ସୋନପୁର କଲେଜ ଆଲୁମିନୀ ଏସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀପତ୍ର ପ୍ରଦାନ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଗସ୍ତ ଅବସରରେ ସୋନପୁର ମହାବିଦ୍ୟାଳୟ ଆଲୁମିନୀ ଆସୋସିଏସନ ପକ୍ଷରୁ କଲେଜ କୁ ସରକାରୀ ମାନ୍ୟତା ପ୍ରଦାନ ଦାବିରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆସୋସିଏସନ ର ସଭାପତି ପ୍ରଫୁଲ୍ଲ କୁମାର ରଥ ଏବଂ ସଂପାଦକ ଭାରତ ଭୁଷଣ ଦାଶ ଙ୍କ ନେତୃତ୍ୱରେ ଏକ ୭ ଜଣିଆ ପ୍ରତିନିଧି ଦଳ ଏ ନେଇ ସର୍କିଟ ହାଉସ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ […] The post ସୋନପୁର କଲେଜ ଆଲୁମିନୀ ଏସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀପତ୍ର ପ୍ରଦାନ appeared first on Odisha.News.

ସୋନପୁର କଲେଜ ଆଲୁମିନୀ ଏସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀପତ୍ର ପ୍ରଦାନ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଗସ୍ତ ଅବସରରେ ସୋନପୁର ମହାବିଦ୍ୟାଳୟ ଆଲୁମିନୀ ଆସୋସିଏସନ ପକ୍ଷରୁ କଲେଜ କୁ ସରକାରୀ ମାନ୍ୟତା ପ୍ରଦାନ ଦାବିରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆସୋସିଏସନ ର ସଭାପତି ପ୍ରଫୁଲ୍ଲ କୁମାର ରଥ ଏବଂ ସଂପାଦକ ଭାରତ ଭୁଷଣ ଦାଶ ଙ୍କ ନେତୃତ୍ୱରେ ଏକ ୭ ଜଣିଆ ପ୍ରତିନିଧି ଦଳ ଏ ନେଇ ସର୍କିଟ ହାଉସ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ସଭା ରେ ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଏଵଂ ବିଧାୟକ ରଘୁନାଥ ଜଗଦଲା ମଧ୍ଯ ତାଙ୍କ ବକ୍ତବ୍ୟରେ କଲେଜ କୁ ସରକାରୀ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରକାଶ ଯୋଗ୍ୟ ଯେ ସୋନପୁର ମହାବିଦ୍ୟାଳୟ ୧୯୬୪ ମସିହାରୁ ସ୍ଥାପିତ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ସରକାରୀ ମାନ୍ୟତା ପାଇ ପାରିନାହିଁ। ଜିଲ୍ଲାର ସର୍ବପୁରାତନ ସୋନପୁର ମହାବିଦ୍ୟାଳୟ ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି । ବର୍ତ୍ତମାନ ମହା ବିଦ୍ୟାଳୟରେ ଯୁକ୍ତ ୨ ଓ ଯୁକ୍ତ ୩ ପର୍ଯ୍ୟନ୍ତ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ମୋଟ ୨୩୦୦ ଜଣ ଛାତ୍ରୀ/ ଛାତ୍ର ଅଧ୍ୟୟନରତ ଅଛନ୍ତି । ମହାନଦୀ କୂଳସ୍ଥିତ ଏକ ସବୁଜିମା ମନୋରମ ପରିବେଶରେ ୧୯୬୪ ମସିହାରେ ସ୍ଥାପିତ ହୋଇ ମହାବିଦ୍ୟାଳୟଟି ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ନିରନ୍ତର ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଆସୁଅଛି । ଅନେକ ସୁନାମ ଅର୍ଜନ କରିଥିବା ଏହି ମହାବିଦ୍ୟାଳୟଟି ବିଭିନ୍ନ କ୍ଷେତ୍ରରେ ଆଜି ସୁଦ୍ଧା ବହୁ ପ୍ରତିଷ୍ଠିତ ଏଠାରୁ ପ୍ରଶାସନିକ ଅଧିକାରୀ, ବୈଜ୍ଞାନିକ, ଡାକ୍ତର, ଯନ୍ତ୍ରୀ, ଲୋକ ପ୍ରତିନିଧି ସୁନାମଧନ୍ୟ ମେଧାବୀ ସୃଷ୍ଟି କରିପାରିଛି। ୨୦୧୬ ମସିହା “ ରାଷ୍ଟ୍ରିୟ ମୂଲ୍ୟାଙ୍କନ ଏବଂ ପ୍ରତ୍ୟାୟନ ପରିଷଦ” ଅନୁସାରେ ମହାବିଦ୍ୟାଳୟଟି ବି ଗ୍ରେଡ଼୍ ମାନ୍ୟତା ଲାଭ କରିଥିଲା । ସରକାରୀ ମାନ୍ୟତାର ଦୃଢ଼ ଦାବିଦାର ପାଇଁ ୧୦ ଏକରରୁ ଉର୍ଦ୍ଧ୍ଵ ପରିମିତ ଜମିରେ ସ୍ଥାପିତ ଏହି ମହାବିଦ୍ୟାଳୟର ଆବଶ୍ୟକୀୟ ଭିତ୍ତିଭୂମି ମହାବିଦ୍ୟାଳୟ ର ରହିଥିବା ପ୍ରକାଶ କରିଛି ଆଲୁମିନୀ ସଙ୍ଘ।

The post ସୋନପୁର କଲେଜ ଆଲୁମିନୀ ଏସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀପତ୍ର ପ୍ରଦାନ appeared first on Odisha.News.