ସୋନୀ ପିକଚର୍ସ ଏଣ୍ଟରଟେନମେଣ୍ଟର ନୂଆ ସିଇଓ ହେବେ ରବି ଆହୁଜା, ଟୋନୀ ଭିନ୍ସିକ୍ବୋରାଙ୍କ ସ୍ଥାନ ନେବେ

ନୂଆଦିଲ୍ଲୀ: ଜାପାନର ସୋନୀ ଗ୍ରୁପ କର୍ପୋରେସନ (ଏସପିଈ), ରବି ଆହୁଜାଙ୍କୁ ଏହାର ପରବର୍ତ୍ତୀ ଅଧ୍ୟକ୍ଷ ଏବଂ ସିଇଓ ନିଯୁକ୍ତ କରିବା ନେଇ ମଙ୍ଗଳବାର ଘୋଷଣା କରିଛି। ୨୦୨୫ ଜାନୁଆରୀ ୨ରୁ ସେ ଦାୟିତ୍ବ ସମ୍ଭାଳିବେ। ଏକ ବିବୃତ୍ତିରେ ସୋନୀ ଗ୍ରୁପ୍‌ କହିଛି ଯେ, ଏସପିଈର ଗ୍ଲୋବାଲ ଟେଲିଭିଜନ ଷ୍ଟୁଡିଓର ବର୍ତ୍ତମାନର ଅଧ୍ୟକ୍ଷ ସିଓଓ ରବି ଆହୁଜା, ବର୍ତ୍ତମାନ ଏସପିଈର ଅଧ୍ୟକ୍ଷ ଏବଂ ସିଇଓ ଦାୟିତ୍ବରେ ଥିବା ଟୋନୀ ଭିନ୍ସିକ୍ବେରାଙ୍କ ସ୍ଥାନ ନେବେ। ବିବୃତ୍ତିରେ କୁହାଯାଇଛି, ଭିନ୍ସିକେରା ୨୦୨୫ ଡିସେମ୍ବର ଶେଷ ପର୍ଯ୍ୟନ୍ତ ଅଣ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ଏସପିଈ ପାଇଁ ପରାମର୍ଶଦାତା ଭାବରେ ରହିବେ। ଆହୁରି ମଧ୍ୟ କୁହାଯାଇଛି ଯେ, ଆହୁଜା, ସୋନୀ ଗ୍ରୁପ୍‌ କର୍ପୋରେସନର ଚେୟାରମ୍ୟାନ ଏବଂ ସିଇଓ କେନିଚିରୋ ୟୋଶିଦା ଏବଂ ସୋନୀ ଗ୍ରୁପ୍ କର୍ପୋରେସନର ଅଧ୍ୟକ୍ଷ, ସିଇଓ ଏବଂ ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫଓ) ହିରୋକୀ ତୋତୋକୀଙ୍କ ଅଧୀନରେ କାମ କରିବେ।ଆହୁଜା, ସୋନୀ ପିକଚର୍ସ ଟେଲିଭିଜନ (ଏସପିଟି)ର ସବୁ ନିର୍ମାଣ ବ୍ୟବସାୟ ଏବଂ ଗ୍ଲୋବାଲ ଟେଲିଭିଜନ ଷ୍ଟୁଡିଓଜର ଚେୟାରମ୍ୟାନ ଭାବରେ ଷ୍ଟୁଡିଓର ଭାରତ ବ୍ୟବସାୟ ଦାୟିତ୍ବରେ ୨୦୨୧ରେ ନିଯୁକ୍ତ ହୋଇଥିଲେ। 

ସୋନୀ ପିକଚର୍ସ ଏଣ୍ଟରଟେନମେଣ୍ଟର ନୂଆ ସିଇଓ ହେବେ ରବି ଆହୁଜା, ଟୋନୀ ଭିନ୍ସିକ୍ବୋରାଙ୍କ ସ୍ଥାନ ନେବେ

ନୂଆଦିଲ୍ଲୀ: ଜାପାନର ସୋନୀ ଗ୍ରୁପ କର୍ପୋରେସନ (ଏସପିଈ), ରବି ଆହୁଜାଙ୍କୁ ଏହାର ପରବର୍ତ୍ତୀ ଅଧ୍ୟକ୍ଷ ଏବଂ ସିଇଓ ନିଯୁକ୍ତ କରିବା ନେଇ ମଙ୍ଗଳବାର ଘୋଷଣା କରିଛି। ୨୦୨୫ ଜାନୁଆରୀ ୨ରୁ ସେ ଦାୟିତ୍ବ ସମ୍ଭାଳିବେ। ଏକ ବିବୃତ୍ତିରେ ସୋନୀ ଗ୍ରୁପ୍‌ କହିଛି ଯେ, ଏସପିଈର ଗ୍ଲୋବାଲ ଟେଲିଭିଜନ ଷ୍ଟୁଡିଓର ବର୍ତ୍ତମାନର ଅଧ୍ୟକ୍ଷ ସିଓଓ ରବି ଆହୁଜା, ବର୍ତ୍ତମାନ ଏସପିଈର ଅଧ୍ୟକ୍ଷ ଏବଂ ସିଇଓ ଦାୟିତ୍ବରେ ଥିବା ଟୋନୀ ଭିନ୍ସିକ୍ବେରାଙ୍କ ସ୍ଥାନ ନେବେ। 

ବିବୃତ୍ତିରେ କୁହାଯାଇଛି, ଭିନ୍ସିକେରା ୨୦୨୫ ଡିସେମ୍ବର ଶେଷ ପର୍ଯ୍ୟନ୍ତ ଅଣ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ଏସପିଈ ପାଇଁ ପରାମର୍ଶଦାତା ଭାବରେ ରହିବେ। ଆହୁରି ମଧ୍ୟ କୁହାଯାଇଛି ଯେ, ଆହୁଜା, ସୋନୀ ଗ୍ରୁପ୍‌ କର୍ପୋରେସନର ଚେୟାରମ୍ୟାନ ଏବଂ ସିଇଓ କେନିଚିରୋ ୟୋଶିଦା ଏବଂ ସୋନୀ ଗ୍ରୁପ୍ କର୍ପୋରେସନର ଅଧ୍ୟକ୍ଷ, ସିଇଓ ଏବଂ ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫଓ) ହିରୋକୀ ତୋତୋକୀଙ୍କ ଅଧୀନରେ କାମ କରିବେ।

ଆହୁଜା, ସୋନୀ ପିକଚର୍ସ ଟେଲିଭିଜନ (ଏସପିଟି)ର ସବୁ ନିର୍ମାଣ ବ୍ୟବସାୟ ଏବଂ ଗ୍ଲୋବାଲ ଟେଲିଭିଜନ ଷ୍ଟୁଡିଓଜର ଚେୟାରମ୍ୟାନ ଭାବରେ ଷ୍ଟୁଡିଓର ଭାରତ ବ୍ୟବସାୟ ଦାୟିତ୍ବରେ ୨୦୨୧ରେ ନିଯୁକ୍ତ ହୋଇଥିଲେ।