲ ପାଣ୍ଡେଙ୍କ ଅବସରକୁ ବିସ୍ତାର ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି, ପ୍ରତିରକ୍ଷାମନ୍ତ୍ରୀ ଓ ଭାରତୀୟ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ନିର୍ଣ୍ଣୟ ନେବାରେ ସାମିଲ ଲୋକଙ୍କ ପଦକ୍ଷେପ ଏକ ଖରାପ ପ୍ରଭାବ ପକାଉଛି। 


ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାର ଏକ ଅଧିସୂଚନା ଜାରି କରି ଜେନେରାଲ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳକୁ ୧ ମାସ ନିମନ୍ତେ ବଢାଇ ଦିଆଯାଇଥିବା ସୂଚିତ କରିଛନ୍ତି। ସେ ମେ ୩୧ ତାରିଖରେ ପଦରୁ ଅବସର ଗ୍ରହଣ କରିବାର ଥିଲା। ଏହାକୁ ବଢାଇ ୩୦ ଜୁନ ପର୍ଯ୍ୟନ୍ତ କରି ଦିଆଯାଇଛି। ମନୋଜ ପାଣ୍ଡେ ୩୦ ଏପ୍ରିଲ ୨୦୨୨ରେ ଆର୍ମି ଚିଫ ଭାବେ ଦାୟିତ୍ୱଗ୍ରହଣ କରିଥିଲେ।