ସେବାୟତଙ୍କ ମଧ୍ୟରେ ତୁଟିଲା ବିବାଦ: ୩ ଘଣ୍ଟା ବିଳମ୍ବରେ ଚାଲିଛି ନୀତିକାନ୍ତି
ପୁରୀ,୫।୨: ଶ୍ରୀମନ୍ଦିରରେ ସୁଆର ଓ ମହାସୁଆର ସେବାୟତଙ୍କ ମଧ୍ୟରେ ଥିବା ବିବାଦର ଶେଷରେ ସମାଧାନ ହୋଇଛି। ପରେ ଶ୍ରୀମନ୍ଦିର ଭୋଗ ମଣ୍ଡପରୁ ରବିବାର ରାତିର ଶତାଧିକ ଅଭଡ଼ା କୂଡ଼ୁଆ ବାହାରିଛି। ମାତ୍ର ଏହି ବିବାଦ ଯୋଗୁ ମହାପ୍ରଭୁଙ୍କ ନୀତିକାନ୍ତି ୩ ଘଣ୍ଟା ବିଳମ୍ବରେ ଚାଲିଛି। ସୂଚନାଯୋଗ୍ୟ, ରବିବାର ଭିତର କାଠ ନିକଟରେ ରକ୍ତଛିଟା ପଡ଼ି ବଡ଼ ମହାସ୍ନାନ ହୋଇଥିଲା। ବଡ଼ସ୍ନାନ ପରେ ଦ୍ୱିତୀୟ ଭୋଗ ମଣ୍ଡପରେ ସା ଆଳତି ହୋଇଥିଲା। ମାତ୍ର ଆଳତି ହେବାରେ ବିଳମ୍ବ ହେବାରୁ […] The post ସେବାୟତଙ୍କ ମଧ୍ୟରେ ତୁଟିଲା ବିବାଦ: ୩ ଘଣ୍ଟା ବିଳମ୍ବରେ ଚାଲିଛି ନୀତିକାନ୍ତି appeared first on Dharitri Odia News.
ପୁରୀ,୫।୨: ଶ୍ରୀମନ୍ଦିରରେ ସୁଆର ଓ ମହାସୁଆର ସେବାୟତଙ୍କ ମଧ୍ୟରେ ଥିବା ବିବାଦର ଶେଷରେ ସମାଧାନ ହୋଇଛି। ପରେ ଶ୍ରୀମନ୍ଦିର ଭୋଗ ମଣ୍ଡପରୁ ରବିବାର ରାତିର ଶତାଧିକ ଅଭଡ଼ା କୂଡ଼ୁଆ ବାହାରିଛି। ମାତ୍ର ଏହି ବିବାଦ ଯୋଗୁ ମହାପ୍ରଭୁଙ୍କ ନୀତିକାନ୍ତି ୩ ଘଣ୍ଟା ବିଳମ୍ବରେ ଚାଲିଛି।
ସୂଚନାଯୋଗ୍ୟ, ରବିବାର ଭିତର କାଠ ନିକଟରେ ରକ୍ତଛିଟା ପଡ଼ି ବଡ଼ ମହାସ୍ନାନ ହୋଇଥିଲା। ବଡ଼ସ୍ନାନ ପରେ ଦ୍ୱିତୀୟ ଭୋଗ ମଣ୍ଡପରେ ସା ଆଳତି ହୋଇଥିଲା। ମାତ୍ର ଆଳତି ହେବାରେ ବିଳମ୍ବ ହେବାରୁ ସୁଆର ଓ ମହାସୁଆର ସେବାୟତଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଏତେ ବିଳମ୍ବରେ ମହାପ୍ରସାଦ ନେଇ ଏବେ କ’ଣ କରିବୁ ବୋଲି ସୁଆର ସେବକମାନେ କହିଥିଲେ। ଏଥିସହ ସେମାନେ ପ୍ରସାଦ ଭୋଗମଣ୍ଡପରେ ଛାଡ଼ି ଚାଲିଯାଇଥିଲେ। ଫଳରେ ରବିବାରଠାରୁ ଶତାଧିକ ଅଭଡ଼ା କୁଡୁଆ ଭୋଗ ମଣ୍ଡପରେ ପଡ଼ିଥିଲା। ସମସ୍ୟାର ସମାଧାନ ପରେ ଭୋଗ କଡ଼ୁଆ ବାହାରିଛି।
The post ସେବାୟତଙ୍କ ମଧ୍ୟରେ ତୁଟିଲା ବିବାଦ: ୩ ଘଣ୍ଟା ବିଳମ୍ବରେ ଚାଲିଛି ନୀତିକାନ୍ତି appeared first on Dharitri Odia News.