ସୈଫଙ୍କୁ ଛୁରା ମାଡ ମାମଲାରେ ନୂଆ ଟୁଇଷ୍ଟ; ମହିଳା ସମ୍ପୃକ୍ତି ଥିବା ସୂଚନା, କଣ ଶରୀଫୁଲ୍‌କୁ କରୁଥିଲେ ସାହାଯ୍ୟ ?

ମୁମ୍ଵାଇ ୨୮।୦୧; ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ଘଟଣାରେ ଗୋଟିଏ ପରେ ଗୋଟିଏ ଟ୍ବିଷ୍ଟ ସାମ୍ନାକୁ ଆସୁଛି। ତଦନ୍ତରେ ପଶ୍ଚିମବଙ୍ଗର ଜଣେ ମହିଳାଙ୍କ ସଂମ୍ପୃକ୍ତି ଥିବା ଜଣାପଡିଛି । କିଏ ପ୍ରକୃତ ଆକ୍ରମଣକାରୀ କାହାର ରହିଛି ହାତ ତାହା ଜଣାପଡୁନାହିଁ । ସେପଟେ ଅଭିଯୁକ୍ତ ଶରିଫୁଲର ଫିଙ୍ଗରପ୍ରିଣ୍ଟସ କ୍ରାଇମ ସିନର ଚିହ୍ନ ସହ ମିଶୁ ନାହିଁ । ଏବେ ଜଣେ ମହିଳାଙ୍କ ସମ୍ପୃକ୍ତି ଥିବା ଟ୍ବିଷ୍ଟ ଆସିଛି । ଯାହା ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୋଲିସ ଉକ୍ତ ମହିଳାଙ୍କୁ ପଚରାଉଚରା କରୁଥିବା ଜଣାପଡିଛି।Actor Saif Ali Khan attack case | The woman who took the SIM card of the accused who attacked Saif Ali Khan is from West Bengal, her name is said to be Khukumoi Sheikh. The Mumbai Police team that went to West Bengal recorded the statement of that woman. In the investigation till…— ANI (@ANI) January 27, 2025ରିପୋର୍ଟ ଅନୁଯାୟୀ, ସୈଫ୍ ଅଲ୍ଲୀ ଖାନ ମାମଲାରେ ଖୁକୁମନି ଶେଖ ନାମକ ଜଣେ ମହିଳାଙ୍କ ନାମ ଏବେ ସାମ୍ନାକୁ ଆସିଛି । ଯାହାଙ୍କ ସିମ୍ କାର୍ଡ ଅଭିଯୁକ୍ତ ଶରୀଫୁଲଠାରୁ ମିଳିଛି। ଶରୀଫୁଲ ଯେଉଁ ସିମ୍ କାର୍ଡ ବ୍ୟବହାର କରୁଥିଲା । ତାହା ଜଣେ ମହିଳାଙ୍କ ନାମରେ ରେଜିଷ୍ଟ୍ରର ଥିଲା। ଏହି ନମ୍ବରଟି ସେହି ନମ୍ବରରେ ଥିଲା ଯେଉଁ ନମ୍ବରରେ ଶରୀଫୁଲ ତାଙ୍କ ପରିବାରକ

ସୈଫଙ୍କୁ ଛୁରା ମାଡ ମାମଲାରେ ନୂଆ ଟୁଇଷ୍ଟ; ମହିଳା ସମ୍ପୃକ୍ତି ଥିବା ସୂଚନା, କଣ ଶରୀଫୁଲ୍‌କୁ କରୁଥିଲେ ସାହାଯ୍ୟ ?

