ସେବାୟତଙ୍କୁ ଡରୁଛନ୍ତି ସରକାର, ପଛରେ ରହିଛି ଏହି ବଡ଼ କାରଣ…
ଭୁବନେଶ୍ୱର,୧୪ା୭: ରଥଯାତ୍ରାରେ ହୋଇଥିବା ଅଘଟଣକୁ ନେଇ ବିବାଦ ତେଜିବାରେ ଲାଗିଛି। ବିଶେଷ କରି ପହଣ୍ଡି ସମୟରେ ବଡ଼ଠାକୁର ପଡ଼ିଯିବା ଘଟଣା ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଏହି ଘଟଣାକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ମୁଖ୍ୟ ପ୍ରଶାସକ ବଦଳିଛନ୍ତି। କମିଟି ମଧ୍ୟ ଗଠନ ହୋଇଛି ମାତ୍ର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସରକାର ସେବାୟତଙ୍କୁ ଡରୁଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। କାରଣ କିଛି ସେବାୟତଙ୍କ ମନୋଭାବ ଆଜି ପର୍ଯ୍ୟନ୍ତ ବଦଳୁନାହିଁ। ଅତୀତରେ ଘଟିଥିବା ବ୍ରହ୍ମ ବିଭ୍ରାଟଠାରୁ […] The post ସେବାୟତଙ୍କୁ ଡରୁଛନ୍ତି ସରକାର, ପଛରେ ରହିଛି ଏହି ବଡ଼ କାରଣ… appeared first on Dharitri Odia News.
ଭୁବନେଶ୍ୱର,୧୪ା୭: ରଥଯାତ୍ରାରେ ହୋଇଥିବା ଅଘଟଣକୁ ନେଇ ବିବାଦ ତେଜିବାରେ ଲାଗିଛି। ବିଶେଷ କରି ପହଣ୍ଡି ସମୟରେ ବଡ଼ଠାକୁର ପଡ଼ିଯିବା ଘଟଣା ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଏହି ଘଟଣାକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ମୁଖ୍ୟ ପ୍ରଶାସକ ବଦଳିଛନ୍ତି। କମିଟି ମଧ୍ୟ ଗଠନ ହୋଇଛି ମାତ୍ର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସରକାର ସେବାୟତଙ୍କୁ ଡରୁଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। କାରଣ କିଛି ସେବାୟତଙ୍କ ମନୋଭାବ ଆଜି ପର୍ଯ୍ୟନ୍ତ ବଦଳୁନାହିଁ।
ଅତୀତରେ ଘଟିଥିବା ବ୍ରହ୍ମ ବିଭ୍ରାଟଠାରୁ ଆରମ୍ଭ କରି ଶ୍ରୀମନ୍ଦିରରେ ବଡ଼ ଅଘଟଣ ସବୁ ଘଟିଛି । କମିଟି ଗଠନ ହୋଇଛି, ତଦନ୍ତ ହୋଇଛି ମାତ୍ର କୌଣସି ସୁଫଳ ଆଜିଯାଏ ମିଳିପାରିନାହିଁ। ସରକାର ଚାହିଁଲେ ଅନେକ ପଦକ୍ଷେପ ନେଇ ପାରିବେ ମାତ୍ର ତାଙ୍କର ଭୟ ରହୁଛି। ଶ୍ରୀମନ୍ଦିର ନେଇ ରାଜ୍ୟ, ଦେଶ ଓ ବିଦେଶର ଲୋକଙ୍କ ଭାବାବେଗ ଜଡ଼ିତ ଥିବାରୁ କୌଣସି ଅଘଟଣ ଘଟିଲେ ବା କଠୋର ପଦକ୍ଷେପ ନେଲେ ସେବାୟତମାନେ ଜାଣିଶୁଣି ନୀତି ବିଭ୍ରାଟ କରିବେ। ଏହା ପରେ ଲୋକେ ପାଲଟା ସରକାରଙ୍କୁ ଦାୟୀ କରିବେ। ଏମିତି ଅନେକ କାରଣ ରହିଥିବାରୁ ସରକାର ସବୁ ଜାଣିଥିଲେ ମଧ୍ୟ କୌଣସି କଡ଼ା ପଦକ୍ଷେପ ନେଇପାରୁନାହାନ୍ତି। ଫଳରେ ବିଭ୍ରାଟ ଘଟିଚାଲିଛି।
The post ସେବାୟତଙ୍କୁ ଡରୁଛନ୍ତି ସରକାର, ପଛରେ ରହିଛି ଏହି ବଡ଼ କାରଣ… appeared first on Dharitri Odia News.