ସେବା ପାଇଁ ହାତ ଖୋଲି ଦେଲେ ଅକ୍ଷୟ କୁମାର, ଅଯୋଧ୍ୟାର ମାଙ୍କଡ଼ଙ୍କ ପାଇଁ ଦାନ କଲେ ୧ କୋଟି ଟଙ୍କା
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଅକ୍ଷୟ କୁମାର ନିଜର ସେବା କାର୍ଯ୍ୟ ପାଇଁ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଏବେ ପୁଣି ଥରେ ଖିଲାଡ଼ି କୁମାର ଏକ ମହତ କାର୍ଯ୍ୟ ପାଇଁ ମୋଟା ଅଙ୍କ ଦାନ କରିଛନ୍ତି । ଅଯୋଧ୍ୟାର ମାଙ୍କଡ଼ମାନଙ୍କ ପାଇଁ ଏକ କୋଟି ଟଙ୍କା ଦାନ କରିଛନ୍ତି ।ଅଯୋଧ୍ୟାରେ ହଜାର ହଜାର ମାଙ୍କଡ଼ ରୁହନ୍ତି । ସେମାନଙ୍କୁ ଯେପରି ପ୍ରତିଦିନ ଖାଦ୍ୟ ମିଳିବ ସେଥିପାଇଁ ଅକ୍ଷୟ କୁମାର ସହଯୋଗର ହାତ ବଢାଇଛନ୍ତି । ଜଗତଗୁରୁ ସ୍ୱାମୀ ରାଘବାଚାର୍ଯ୍ୟ ଜୀ ମହାରାଜଙ୍କ ଅଞ୍ଜନ୍ୟା ସେବା ଟ୍ରଷ୍ଟ ଅଯୋଧ୍ୟାରେ ମାଙ୍କଡ଼ମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରିଥାଏ । ଏହି ପବିତ୍ର କାମ ପାଇଁ ତାଙ୍କ ଟ୍ରଷ୍ଟ ସହଯୋଗ କାମନା କରିବା ପରେ ଅକ୍ଷୟ କୁମାର ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଦାନ ବ୍ୟତୀତ ଏହି କ୍ଷେତ୍ରରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଟ୍ରଷ୍ଟକୁ ଅକ୍ଷୟ କୁମାର ପ୍ରତିଶ୍ରୁତି ଦେଇଛନ୍ତି ।ଏହି ସଂସ୍ଥାର ପ୍ରତିଷ୍ଠାତା ଟ୍ରଷ୍ଟି ପ୍ରିୟା ଗୁପ୍ତା କହିଛନ୍ତି, 'ଅକ୍ଷୟ କୁମାର ଜଣେ ହୃଦୟବାନ ବ୍ୟକ୍ତି ବୋଲି ମୁଁ ଜାଣିଛି । ସେ ତାଙ୍କ ଷ୍ଟାଫ୍, କ୍ରିୟୁ ଏବଂ କୋ-ଆକ୍ଟର୍ସ ସମସ୍ତଙ୍କ ସହ ଭଲ ବ୍ୟବହାର କରନ୍ତି । ସେ କେବଳ ଦାନ ଦେଇନାହାନ୍ତି ବରଂ ନିଜ ବାପା-ମାଆ ଏବଂ ଶ୍ୱଶୁର ରାଜେଶ ଖନ୍ନାଙ୍କ ନାଁରେ ସେବା କଥା ମଧ୍ୟ କହିଛନ୍ତି ।' ଟ୍ରଷ୍ଟର ସଦସ୍ୟ କହିଛନ୍ତି, 'ଅକ୍ଷୟ କେବଳ ଜଣେ ଉଦାର ବ୍ୟକ୍ତି ନୁହନ୍ତି ବ
