ସୋନ ଡ୍ୟାମ୍‌ରେ ଭାସୁଛି ମୃତଦେହ, ରହିଛି ଅନେକ କ୍ଷତଚିହ୍ନ

ଉଦଳା ୩୦।୪: ଡ୍ୟାମ୍‌ରେ ଭାସୁଛି ମୃତଦେହ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସୋନ୍ ଡ୍ୟାମ୍‌ରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ମୃତଦେହ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ କପ୍ତିପଦା ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ ଡ୍ୟାମ୍‌ରୁ ମୃତଦେହକୁ ଉଦ୍ଧାର କରିଛି । ମୃତଦେହଟି ଜଣେ ମହିଳାଙ୍କର ହୋଇଥିବା ବେଳେ ପରିଚୟ ମିଳିପାରି ନାହିଁ । ଉଦ୍ଧାର ହୋଇଥିବା ମହିଳାଙ୍କ ଗଳିତ ମୃତଦେହକୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ ୪ରୁ ୫ ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ପୋଲିସ ଅନୁମାନ କରୁଛି । ସେପଟେ ମୃତକଙ୍କ ପରିଚୟ ମିଳିବା ପରେ ପୁରା ଘଟଣା ଉପରୁ ପରଦା ହଟିବ ବୋଲି ପୋଲିସ କହିଛି । ଉଦ୍ଧାର ମୃତଦେହରେ ଅନେକ କ୍ଷତ ଚିହ୍ନ ରହିଥିବା ବେଳେ ତଦନ୍ତ ପରେ ପୁରା ଘଟଣା ସ୍ପଷ୍ଟ ହେବ ।You Can Read:କାଜୁ ତୋଳିବାକୁ ଯିବାବେଳେ ପଡ଼ିଗଲେ ଦନ୍ତା ହାବୁଡ଼ରେ, ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

ସୋନ ଡ୍ୟାମ୍‌ରେ ଭାସୁଛି ମୃତଦେହ, ରହିଛି ଅନେକ କ୍ଷତଚିହ୍ନ

ଉଦଳା ୩୦।୪ଡ୍ୟାମ୍‌ରେ ଭାସୁଛି ମୃତଦେହ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସୋନ୍ ଡ୍ୟାମ୍‌ରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ମୃତଦେହ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ କପ୍ତିପଦା ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ ଡ୍ୟାମ୍‌ରୁ ମୃତଦେହକୁ ଉଦ୍ଧାର କରିଛି । ମୃତଦେହଟି ଜଣେ ମହିଳାଙ୍କର ହୋଇଥିବା ବେଳେ ପରିଚୟ ମିଳିପାରି ନାହିଁ । ଉଦ୍ଧାର ହୋଇଥିବା ମହିଳାଙ୍କ ଗଳିତ ମୃତଦେହକୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ ୪ରୁ ୫ ଦିନ ପୂର୍ବରୁ ମୃତ୍ୟୁ ହୋଇଥିବା ପୋଲିସ ଅନୁମାନ କରୁଛି । 

ସେପଟେ ମୃତକଙ୍କ ପରିଚୟ ମିଳିବା ପରେ ପୁରା ଘଟଣା ଉପରୁ ପରଦା ହଟିବ ବୋଲି ପୋଲିସ କହିଛି । ଉଦ୍ଧାର ମୃତଦେହରେ ଅନେକ କ୍ଷତ ଚିହ୍ନ ରହିଥିବା ବେଳେ ତଦନ୍ତ ପରେ ପୁରା ଘଟଣା ସ୍ପଷ୍ଟ ହେବ ।

You Can Read:

କାଜୁ ତୋଳିବାକୁ ଯିବାବେଳେ ପଡ଼ିଗଲେ ଦନ୍ତା ହାବୁଡ଼ରେ, ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି