ସୋନପୁର ଆଇଆଇସି ଭାବେ ଦାୟିତ୍ଵ ନେଲେ ରଞ୍ଜିତ କୁମାର ସାହୁ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ସଦର ଥାନାର ନୂତନ ଭାରପ୍ରାପ୍ତ ଥାନା ଅଧିକାରୀ ଭାବେ ରଞ୍ଜିତ କୁମାର ସାହୁ ଯୋଗଦାନ କରିଛନ୍ତି। କିଛି ଦିନ ପାଇଁ କାର୍ଯ୍ୟରତ ଥିବା ଆଇଆଇସି ଭୋଜରାଜ ସାଙ୍କ ନିକଟରୁ ସେ ରବିବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ଶ୍ରୀ ସାହୁ ଏହା ପୂର୍ବରୁ ରାମପୁର ଓ ଲଛିପୁର ଥାନାର ଆଇଆଇସି ଭାବେ ଦକ୍ଷତା ର ସହ କାର୍ଯ୍ଯ କରିଛନ୍ତି। ଜିଲ୍ଲା ସଦର ମହକୁମାରେ ଆଇନ ଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ […] The post ସୋନପୁର ଆଇଆଇସି ଭାବେ ଦାୟିତ୍ଵ ନେଲେ ରଞ୍ଜିତ କୁମାର ସାହୁ appeared first on Odisha.News.

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ସଦର ଥାନାର ନୂତନ ଭାରପ୍ରାପ୍ତ ଥାନା ଅଧିକାରୀ ଭାବେ ରଞ୍ଜିତ କୁମାର ସାହୁ ଯୋଗଦାନ କରିଛନ୍ତି। କିଛି ଦିନ ପାଇଁ କାର୍ଯ୍ୟରତ ଥିବା ଆଇଆଇସି ଭୋଜରାଜ ସାଙ୍କ ନିକଟରୁ ସେ ରବିବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ଶ୍ରୀ ସାହୁ ଏହା ପୂର୍ବରୁ ରାମପୁର ଓ ଲଛିପୁର ଥାନାର ଆଇଆଇସି ଭାବେ ଦକ୍ଷତା ର ସହ କାର୍ଯ୍ଯ କରିଛନ୍ତି। ଜିଲ୍ଲା ସଦର ମହକୁମାରେ ଆଇନ ଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ କରିବା ସହ ବେଆଇନ ନିଶା କାରବାର ବନ୍ଦ କରିବା ଓ ଆଗକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସଧାରଣ ଜନତା ଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ନେଇ ସୂଚନା ଦେଇଛନ୍ତି ଶ୍ରୀ ସାହୁ। ଏଠାରେ କାର୍ଯ୍ୟରତ ଭାରପ୍ରାପ୍ତ ଆଇଆଇସି ସାଙ୍କୁ ଏବେ ଲଛିପୁର ଥାନା ଓ ଛୁଟିରେ ଥିବା ଆଇଆଇସି ମାହାଣା ଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଛି। ବାହାର ରାଜ୍ୟରୁ ଆସୁଥିବା ଶହ ଶହ ସଂଖ୍ୟାରେ ରିଫ୍ୟୁଜି ଙ୍କୁ ଚିହ୍ନଟ କରିବା ଓ ବିଭିନ୍ନ ଜାଗାରେ ତମ୍ବୁ ମାରି ରହୁଥିବା, ଖାଲି ପଡ଼ିଥିବା ଷ୍ଟଲ୍ ମାନଙ୍କ ରେ ରହୁଥିବା ଏଭଳି ଲୋକ ଙ୍କ ଦ୍ଵାରା ବଢୁଥିବା ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ କୁ ନିୟନ୍ତ୍ରଣାଧୀନ କରିବା ଦିଗରେ ମଧ୍ୟ ଗୁରୁତ୍ଵ ଦେବାକୁ, ସହରରେ କଡା କଡି ପେଟ୍ରୋଲିଂ କରିବା ସହ ଟ୍ରାଫିକ ବ୍ୟବସ୍ଥାର ସୁଧାର ଆଣି ଦୁର୍ଘଟଣା ରୋକିବାକୁ ଓଡ଼ିଶା ସାମ୍ୱାଦିକ ସଂଘର ଏକ ପ୍ରତନିଧି ଦଳ ଶ୍ରୀ ସାହୁ ଙ୍କୁ ପ୍ରସ୍ତାବ ଦେଇଛନ୍ତି। ଶ୍ରୀ ସାହୁ ମଧ୍ୟ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ଅଧିକରୁ ଅଧିକ ଉଦ୍ୟମ ଜାରି ରଖିବି ବୋଲି ସାମ୍ୱାଦିକଙ୍କୁ କହିଛନ୍ତି।
The post ସୋନପୁର ଆଇଆଇସି ଭାବେ ଦାୟିତ୍ଵ ନେଲେ ରଞ୍ଜିତ କୁମାର ସାହୁ appeared first on Odisha.News.