ସେବାର ଅନ୍ୟନାମ ‘ରେଡ୍କ୍ରସ’
ପ୍ରତିବର୍ଷ ମେ’୮ରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡକ୍ରସ ଏବଂ ରେଡ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେରଖିବା ପାଇଁ ଏହା ପାଳନ କରାଯାଏ। ବିଶ୍ୱ ରେଡକ୍ରସ ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ଅସହାୟ ତଥା ଆହତ ସୈନିକ ଏବଂ ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବା। ରେଡକ୍ରସର ଅନ୍ତର୍ଜାତୀୟ କମିଟିର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଜନ୍ମ ଦିନ ମେ’ ୮ରେ ପାଳନ କରାଯାଏ। ଉକ୍ତ ଦିନଟିକୁ ଲୋକମାନେ ମାନବିକ ସଂଗଠନ ତଥା ମାନବିକତାକୁ ସାହାଯ୍ୟ କରିବାରେ […] The post ସେବାର ଅନ୍ୟନାମ ‘ରେଡ୍କ୍ରସ’ appeared first on Dharitri Odia News.
ପ୍ରତିବର୍ଷ ମେ’୮ରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡକ୍ରସ ଏବଂ ରେଡ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେରଖିବା ପାଇଁ ଏହା ପାଳନ କରାଯାଏ। ବିଶ୍ୱ ରେଡକ୍ରସ ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ଅସହାୟ ତଥା ଆହତ ସୈନିକ ଏବଂ ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବା। ରେଡକ୍ରସର ଅନ୍ତର୍ଜାତୀୟ କମିଟିର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଜନ୍ମ ଦିନ ମେ’ ୮ରେ ପାଳନ କରାଯାଏ। ଉକ୍ତ ଦିନଟିକୁ ଲୋକମାନେ ମାନବିକ ସଂଗଠନ ତଥା ମାନବିକତାକୁ ସାହାଯ୍ୟ କରିବାରେ ଏହାର ଅଦ୍ୱିତୀୟ ଅବଦାନକୁ ଶ୍ରଦ୍ଧାଞ୍ଜଳି ଉତ୍ସର୍ଗ କରି ପାଳନ କରିଥାନ୍ତି।
ହେଉଛି ଏକ ଅନ୍ତର୍ଜାତୀୟ ସଂଗଠନ। ଏହାର ମୁଖ୍ୟାଳୟ ସୁଇଜରଲାଣ୍ଡର ଜେନେଭାରେ ଅବସ୍ଥିତ। ରେଡକ୍ରସର ଅନ୍ତର୍ଜାତୀୟ କମିଟି ଏବଂ ବହୁ ଜାତୀୟ ସମାଜ ମିଳିତ ଭାବରେ ଏହି ସଂଗଠନ ଚଳାନ୍ତି। ବିଶ୍ୱ ରେଡକ୍ରସ ସୋସାଇଟିର କାର୍ଯ୍ୟ ସର୍ବଦା ଜାରି ରହିଛି। କୌଣସି ରୋଗ କିମ୍ବା ଯୁଦ୍ଧ ସଙ୍କଟ ହେଲେ ଏହାର ସ୍ବେଚ୍ଛାସେବୀମାନେ ଲୋକଙ୍କ ସେବା କରିବାକୁ ଆଗେଇ ଆସିଥାନ୍ତି। କରୋନା ମହାମାରୀ ସମୟରେ ସେମାନଙ୍କର କାର୍ଯ୍ୟ ସାରା ବିଶ୍ୱ ଦେଖିଥିଲା। ସମଗ୍ର ବିଶ୍ୱରେ ଅଭାବୀ ଲୋକଙ୍କୁ ସେବା ଯୋଗାଉଛି ରେଡକ୍ରସ।
