ସୋନମ ବେଓ୍ୱଫା: ରାଜା ପର୍ସରୁ ପଇସା କାଢି କିଲରଙ୍କୁ ଦେଇଥିଲା, କହିଥିଲା ମାରିଦିଅ
ମଧ୍ୟପ୍ରଦେଶ ୧୦/୦୬: ସୋନମ ବେଓ୍ୱଫା । କହିଥିଲା 'ମୁଁ ବିଧବା ହୋଇ ତୁମକୁ ବିବାହ କରିବି । ପାହାଡ ଉପରେ ଚିତ୍କାର କରି ପ୍ରତିଶୃତି ଦେଇଥିଲା ସୋନମ । ଚିଲାଇ କହିଥିଲା ତାଙ୍କୁ ମାରିଦିଅ, ପଇସା ମୁଁ ଦେବି । ମଧ୍ୟପ୍ରଦେଶର ଇନ୍ଦୋରର ରାଜା ରଘୁବଂଶୀଙ୍କୁ ହତ୍ୟା ପଛରେ ପତ୍ନୀ ସୋନମ ପ୍ରେମିକ ଓ ବନ୍ଧୁଙ୍କ ସହାୟତାରେ ରଚିଥିଲା ଷଡ଼ଯନ୍ତ୍ର । ରାଜା ଯେଉଁ ମହିଳାଙ୍କୁ ତାଙ୍କ ଜୀବନସାଥୀ ଭାବୁଥିଲେ ସେ ବିବାହର ମାତ୍ର ୫ ଦିନ ପରେ ଖେଳିଥିଲା ରକ୍ତର ହୋଲି । ପ୍ରେମିକ ରାଜ କୁଶୱାହାଙ୍କୁ ସୋନମ କହିଥିଲା ରାଜାଙ୍କୁ ହତ୍ୟା କରିବା ପରେ ଗାୟବର କାହାଣୀ ଗଢିବା । ଖାଲି ସେତିକି ନୁହେଁ, କହିଥିଲେ ବିଧବା ହେବା ପରେ ବାପା ଆମ ବିବାହକୁ ସ୍ୱୀକୃତି ଦେବେ । ଏହି ଷଡ଼ଯନ୍ତ୍ର ଏତେ ଭୟଙ୍କର ଥିଲା ଯେ, କେହି ବି ଶୁଣିବ ଥରି ଉଠିବ ଛାତି । ହତ୍ୟା ପାଇଁ ଅନଲାଇନରେ ଅର୍ଡର ହୋଇଥିଲା ମାରଣାସ୍ତ୍ର । ଗୌହାଟୀରୁ ଅନଲାଇନରେ ମଗାଯାଇଥିଲା କୁରାଢୀ । ଘଟଣାର ଠିକ୍ ପୂର୍ବରୁ ସୋନମଙ୍କ ହୋମଷ୍ଟେ ଠାରୁ କିଲୋମିଟର ଦୂରରେ ହୋଟେଲରେ ରହୁଥିଲେ ଅଭିଯୁକ୍ତମାନେ । ୨୩ ମେ ସୋନମ ରାଜାଙ୍କୁ ଫଟୋସୁଟ୍ ବାହାନାରେ ଏକ ନିର୍ଜନ ପାହାଡିଆ ଅଞ୍ଚଳକୁ ନେଇଯାଇଥିଲେ। ନିଜେ ପଛରେ ରହିଗଲେ ତିନି ଜଣ ଯୁବକ ରାଜାଙ୍କ ଆଗରେ ଚାଲିଲେ। କିଛି ସମୟ ପରେ ହଠାତ୍ ଚିତ୍କାର କରିଥିଲା ସୋନମ୍, କହିଥିଲା 'ତାଙ୍କୁ ହତ୍ୟା କର। ପରେ ଅଭିଯୁକ୍ତ ବିଶାଲ ଚୌହାନ ରାଜାଙ୍କ ମୁଣ୍ଡକୁ କୁରା
