ସେପ୍ଟେମ୍ବର ୨୯ରୁ ପୃଥିବୀକୁ ମିଳିବ ଆଉ ଏକ ଚନ୍ଦ୍ର

ପୃଥିବୀକୁ ମିଳିବ ଆଉ ଏକ ଚନ୍ଦ୍ର । ଆଗାମୀ ସପ୍ତାହରୁ ପ୍ରାୟ ଦୁଇ ମାସ ପାଇଁ ପୃଥିବୀର ଉପଗ୍ରହ ତାଲିକାରେ ଯୋଡି ହେବାକୁ ଯାଉଛି ଆଉ ଏକ ଚନ୍ଦ୍ର । ସେପ୍ଟେମ୍ବର ୨୯ରୁ ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଏହା ପୃଥିବୀର ପରିକ୍ରମା କରିବ । ବୈଜ୍ଞାନିକମାନେ ଏହି ଗ୍ରହାଣୁ ବା ଛୋଟ ଗ୍ରହର ନାମ ରଖିଛନ୍ତି 2024 PT5 । ତେବେ ମାଧ୍ୟାକର୍ଷଣ ଶକ୍ତି ପ୍ରଭାବରୁ କ୍ରମେ ଏହା ମୁକ୍ତ ହୋଇ ପୃଥିବୀ ଠାରୁ ଦୂରେଇଯିବ […] The post ସେପ୍ଟେମ୍ବର ୨୯ରୁ ପୃଥିବୀକୁ ମିଳିବ ଆଉ ଏକ ଚନ୍ଦ୍ର appeared first on KNews Odisha.

ସେପ୍ଟେମ୍ବର ୨୯ରୁ ପୃଥିବୀକୁ ମିଳିବ ଆଉ ଏକ ଚନ୍ଦ୍ର
moon

ପୃଥିବୀକୁ ମିଳିବ ଆଉ ଏକ ଚନ୍ଦ୍ର । ଆଗାମୀ ସପ୍ତାହରୁ ପ୍ରାୟ ଦୁଇ ମାସ ପାଇଁ ପୃଥିବୀର ଉପଗ୍ରହ ତାଲିକାରେ ଯୋଡି ହେବାକୁ ଯାଉଛି ଆଉ ଏକ ଚନ୍ଦ୍ର । ସେପ୍ଟେମ୍ବର ୨୯ରୁ ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଏହା ପୃଥିବୀର ପରିକ୍ରମା କରିବ । ବୈଜ୍ଞାନିକମାନେ ଏହି ଗ୍ରହାଣୁ ବା ଛୋଟ ଗ୍ରହର ନାମ ରଖିଛନ୍ତି 2024 PT5 ।

ତେବେ ମାଧ୍ୟାକର୍ଷଣ ଶକ୍ତି ପ୍ରଭାବରୁ କ୍ରମେ ଏହା ମୁକ୍ତ ହୋଇ ପୃଥିବୀ ଠାରୁ ଦୂରେଇଯିବ । ତେବେ ମାତ୍ର ୧୦ ମିଟର ଆକାରର ଏହି ଗ୍ରହ ପୃଥିବୀ ପୃଷ୍ଠରୁ ଦେଖାଯିବ ନାହିଁ । ଗତ ଅଗଷ୍ଟ ୭ ତାରିଖରେ ନାସା ଏହି ଗ୍ରହାଣୁକୁ ଆବିଷ୍କାର କରିଥିଲା । ଅର୍ଜୁନ ଉଲକାପିଣ୍ଡ ବଳୟରୁ ସୃଷ୍ଟି ହୋଇଥିବା ଏହି ଗ୍ରହାଣୁ ପୃଥିବୀର ମାଧ୍ୟାକର୍ଷଣ ଶକ୍ତିରୁ ମୁକ୍ତ ହେବା ପରେ ପୁଣି ନିଜ ସ୍ଥାନକୁ ଫେରିଯିବ ।

ମଜାର କଥା ହେଲା ପୃଥିବୀ ନିୟମିତ ଭାବେ ନିଜ ଆଖପାଖରେ ଥିବା ଗ୍ରହାଣୁଗୁଡିକୁ ନିଜ କକ୍ଷପଥକୁ ଟାଣି ଆଣିଥାଏ । କିଛିଦିନ ଏହି ଗ୍ରହାଣୁଗୁଡିକ ପୃଥିବୀ ପରିକ୍ରମା କରିବା ପରେ ମାଧ୍ୟାକର୍ଷଣ ଶକ୍ତି ବଳୟରୁ ନିଜକୁ ମୁକ୍ତ କରି ପୁଣି ନିଜ ସ୍ଥାନକୁ ଫେରି ଯାଇଥାନ୍ତି।

The post ସେପ୍ଟେମ୍ବର ୨୯ରୁ ପୃଥିବୀକୁ ମିଳିବ ଆଉ ଏକ ଚନ୍ଦ୍ର appeared first on KNews Odisha.