ସେମାନେ ଜଗନ୍ତୁ, ଆମେ ଡରିବୁ କାହିଁକି: ବିଜେଡିର ‘ଛାୟା କ୍ୟାବିନେଟ୍’କୁ ନେଇ ବଡ଼ ବୟାନ ଦେଲେ…
ଭୁବନେଶ୍ୱର,୧୮।୭: ବିଜେଡିର ଛାୟା କ୍ୟାବିନେଟ୍ ଗଠନକୁ ନେଇ ଏମ୍ପି ପ୍ରତାପ ଷଡ଼ଙ୍ଗୀ ପ୍ରତିକ୍ରିୟା ରଖି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଅସ୍ତିତ୍ୱ ଅଛି ବୋଲି ଜଣାଇବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆମେ ଖୁସି ଯେ ଆମକୁ ଶକ୍ତ ବିରୋଧୀ ଦଳ ମିଳିଛି। ସେମାନେ ଜଗନ୍ତୁ, ଆମେ ଡରିବୁ କାହିଁକି। କାରଣ ଆମର ରାଜକୋଷ ଲୁଟିବା ଯୋଜନା ନାହିଁ। ଆମେ କିନ୍ତୁ ‘ଆମ ଓଡ଼ିଶା, ନବୀନ ଓଡ଼ିଶା, ୫ଟି କାଢ଼ିବୁ’। ଆମେ ଶତ ପ୍ରତିଶତ କାମ […] The post ସେମାନେ ଜଗନ୍ତୁ, ଆମେ ଡରିବୁ କାହିଁକି: ବିଜେଡିର ‘ଛାୟା କ୍ୟାବିନେଟ୍’କୁ ନେଇ ବଡ଼ ବୟାନ ଦେଲେ… appeared first on Dharitri Odia News.
ଭୁବନେଶ୍ୱର,୧୮।୭: ବିଜେଡିର ଛାୟା କ୍ୟାବିନେଟ୍ ଗଠନକୁ ନେଇ ଏମ୍ପି ପ୍ରତାପ ଷଡ଼ଙ୍ଗୀ ପ୍ରତିକ୍ରିୟା ରଖି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଅସ୍ତିତ୍ୱ ଅଛି ବୋଲି ଜଣାଇବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆମେ ଖୁସି ଯେ ଆମକୁ ଶକ୍ତ ବିରୋଧୀ ଦଳ ମିଳିଛି। ସେମାନେ ଜଗନ୍ତୁ, ଆମେ ଡରିବୁ କାହିଁକି। କାରଣ ଆମର ରାଜକୋଷ ଲୁଟିବା ଯୋଜନା ନାହିଁ। ଆମେ କିନ୍ତୁ ‘ଆମ ଓଡ଼ିଶା, ନବୀନ ଓଡ଼ିଶା, ୫ଟି କାଢ଼ିବୁ’। ଆମେ ଶତ ପ୍ରତିଶତ କାମ କରିବାକୁ ଆସୁଛୁ, ଡରିବୁ କାହିଁକି। ତେବେ ଛାୟା କ୍ୟାବିନେଟ୍ କଲେ ହେଲେ ଛାୟା ମୁଖ୍ୟମନ୍ତ୍ରୀ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରିକି ଯାହା ଉପରେ ଭରସା କରିଥିଲେ ସିଏ ଆଉଟ୍ ବୋଲି ଷଡ଼ଙ୍ଗୀ କଟାକ୍ଷ କରିଛନ୍ତି।
ପ୍ରକାଶ ଯେ, ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଛାୟା କ୍ୟାବିନେଟ ଗଠନ ହୋଇଛି। ପ୍ରଥମ ଥର ପାଇଁ ବିଜୁ ଜନତା ଦଳ ବିରୋଧୀ ଦଳ ବଡ଼ ରଣନୀତି ପ୍ରସ୍ତୁତ କରିଛି। ଏଥିଲାଗି ସରକାରଙ୍କ ପ୍ରତ୍ୟେକ ବିଭାଗ ଉପରେ ତୀକ୍ଷ୍ମ ନଜର ରଖିବାକୁ ଜଣେ ଲେଖାଏ ଏପରି କି ଗୋଟିଏ ଗୋଟିଏ ବିଭାଗର କାର୍ଯ୍ୟକଳାପ ଉପରେ ୨/୩ ଜଣ ବିଧାୟକଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବୁଧବାର ଦଳୀୟ ବିଧାୟକମାନଙ୍କୁ ଦାୟିତ୍ୱ ବଣ୍ଟନ କରିଛନ୍ତି । ନବୀନଙ୍କ ବ୍ୟତୀତ ଦଳର ଅନ୍ୟ ସମସ୍ତ ୫୦ ବିଧାୟକଙ୍କୁ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଦାୟିତ୍ୱ ଦିଆଯାଇଛି।
ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରତିଟି କାର୍ଯ୍ୟ ଉପରେ ନଜର ରଖିବାକୁ ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରମିଳା ମଲ୍ଲିକଙ୍କୁ ପଞ୍ଚାୟତିରାଜ ଓ ସଂସଦୀୟ ବ୍ୟାପାର, ବଦ୍ରି ନାରାୟଣ ପାତ୍ରଙ୍କୁ ମହିଳା ଓ ଶିଶୁ ବିକାଶ, ନିରଞ୍ଜନ ପୂଜାରୀଙ୍କୁ ଗୃହ ଓ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ଅଶ୍ୱିନୀ ପାତ୍ରଙ୍କୁ ହସ୍ତଶିଳ୍ପ, ହସ୍ତତନ୍ତ ଓ ବୟନଶିଳ୍ପ, ପ୍ରତାପ କେଶରୀ ଦେବଙ୍କୁ ସାଧାରଣ ପ୍ରଶାସନ(ଜିଏ) ଓ ସାଧାରଣ ଅଭିଯୋଗ, ଅରୁଣ କୁମାର ସାହୁଙ୍କୁ ଜଳସମ୍ପଦ, ସାରଦା ପ୍ରସାଦ ନାୟକଙ୍କୁ ଶିଳ୍ପ ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ ଓ ସାଧାରଣ ଉଦ୍ୟୋଗ ବିଭାଗ ଦାୟିତ୍ୱ ଦିଆଯାଇଛି। ସେହିପରି ଅନ୍ୟ ମନ୍ତ୍ରୀମାନଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି।
The post ସେମାନେ ଜଗନ୍ତୁ, ଆମେ ଡରିବୁ କାହିଁକି: ବିଜେଡିର ‘ଛାୟା କ୍ୟାବିନେଟ୍’କୁ ନେଇ ବଡ଼ ବୟାନ ଦେଲେ… appeared first on Dharitri Odia News.