ସେଲିବ୍ରେଟିଙ୍କ ଫିଟନେସ୍ ଫର୍ମୁଲା କ’ଣ ? ଜାଣନ୍ତୁ ସିକ୍ରେଟ୍ ଡାଏଟ୍ ବିଷୟରେ...
ମୁମ୍ଵାଇ ୦୨।୦୮: ଫିଲ୍ମ କଳାକାରଙ୍କ ଫିଟନେସ୍ ଫର୍ମୁଲା କ’ଣ ? ଶରୀର ପାଇଁ କେତେ ସମୟ ଦେଇଛନ୍ତି ସେଲିବ୍ରିଟି ? ଡାଏଟ୍ କ’ଣ ରହିଛି ପ୍ରତିବନ୍ଧକ । ସିକ୍ସ ପ୍ୟାକ୍ ପାଇଁ ଚିନିକୁ କାହିଁକି ନା ? ଏସବୁ ଚଳଚ୍ଚିତ୍ର ପ୍ରଚ୍ଛଦପଟର ଚିତ୍ର । ଫିଲ୍ମ ପ୍ରଯୋଜକ ଏବଂ ନିର୍ଦ୍ଦେଶକଙ୍କ ଡିମାଣ୍ଡ ଅନୁଯାୟୀ, କଳାକାରମାନେ ଶରୀରରେ ବିଭିନ୍ନ ଭଙ୍ଗି କରିଥାନ୍ତି। ସିକ୍ସ ପ୍ୟାକ୍ ସହିତ ସୁନ୍ଦର ଏବଂ ଆକର୍ଷଣୀୟ ଶରୀର ତିଆରି କରିଥାନ୍ତି ଅଭିନେତା । ଘଣ୍ଟା ଘଣ୍ଟା ଧରି ଜିମ୍ରେ ଝାଳ ବୁହାଇବା ସହିତ ଏଥିପାଇଁ ସ୍ବତନ୍ତ୍ର ଟ୍ରେନର ମଧ୍ୟ ରଖିଛନ୍ତି । କେହି କେହି ଫିଟନେସ୍ ପାଇଁ ରାତ୍ରି ଭୋଜନକୁ ବନ୍ଦ କରିବା ସହିତ ଚିନିର ସ୍ବାଦକୁ ସବୁଦିନ ପାଇଁ ଭୁଲିଯାଇଛନ୍ତି । ବଲିଉଡରେ ଫିଟନେସକୁ ବିଶେଷ ଗୁରୁତ୍ବ ଦିଆଯାଉଥିବାରୁ ଅଧିକାଂଶ କଳାକାର ବଡି ବିଲ୍ଡର ହେବାକୁ ପସନ୍ଦ କରୁଛନ୍ତି ।ବଲିଉଡ ଆକ୍ଟର କାର୍ତ୍ତିକ ଆର୍ଯ୍ୟନ୍ । ବଲିଉଡରେ ତାଙ୍କର ଚାହିଦା ଏବେ ବେଶ୍ ଅଧିକ । କାର୍ତ୍ତିକଙ୍କ ‘ଚନ୍ଦୁ ଚାମ୍ପିୟନ’ ଦର୍ଶକଙ୍କ ହୃଦୟ ଜିତିଛି । ଫ୍ୟାନ୍ସ କେବଳ କାର୍ତ୍ତିକଙ୍କ ଅଭିନୟର ନୁହେଁ, ବରଂ ତାଙ୍କ ଆକର୍ଷଣୀୟ ଶରୀରକୁ ପ୍ରଶଂସା କରିଥିଲେ । ‘ଚନ୍ଦୁ ଚାମ୍ପିୟନ’ ସୁଟିଂ ପାଇଁ କାର୍ତ୍ତିକ ସିକ୍ସ ପ୍ୟାକ୍ ଆବ୍ସବାଲା ବଡି ବନାଇଥିଲେ। ଏଥିପାଇଁ ସେ ଚିନି ଖାଇବା ଛାଡ଼ି ଦେଇଥିଲେ । ଏତିକି ନୁହେଁ, ସବୁ ପ୍ରକାର ମିଠା ଠାରୁ ଦୂରେଇ ରହିଥିଲେ। ଅ
ମୁମ୍ଵାଇ ୦୨।୦୮: ଫିଲ୍ମ କଳାକାରଙ୍କ ଫିଟନେସ୍ ଫର୍ମୁଲା କ’ଣ ? ଶରୀର ପାଇଁ କେତେ ସମୟ ଦେଇଛନ୍ତି ସେଲିବ୍ରିଟି ? ଡାଏଟ୍ କ’ଣ ରହିଛି ପ୍ରତିବନ୍ଧକ । ସିକ୍ସ ପ୍ୟାକ୍ ପାଇଁ ଚିନିକୁ କାହିଁକି ନା ? ଏସବୁ ଚଳଚ୍ଚିତ୍ର ପ୍ରଚ୍ଛଦପଟର ଚିତ୍ର । ଫିଲ୍ମ ପ୍ରଯୋଜକ ଏବଂ ନିର୍ଦ୍ଦେଶକଙ୍କ ଡିମାଣ୍ଡ ଅନୁଯାୟୀ, କଳାକାରମାନେ ଶରୀରରେ ବିଭିନ୍ନ ଭଙ୍ଗି କରିଥାନ୍ତି। ସିକ୍ସ ପ୍ୟାକ୍ ସହିତ ସୁନ୍ଦର ଏବଂ ଆକର୍ଷଣୀୟ ଶରୀର ତିଆରି କରିଥାନ୍ତି ଅଭିନେତା । ଘଣ୍ଟା ଘଣ୍ଟା ଧରି ଜିମ୍ରେ ଝାଳ ବୁହାଇବା ସହିତ ଏଥିପାଇଁ ସ୍ବତନ୍ତ୍ର ଟ୍ରେନର ମଧ୍ୟ ରଖିଛନ୍ତି । କେହି କେହି ଫିଟନେସ୍ ପାଇଁ ରାତ୍ରି ଭୋଜନକୁ ବନ୍ଦ କରିବା ସହିତ ଚିନିର ସ୍ବାଦକୁ ସବୁଦିନ ପାଇଁ ଭୁଲିଯାଇଛନ୍ତି । ବଲିଉଡରେ ଫିଟନେସକୁ ବିଶେଷ ଗୁରୁତ୍ବ ଦିଆଯାଉଥିବାରୁ ଅଧିକାଂଶ କଳାକାର ବଡି ବିଲ୍ଡର ହେବାକୁ ପସନ୍ଦ କରୁଛନ୍ତି ।

