ସେପ୍ଟେମ୍ବର ୨୧ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ଆତିଶୀ

ଆତିଶୀଙ୍କ ନେତୃତ୍ୱରେ ଦିଲ୍ଲୀରେ ସେପ୍ଟେମ୍ବର ୨୧ରେ ଗଠନ ହେବ ଆମ୍ ଆଦମୀ ପାର୍ଟିର ସରକାର । ଆମ୍ ଆଦମୀ ପାର୍ଟି ବିଧାୟକ ଦଳର ନେତା ଆତିଶୀଙ୍କୁ ଏଲ୍‌ଜି ଭି.କେ. ସକ୍ସେନା ସେପ୍ଟେମ୍ବର ୨୧ରେ ମୁଖ୍ୟମନ୍ତ୍ରୀ ପଦର ଶପଥ ପ୍ରଦାନ କରାଇବେ । ଏହା ସହିତ ଦଳର କିଛି ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏହି ସମୟରେ ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆଙ୍କ ସମେତ ଦଳର ଅନେକ ନେତା ମଧ୍ୟ ଉପସ୍ଥିତ ରହିବେ […] The post ସେପ୍ଟେମ୍ବର ୨୧ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ଆତିଶୀ appeared first on KNews Odisha.

ସେପ୍ଟେମ୍ବର ୨୧ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ଆତିଶୀ
atishi

ଆତିଶୀଙ୍କ ନେତୃତ୍ୱରେ ଦିଲ୍ଲୀରେ ସେପ୍ଟେମ୍ବର ୨୧ରେ ଗଠନ ହେବ ଆମ୍ ଆଦମୀ ପାର୍ଟିର ସରକାର । ଆମ୍ ଆଦମୀ ପାର୍ଟି ବିଧାୟକ ଦଳର ନେତା ଆତିଶୀଙ୍କୁ ଏଲ୍‌ଜି ଭି.କେ. ସକ୍ସେନା ସେପ୍ଟେମ୍ବର ୨୧ରେ ମୁଖ୍ୟମନ୍ତ୍ରୀ ପଦର ଶପଥ ପ୍ରଦାନ କରାଇବେ । ଏହା ସହିତ ଦଳର କିଛି ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏହି ସମୟରେ ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆଙ୍କ ସମେତ ଦଳର ଅନେକ ନେତା ମଧ୍ୟ ଉପସ୍ଥିତ ରହିବେ ।

ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଆତିଶୀ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅରବିନ୍ଦ କେଜ୍ରିୱାଲ । ସେ ଉପରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ ।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେଜ୍ରିୱାଲ ଗତ ଶୁକ୍ରବାର ଜେଲରୁ ବାହାରିଥିଲେ । ଏହାପରେ ରବିବାର ସେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ୪୮ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । ଉପରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେବା ପୂର୍ବରୁ ଆପ୍‌ର ବିଧାୟକ ଦଳ ବୈଠକ ବସିଥିଲା । ଏହି ସମୟରେ କେଜ୍ରିୱାଲଙ୍କ ପରେ ଆତିଶୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରସ୍ତାବ ଦିଆଯାଇଥିଲା । ଏହାକୁ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିଲା ।

The post ସେପ୍ଟେମ୍ବର ୨୧ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ଆତିଶୀ appeared first on KNews Odisha.