ସୋସାଇଟିର ଗୁରୁତ୍ୱ ଏହାର ଇତିହାସରେ ଲୁଚି ରହିଛି। ୧୮୫୯ରେ ସୁଇଜରଲାଣ୍ଡର ବ୍ୟବସାୟୀ ଜନ-ହେନେରୀ ଡୁନାଣ୍ଟ ଇଟାଲୀରେ ସୋଲ୍ଫେରିନୋ ଯୁଦ୍ଧର ସାକ୍ଷୀ ହୋଇଥିଲେ। ଯେଉଁଥିରେ ବହୁ ସଂଖ୍ୟକ ସୈନିକ ପ୍ରାଣ ହରାଇବା ସହିତ ଅନେକ ଆହତ ମଧ୍ୟ ହୋଇଥିଲେ। ଏହି ଆହତ ସୈନିକମାନଙ୍କର ଯତ୍ନ ନେବା ପାଇ କୌଣସି ସେନାର ଚିକିତ୍ସାଳୟ ନ ଥିଲା। ଡୁନାଣ୍ଟ ସ୍ବେଚ୍ଛାସେବୀମାନଙ୍କ ଏକ ଦଳ ଗଠନ କରିଥିଲେ। ଖାଦ୍ୟ ଏବଂ ଜଳ ବିତରଣ କରିଥିଲେ। କେବଳ ଏତିକି ନୁହେଁ, ଏହି ଗୋଷ୍ଠୀ ତାଙ୍କୁ ଚିକିତ୍ସା କରିଥିଲେ ଏବଂ ତାଙ୍କ ପରିବାରକୁ ଚିଠି ମଧ୍ୟ ଲେଖିଥିଲେ।
ଘଟଣାର ତିନି ବର୍ଷ ପରେ ହେନେରୀ ତାଙ୍କର ଅନୁଭୂତି ‘ଏ ମେମୋରି ଅଫ ସୋଲ୍ଫେରିନୋ’ ପୁସ୍ତକ ଆକାରରେ ପ୍ରକାଶ କରିଥିଲେ। ଏହି ପୁସ୍ତକରେ ସେ ଏକ ସ୍ଥାୟୀ ଅନ୍ତର୍ଜାତୀୟ ସମାଜ ଗଠନ ପାଇଁ ପରାମର୍ଶ ଦେଇଥିଲେ। ଏକ ସମାଜ ଯିଏ ଯୁଦ୍ଧରେ ଆହତ ଲୋକଙ୍କୁ ଚିକିତ୍ସା କରିପାରିବ। ଯିଏ କୌଣସି ଦେଶର ନାଗରିକତ୍ୱ ଆଧାରରେ ନୁହେଁ ବରଂ ମାନବିକତା ଆଧାରରେ ଲୋକଙ୍କ ପାଇଁ କାମ କରିବ। ତାଙ୍କର ପରାମର୍ଶ ପରବର୍ତ୍ତୀ ବର୍ଷ କାର୍ଯ୍ୟକାରୀ କରାଯାଇଥିଲା। ଫେବୃଆରୀ ୧୮୬୩ରେ ଜେନେଭା ଜନ କଲ୍ୟାଣ ସମାଜ ଏକ କମିଟି ଗଠନ କଲା। ଯାହାର ସୁପାରିସରେ ଅକ୍ଟୋବର ୧୮୬୩ରେ ଏକ ବିଶ୍ୱ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୬ଟି ଦେଶର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଯେଉଁଥିରେ ଅନେକ ପ୍ରସ୍ତାବ ଏବଂ ନୀତି ଗ୍ରହଣ କରାଯାଇଥିଲା। ଏହା ପରେ ୧୮୭୬ରେ ରେଡକ୍ରସର ଅନ୍ତର୍ଜାତୀୟ କମିଟି (ଆଇସିଆରସି) ନାମରେ ଗଠନ ହୋଇଥିଲା।
The post ସେବାର ଅନ୍ୟନାମ ‘ରେଡ୍କ୍ରସ’ appeared first on Dharitri Odia News.