ବଲିଉଡ ଆକ୍ଟର କାର୍ତ୍ତିକ ଆର୍ଯ୍ୟନ୍ । ବଲିଉଡରେ ତାଙ୍କର ଚାହିଦା ଏବେ ବେଶ୍ ଅଧିକ । କାର୍ତ୍ତିକଙ୍କ ‘ଚନ୍ଦୁ ଚାମ୍ପିୟନ’ ଦର୍ଶକଙ୍କ ହୃଦୟ ଜିତିଛି । ଫ୍ୟାନ୍ସ କେବଳ କାର୍ତ୍ତିକଙ୍କ ଅଭିନୟର ନୁହେଁ, ବରଂ ତାଙ୍କ ଆକର୍ଷଣୀୟ ଶରୀରକୁ ପ୍ରଶଂସା କରିଥିଲେ । ‘ଚନ୍ଦୁ ଚାମ୍ପିୟନ’ ସୁଟିଂ ପାଇଁ କାର୍ତ୍ତିକ ସିକ୍ସ ପ୍ୟାକ୍ ଆବ୍ସବାଲା ବଡି ବନାଇଥିଲେ। ଏଥିପାଇଁ ସେ ଚିନି ଖାଇବା ଛାଡ଼ି ଦେଇଥିଲେ । ଏତିକି ନୁହେଁ, ସବୁ ପ୍ରକାର ମିଠା ଠାରୁ ଦୂରେଇ ରହିଥିଲେ।