ମୁମ୍ଵାଇ ୨୮।୦୧; ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ଘଟଣାରେ ଗୋଟିଏ ପରେ ଗୋଟିଏ ଟ୍ବିଷ୍ଟ ସାମ୍ନାକୁ ଆସୁଛି। ତଦନ୍ତରେ ପଶ୍ଚିମବଙ୍ଗର ଜଣେ ମହିଳାଙ୍କ ସଂମ୍ପୃକ୍ତି ଥିବା ଜଣାପଡିଛି । କିଏ ପ୍ରକୃତ ଆକ୍ରମଣକାରୀ କାହାର ରହିଛି ହାତ ତାହା ଜଣାପଡୁନାହିଁ । ସେପଟେ ଅଭିଯୁକ୍ତ ଶରିଫୁଲର ଫିଙ୍ଗରପ୍ରିଣ୍ଟସ କ୍ରାଇମ ସିନର ଚିହ୍ନ ସହ ମିଶୁ ନାହିଁ । ଏବେ ଜଣେ ମହିଳାଙ୍କ ସମ୍ପୃକ୍ତି ଥିବା ଟ୍ବିଷ୍ଟ ଆସିଛି । ଯାହା ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୋଲିସ ଉକ୍ତ ମହିଳାଙ୍କୁ ପଚରାଉଚରା କରୁଥିବା ଜଣାପଡିଛି।

ରିପୋର୍ଟ ଅନୁଯାୟୀ, ସୈଫ୍ ଅଲ୍ଲୀ ଖାନ ମାମଲାରେ ଖୁକୁମନି ଶେଖ ନାମକ ଜଣେ ମହିଳାଙ୍କ ନାମ ଏବେ ସାମ୍ନାକୁ ଆସିଛି । ଯାହାଙ୍କ ସିମ୍ କାର୍ଡ ଅଭିଯୁକ୍ତ ଶରୀଫୁଲଠାରୁ ମିଳିଛି। ଶରୀଫୁଲ ଯେଉଁ ସିମ୍ କାର୍ଡ ବ୍ୟବହାର କରୁଥିଲା । ତାହା ଜଣେ ମହିଳାଙ୍କ ନାମରେ ରେଜିଷ୍ଟ୍ରର ଥିଲା। ଏହି ନମ୍ବରଟି ସେହି ନମ୍ବରରେ ଥିଲା ଯେଉଁ ନମ୍ବରରେ ଶରୀଫୁଲ ତାଙ୍କ ପରିବାରକୁ ତଥା ବାଂଲାଦେଶକୁ ଫୋନ କରୁଥିଲେ। ସେପଟେ ମହିଳାଙ୍କ ବୟାନ ରେକର୍ଡ କରାଯାଇଥିଲା ମହିଳା ଜଣକ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର । ୩ ବର୍ଷ ପୂର୍ବରୁ ମହିଳା ଜଣଙ୍କ ତାଙ୍କ ଫୋନ୍ ହଜାଇ ଦେଇଥିଲେ ।

ଜାନୁଆରୀ ୧୬ ତାରିଖରେ ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ହୋଇଥିଲା । ପରିବାର ସୁରକ୍ଷା ପାଇଁ ଦୁର୍ବୃତ୍ତ ସହ ଏକାକୀ ଲଢିଥିଲେ ସୈଫ । ଅଭିଯୁକ୍ତକୁ ଧରିବା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ୩୦ଟି ଟିମ୍‌ ଗଠନ ହୋଇଥିଲା ।   ପ୍ରଥମେ ଜଣେ ସନ୍ଦିଗ୍ଧକୁ ପଚରାଉଚରା କରି ପୋଲିସ ଛାଡି ଦେଇଥିଲା । ଗତ ୧୯ ତାରିଖରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲା । ସେ ନାମ ବଦଳାଇ ପୋଲିସ ସହ ଲୁଚକାଳି ଖେଳୁଥିଲା । ଅଭିଯୁକ୍ତ ଜଣକ ବାଂଲାଦେଶୀ । ଘରକୁ ପଇସା ପଠାଇବା ନେଇ ସେ ଏହି କାମ କରିଥିବା ନେଇ ସ୍ଵୀକାର କରିଛି ।