ସେୟାର ବଜାରର ରାଜା ମନମୋହନ, ୧୦ ବର୍ଷରେ କରାଇଥିଲେ ପାଞ୍ଚଗୁଣା ଆୟ

ନୂଆଦିଲ୍ଲୀ : ଡିସେମ୍ବର ୨୬ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରର ଡ. ମନମୋହନ ସିଂଙ୍କର ପରଲୋକ ହୋଇଛି। ହେଲେ ଭାରତୀୟ ଅର୍ଥନୀତିର କୌଟିଲ୍ୟ କୁହାଯାଉଥିବା ଶ୍ରୀ ସିଂଙ୍କର ଅନେକ କଥା ଅନେକ ପଦକ୍ଷେପ ସବୁଦିନ ପାଇଁ ମନେରହିବ। ୧୯୯୧ ରେ ସେ ବିଶ୍ୱ ପାଇଁ କିଭଳି ଭାରତ ବଜାର ଖୋଲିଦେଇଥିଲେ। ତାଙ୍କର ୧୦ ବର୍ଷ କାର୍ଯ୍ୟକାଳରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସରେ ୫ ଗୁଣା ବୃଦ୍ଧି ଦେଖିବାକୁ ମିଳିଥିଲା। ବିଶେଷ କଥା ହେଉଛି ୨୦୦୪ ରୁ ୨୦୧୪ […]

ସେୟାର ବଜାରର ରାଜା ମନମୋହନ, ୧୦ ବର୍ଷରେ କରାଇଥିଲେ ପାଞ୍ଚଗୁଣା ଆୟ
Manmohan Singh, the king of the stock market

ନୂଆଦିଲ୍ଲୀ : ଡିସେମ୍ବର ୨୬ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରର ଡ. ମନମୋହନ ସିଂଙ୍କର ପରଲୋକ ହୋଇଛି। ହେଲେ ଭାରତୀୟ ଅର୍ଥନୀତିର କୌଟିଲ୍ୟ କୁହାଯାଉଥିବା ଶ୍ରୀ ସିଂଙ୍କର ଅନେକ କଥା ଅନେକ ପଦକ୍ଷେପ ସବୁଦିନ ପାଇଁ ମନେରହିବ। ୧୯୯୧ ରେ ସେ ବିଶ୍ୱ ପାଇଁ କିଭଳି ଭାରତ ବଜାର ଖୋଲିଦେଇଥିଲେ। ତାଙ୍କର ୧୦ ବର୍ଷ କାର୍ଯ୍ୟକାଳରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସରେ ୫ ଗୁଣା ବୃଦ୍ଧି ଦେଖିବାକୁ ମିଳିଥିଲା। ବିଶେଷ କଥା ହେଉଛି ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ଷ୍ଟକ୍ ବଜାର ୧୦ ବର୍ଷରେ କେବଳ ଦୁଇଥର ନକାରାତ୍ମକ ସ୍ତରରେ ଦେଖିବାକୁ ମିଳି‌ଥିଲା। ଯେଉଁଠାରେ ୮ ଥର ନିବେଶକମାନେ ବିପୁଳ ଲାଭ କରିଥିଲେ।

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶ୍ୱର ଅନ୍ୟତମ ଅର୍ଥନୀତିଜ୍ଞ ମନମୋହନ ସିଂଙ୍କ କାର୍ଯ୍ୟକାଳ ସମୟରେ ସେୟାର ବଜାରରେ ଏକ ବଡ଼ ଧରଣର ବୃଦ୍ଧି ଘଟିଥିଲା। ତଥ୍ୟ ଅନୁଯାୟୀ, ୨୦୦୪ ରୁ ୨୦୧୪ ମଧ୍ୟରେ ବମ୍ବେ ଷ୍ଟକ୍‌ ର ମୁଖ୍ୟ ସୂଚକାଙ୍କ ସେନସେକ୍ସ ୩୯୮ ପ୍ରତିଶତ ବୃଦ୍ଧି ଘଟିଥିଲା। ଯେତେବେଳେ ସେ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କଲେ, ସେନ୍‌ସେକ୍ସ ୪,୯୬୧ ପଏଣ୍ଟରେ ଥିଲା। ୨୦୧୪ରେ ଯେତେବେଳେ ସରକାର ବଦଳିଲା ସେତେବେଳକୁ ସେନସେକ୍ସ ୨୪,୬୯୩ ପଏଣ୍ଟରେ ପହଞ୍ଚିଥିଲା। ଏଥିରୁ ସ୍ପଷ୍ଟ ଯେ, ମନମୋହନ ସିଂ ସେୟାର ବଜାର ନିବେଶକଙ୍କୁ ତାଙ୍କ ୧୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ ବହୁତ ରୋଜଗାର ଦେଇଛନ୍ତି।