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଅକ୍ଷୟ କୁମାର ନିଜର ସେବା କାର୍ଯ୍ୟ ପାଇଁ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଏବେ ପୁଣି ଥରେ ଖିଲାଡ଼ି କୁମାର ଏକ ମହତ କାର୍ଯ୍ୟ ପାଇଁ ମୋଟା ଅଙ୍କ ଦାନ କରିଛନ୍ତି । ଅଯୋଧ୍ୟାର ମାଙ୍କଡ଼ମାନଙ୍କ ପାଇଁ ଏକ କୋଟି ଟଙ୍କା ଦାନ କରିଛନ୍ତି ।
ଅଯୋଧ୍ୟାରେ ହଜାର ହଜାର ମାଙ୍କଡ଼ ରୁହନ୍ତି । ସେମାନଙ୍କୁ ଯେପରି ପ୍ରତିଦିନ ଖାଦ୍ୟ ମିଳିବ ସେଥିପାଇଁ ଅକ୍ଷୟ କୁମାର ସହଯୋଗର ହାତ ବଢାଇଛନ୍ତି । ଜଗତଗୁରୁ ସ୍ୱାମୀ ରାଘବାଚାର୍ଯ୍ୟ ଜୀ ମହାରାଜଙ୍କ ଅଞ୍ଜନ୍ୟା ସେବା ଟ୍ରଷ୍ଟ ଅଯୋଧ୍ୟାରେ ମାଙ୍କଡ଼ମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରିଥାଏ । ଏହି ପବିତ୍ର କାମ ପାଇଁ ତାଙ୍କ ଟ୍ରଷ୍ଟ ସହଯୋଗ କାମନା କରିବା ପରେ ଅକ୍ଷୟ କୁମାର ଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଦାନ ବ୍ୟତୀତ ଏହି କ୍ଷେତ୍ରରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ଟ୍ରଷ୍ଟକୁ ଅକ୍ଷୟ କୁମାର ପ୍ରତିଶ୍ରୁତି ଦେଇଛନ୍ତି ।
ଏହି ସଂସ୍ଥାର ପ୍ରତିଷ୍ଠାତା ଟ୍ରଷ୍ଟି ପ୍ରିୟା ଗୁପ୍ତା କହିଛନ୍ତି, 'ଅକ୍ଷୟ କୁମାର ଜଣେ ହୃଦୟବାନ ବ୍ୟକ୍ତି ବୋଲି ମୁଁ ଜାଣିଛି । ସେ ତାଙ୍କ ଷ୍ଟାଫ୍, କ୍ରିୟୁ ଏବଂ କୋ-ଆକ୍ଟର୍ସ ସମସ୍ତଙ୍କ ସହ ଭଲ ବ୍ୟବହାର କରନ୍ତି । ସେ କେବଳ ଦାନ ଦେଇନାହାନ୍ତି ବରଂ ନିଜ ବାପା-ମାଆ ଏବଂ ଶ୍ୱଶୁର ରାଜେଶ ଖନ୍ନାଙ୍କ ନାଁରେ ସେବା କଥା ମଧ୍ୟ କହିଛନ୍ତି ।'
ଟ୍ରଷ୍ଟର ସଦସ୍ୟ କହିଛନ୍ତି, 'ଅକ୍ଷୟ କେବଳ ଜଣେ ଉଦାର ବ୍ୟକ୍ତି ନୁହନ୍ତି ବରଂ ଭାରତର ଜଣେ ସଚ୍ଚୋଟ ନାଗରିକ । ସେ ଅଯୋଧ୍ୟାର ନାଗରିକ ଏବଂ ସହର ପାଇଁ ସମାନ ଭାବେ ଚିନ୍ତିତ ଥିଲେ । ତେଣୁ ମାଙ୍କଡ଼ମାନଙ୍କ ଖାଦ୍ୟ ଦେବା ସମୟରେ କୌଣସି ନାଗରିକଙ୍କୁ ଯେପରି ଅସୁବିଧା ନହେବ ଏବଂ ଅଯୋଧ୍ୟାର ସ୍ୱଚ୍ଛତା ବଜାୟ ରହିବ, ତାହା ଉପରେ ବିଶେଷ ଧ୍ୟାନ ଦିଆଯିବ ।'