ସେୟାର ମାର୍କେଟରେ ନିବେଶ କରୁଥିବା ଲୋକଙ୍କ ଲାଗି ଜରୁରି ଖବର,SEBI କରିବାକୁ ଯାଉଛନ୍ତି ବଡ଼ ପରିବର୍ତ୍ତନ
ମୁମ୍ବାଇ ୨୦।୨: ସେୟାର ମାର୍କେଟରେ ନିବେଶ କରୁଥିବା ଲୋକଙ୍କ ଡିମାଟ ଓ ଟ୍ରେଡିଂ ଆକାଉଣ୍ଟକୁ ଅଧିକ ସୁରକ୍ଷିତ କରିବା ପାଇଁ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏବେ ୟୁପିଆଇ ଭଳି ଟ୍ରେଡିଂ ଆକାଉଣ୍ଟକୁ ରେଜିଷ୍ଟର୍ଡ ମୋବାଇଲ ଓ ସିମ କାର୍ଡ ସହ ଲିଙ୍କ କରିବା ଜରୁରି ହେବ। ଏହି ସିଷ୍ଟମ ୟୁପିଆଇ ଭଳି ସିମ୍ ବାଇଣ୍ଡିଂ ଆଧାରିତ ହେବ। ଏଣୁ ନିବେଶକଙ୍କ ବିଶେଷ କ୍ଲାଏଣ୍ଟ କୋଡ, ମୋବାଇଲର ଆଇଏମଇଆଇ ନମ୍ବର ଓ ସିମ୍ ଭେରିଫିକେସନ ଜରୁରି ହେବ। ଏହା ପରେ ଯାଇ ନିବେଶକ ତାଙ୍କ ଡିମାଟ ଆକାଉଣ୍ଟରେ ଲଗଇନ୍ କରିବା ସହ ଟ୍ରେଡିଂ କରିପାରିବେ। ଏହା ଦ୍ୱାରା ସିମ୍ ମାଧ୍ୟମରେ ଠକେଇ ଓ ଡିମାଟ ଆକାଉଣ୍ଟରେ ସିନ୍ଧି ତଥା ଅନଧିକୃତ ନେଣଦେଣ ରୋକିବାକୁ ମଧ୍ୟ ସହାୟତା ମିଳିବ। ଆରମ୍ଭରେ ଏହି ବ୍ୟବସ୍ଥାକୁ ୧୦ ମୁଖ୍ୟ ବ୍ରୋକର କମ୍ପାନୀଙ୍କ ଉପରେ ଲାଗୁ କରାଯିବ। ପ୍ରଥମେ ପ୍ରଥମେ ଏହା ବିକଳ୍ପ ଭାବେ ରହିବ ତେବେ ପରେ ନିବେଶକଙ୍କ ନିମନ୍ତେ ଏହାକୁ ବାଧ୍ୟତାମୂଳକ କରାଯିବ। ନୂଆ ବ୍ୟବସ୍ଥାରେ ନିବେଶକଙ୍କୁ ତାଙ୍କ ଆକାଉଣ୍ଟ ଲଗଇନ ସମ୍ପର୍କିତ ସମ୍ପୂର୍ଣ୍ଣ ସୂଚନା ମିଳିବ। ଅର୍ଥାତ କେବେ, କେଉଁଠି ଓ କେଉଁ ମୋବାଇଲ ଉପକରଣରେ ଲଗଇନ କରାଯାଇଥିଲା ଏ ସବୁ ରେକର୍ଡ ରହିବ। ଏହା ଛଡା ନିବେଶକଙ୍କୁ ଅସ୍ଥାୟୀ ରୋକ, ଅନ୍ୟ ମୋବାଇଲ ଉପକରଣରୁ ଲଗଆଉଟ୍ କରିବା, କାରବାରର ସୀମା ନିର୍ଦ୍ଧାରଣ ଓ ଧାର୍ଯ୍ୟ କରିବାର ସୁବିଧା ମଧ୍ୟ ମିଳ
ମୁମ୍ବାଇ ୨୦।୨: ସେୟାର ମାର୍କେଟରେ ନିବେଶ କରୁଥିବା ଲୋକଙ୍କ ଡିମାଟ ଓ ଟ୍ରେଡିଂ ଆକାଉଣ୍ଟକୁ ଅଧିକ ସୁରକ୍ଷିତ କରିବା ପାଇଁ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏବେ ୟୁପିଆଇ ଭଳି ଟ୍ରେଡିଂ ଆକାଉଣ୍ଟକୁ ରେଜିଷ୍ଟର୍ଡ ମୋବାଇଲ ଓ ସିମ କାର୍ଡ ସହ ଲିଙ୍କ କରିବା ଜରୁରି ହେବ। ଏହି ସିଷ୍ଟମ ୟୁପିଆଇ ଭଳି ସିମ୍ ବାଇଣ୍ଡିଂ ଆଧାରିତ ହେବ। ଏଣୁ ନିବେଶକଙ୍କ ବିଶେଷ କ୍ଲାଏଣ୍ଟ କୋଡ, ମୋବାଇଲର ଆଇଏମଇଆଇ ନମ୍ବର ଓ ସିମ୍ ଭେରିଫିକେସନ ଜରୁରି ହେବ।