ଅଭିନେତା ମନୋଜ ବାଜପେୟୀ। ତାଙ୍କ ଚମତ୍କାର ଅଭିନୟ ପାଇଁ ଖୁବ୍ ଲୋକପ୍ରିୟ । ନିଜର ଫିଟ୍ନେସ୍କୁ ନେଇ ମଧ୍ୟ ସର୍ବଦା ସଚେତନ। ଖାଦ୍ୟ ପାନୀୟ ପ୍ରତି ସାବଧାନତା ସହ ନିୟମିତ ବ୍ୟାୟାମ, ତାଙ୍କ ସୁସ୍ଥ ଶରୀର ପଛର ମୂଳ ରହସ୍ୟ । ସେ ଗତ ୧୪ ବର୍ଷ ଧରି ରାତ୍ରି ଭୋଜନ କରିନଥିବା କହିଛନ୍ତି ।

ଅନ୍ୟତମ ଅଭିନେତା ଗୁରମିତ ଚୌଧୁରୀ । ଛୋଟ ପରଦାରୁ ବଡ଼ ପରଦା ଯାଏଁ ଦେଖାଇଛନ୍ତି ଜଲଓ୍ବା । ତେବେ ତାଙ୍କ ପରଦା ପଛର କାହାଣୀ ହେଉଛି ଫିଟନେସ୍ । ୧୫ ବର୍ଷ ହେଲା ସିଙ୍ଗଡ଼ା ଖାଇନାହାନ୍ତି ଗୁରମିତ। । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସନ୍ତୁଳିତ ଖାଦ୍ୟ ଉପରେ ଧ୍ୟାନ ଦେଇଆସୁଛନ୍ତି ।

ବିଟାଉନ୍ର ମସ୍ତାନୀ ଗର୍ଲ ଦୀପିକା ପାଦୁକୋନ । ହିନ୍ଦୀ ଇଣ୍ଡଷ୍ଟ୍ରି ସଫଳ ନାୟିକା। ‘ଓମ୍ ଶାନ୍ତି ଓମ୍’ ଥିଲା ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ । ଏହା ପରଠୁ ବେଶ୍ ହିଟ୍, ସୁପରହିଟ୍, ବ୍ଲକ୍ବଷ୍ଟର ମୁଭିରେ ନଜର ଆସିଛନ୍ତି ଦୀପିକା । ନିଖୁଣ ଅଭିନୟ ସାଙ୍ଗକୁ ଫିଟ୍ ରହିବା ତାଙ୍କର ଆଉ ଏକ ବିଶେଷତ୍ୱ । କ’ଣ ଖାଇବା ଉଚିତ, କ’ଣ ନୁହଁ ତାହା ତାଙ୍କୁ ବେଶ୍ ଜଣା । ସେ ଭାତ ପ୍ରାୟତଃ ଖାଆନ୍ତି ନାହିଁ ।

ବଲିଉଡ ସେଲିବ୍ରିଟିଙ୍କ ଏହି ତାଲିକାରେ ଅଛନ୍ତି ସୋନମ୍ କପୁର । ଅଭିନୟ ସହିତ ଫ୍ୟାସନ୍ ସେନ୍ସ ପାଇଁ ସୋନମ୍ ବେଶ୍ ଜଣାଶୁଣା । ଖାଦ୍ୟପେୟ, ଫିଟ୍ନେସ୍ ପ୍ରତି ଖୁବ୍ ସତର୍କ ରୁହନ୍ତି। ସେ ଦହି ଖାଇବାକୁ ଖୁବ୍ ପସନ୍ଦ କରୁଥିଲେ । କିନ୍ତୁ ଗତ କିଛି ବର୍ଷ ହେଲା ଫିଟ୍ ରହିବା ପାଇଁ ଦହି ଖାଇବା ଛାଡ଼ି ଦେଇଛନ୍ତି । ଏହା ତାଙ୍କ ଫିଟ୍ ରହିବାର ମୁଳମନ୍ତ୍ର ବୋଲି କୁହାଯାଉଛି । ସେ ଯାହା ହେଉ ନା କାହିଁକି ଶରୀରକୁ ସୁସ୍ଥ ରହିଖିବା ପାଇଁ ବ୍ୟାୟାମ ସହିତ ଖାଦ୍ୟପେୟ ଉପରେ ବିଶେଷ୍ ଧ୍ୟାନ ଦେବା ଉଚିତ୍...