ଏହା ପରେ ଯାଇ ନିବେଶକ ତାଙ୍କ ଡିମାଟ ଆକାଉଣ୍ଟରେ ଲଗଇନ୍ କରିବା ସହ ଟ୍ରେଡିଂ କରିପାରିବେ। ଏହା ଦ୍ୱାରା ସିମ୍ ମାଧ୍ୟମରେ ଠକେଇ ଓ ଡିମାଟ ଆକାଉଣ୍ଟରେ ସିନ୍ଧି ତଥା ଅନଧିକୃତ ନେଣଦେଣ ରୋକିବାକୁ ମଧ୍ୟ ସହାୟତା ମିଳିବ। ଆରମ୍ଭରେ ଏହି ବ୍ୟବସ୍ଥାକୁ ୧୦ ମୁଖ୍ୟ ବ୍ରୋକର କମ୍ପାନୀଙ୍କ ଉପରେ ଲାଗୁ କରାଯିବ। ପ୍ରଥମେ ପ୍ରଥମେ ଏହା ବିକଳ୍ପ ଭାବେ ରହିବ ତେବେ ପରେ ନିବେଶକଙ୍କ ନିମନ୍ତେ ଏହାକୁ ବାଧ୍ୟତାମୂଳକ କରାଯିବ।
ନୂଆ ବ୍ୟବସ୍ଥାରେ ନିବେଶକଙ୍କୁ ତାଙ୍କ ଆକାଉଣ୍ଟ ଲଗଇନ ସମ୍ପର୍କିତ ସମ୍ପୂର୍ଣ୍ଣ ସୂଚନା ମିଳିବ। ଅର୍ଥାତ କେବେ, କେଉଁଠି ଓ କେଉଁ ମୋବାଇଲ ଉପକରଣରେ ଲଗଇନ କରାଯାଇଥିଲା ଏ ସବୁ ରେକର୍ଡ ରହିବ। ଏହା ଛଡା ନିବେଶକଙ୍କୁ ଅସ୍ଥାୟୀ ରୋକ, ଅନ୍ୟ ମୋବାଇଲ ଉପକରଣରୁ ଲଗଆଉଟ୍ କରିବା, କାରବାରର ସୀମା ନିର୍ଦ୍ଧାରଣ ଓ ଧାର୍ଯ୍ୟ କରିବାର ସୁବିଧା ମଧ୍ୟ ମିଳିବ। ନୂଆ ସୁରକ୍ଷା ପ୍ରଣାଳିରେ ଲାପଟପ ଓ ଡେସ୍କଟପ ଲଗଇନ୍ ପାଇଁ କ୍ୟୁଆର କୋଡର ଉପଯୋଗ କରାଯାଇ ପାରିବ। ଏହା କିଛି ସମୟ ପାଇଁ ଲଗଇନ ରହିବ ଓ ନିଜକୁ ନିଜେ ଲଗଆଉଟ ହୋଇଯିବ।
ଏନଏସଡିଏଲଙ୍କ ଅନୁସାରେ ଏବେ ଦେଶରେ ୩.୮୮ କୋଟି ଆକ୍ଟିଭ ଡିମାଟ ଆକାଉଣ୍ଟ ଅଛି ଓ ୯୯.୩୨ ପ୍ରତିଶତ ପିନକୋଡରେ ଡିମାଟ ଆକାଉଣ୍ଟ ଧାରୀଙ୍କ ଉପସ୍ଥିତି ରହୁଛି। ଡିମାଟ ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ କିଛି ଜରୁରି ଟିପସ୍ ରହିଛି, ଯେପରି ମଜଭୁତ ପାସୱାର୍ଡ ବ୍ୟବହାର କରନ୍ତୁ, ନିୟମିତ ଷ୍ଟେଟମେଣ୍ଟ ଯାଞ୍ଚ ଏବଂ ବିଶ୍ୱସନୀୟ ଡିପୋଜିଟରୀର ଚୟନ କରନ୍ତୁ। ସେବି ପିଓଏ (ପାୱାର ଅଫ ଆଟର୍ଣ୍ଣି) ନିୟମକୁ ମଧ୍ୟ କଡ଼ାକଡି କରିଛନ୍ତି।