ମଧ୍ୟପ୍ରଦେଶ ୧୦/୦୬: ସୋନମ ବେଓ୍ୱଫା । କହିଥିଲା 'ମୁଁ ବିଧବା ହୋଇ ତୁମକୁ ବିବାହ କରିବି । ପାହାଡ ଉପରେ ଚିତ୍କାର କରି ପ୍ରତିଶୃତି ଦେଇଥିଲା ସୋନମ । ଚିଲାଇ କହିଥିଲା ତାଙ୍କୁ ମାରିଦିଅ, ପଇସା ମୁଁ ଦେବି । ମଧ୍ୟପ୍ରଦେଶର ଇନ୍ଦୋରର ରାଜା ରଘୁବଂଶୀଙ୍କୁ ହତ୍ୟା ପଛରେ ପତ୍ନୀ ସୋନମ ପ୍ରେମିକ ଓ ବନ୍ଧୁଙ୍କ ସହାୟତାରେ ରଚିଥିଲା ଷଡ଼ଯନ୍ତ୍ର ।
ରାଜା ଯେଉଁ ମହିଳାଙ୍କୁ ତାଙ୍କ ଜୀବନସାଥୀ ଭାବୁଥିଲେ ସେ ବିବାହର ମାତ୍ର ୫ ଦିନ ପରେ ଖେଳିଥିଲା ରକ୍ତର ହୋଲି । ପ୍ରେମିକ ରାଜ କୁଶୱାହାଙ୍କୁ ସୋନମ କହିଥିଲା ରାଜାଙ୍କୁ ହତ୍ୟା କରିବା ପରେ ଗାୟବର କାହାଣୀ ଗଢିବା । ଖାଲି ସେତିକି ନୁହେଁ, କହିଥିଲେ ବିଧବା ହେବା ପରେ ବାପା ଆମ ବିବାହକୁ ସ୍ୱୀକୃତି ଦେବେ । ଏହି ଷଡ଼ଯନ୍ତ୍ର ଏତେ ଭୟଙ୍କର ଥିଲା ଯେ, କେହି ବି ଶୁଣିବ ଥରି ଉଠିବ ଛାତି ।
ହତ୍ୟା ପାଇଁ ଅନଲାଇନରେ ଅର୍ଡର ହୋଇଥିଲା ମାରଣାସ୍ତ୍ର । ଗୌହାଟୀରୁ ଅନଲାଇନରେ ମଗାଯାଇଥିଲା କୁରାଢୀ । ଘଟଣାର ଠିକ୍ ପୂର୍ବରୁ ସୋନମଙ୍କ ହୋମଷ୍ଟେ ଠାରୁ କିଲୋମିଟର ଦୂରରେ ହୋଟେଲରେ ରହୁଥିଲେ ଅଭିଯୁକ୍ତମାନେ । ୨୩ ମେ ସୋନମ ରାଜାଙ୍କୁ ଫଟୋସୁଟ୍ ବାହାନାରେ ଏକ ନିର୍ଜନ ପାହାଡିଆ ଅଞ୍ଚଳକୁ ନେଇଯାଇଥିଲେ। ନିଜେ ପଛରେ ରହିଗଲେ ତିନି ଜଣ ଯୁବକ ରାଜାଙ୍କ ଆଗରେ ଚାଲିଲେ। କିଛି ସମୟ ପରେ ହଠାତ୍ ଚିତ୍କାର କରିଥିଲା ସୋନମ୍, କହିଥିଲା 'ତାଙ୍କୁ ହତ୍ୟା କର। ପରେ ଅଭିଯୁକ୍ତ ବିଶାଲ ଚୌହାନ ରାଜାଙ୍କ ମୁଣ୍ଡକୁ କୁରାଢ଼ିରେ କରିଥିଲା ଆକ୍ରମଣ ।
ପାହାଡ ଚଢ଼ି ଥକି ଯିବାରୁ ଆଉ କିଛି ନକରିବାକୁ ମନା କରି ଦେଇଥିଲେ ଅଭିଯୁକ୍ତ । ସଂଗେ ସଂଗେ ସୋନମ କହିଥିଲା, 'ମୁଁ ୨୦ ଲକ୍ଷ ଦେବି, କିନ୍ତୁ ତୁମକୁ ତାଙ୍କୁ ହତ୍ୟା କରିବାକୁ ପଡ଼ିବ। ଏମିତିକି ରାଜାଙ୍କ ପର୍ସରୁ ୧୫ ହଜାର ଟଙ୍କା ବାହାର କରି ସଂଗେ ସଂଗେ ଘଟଣାସ୍ଥଳରେ ଦେଇଥିଲା ସୋନମ ।
୨୩ ମେରେ ରାଜାଙ୍କୁ ହତ୍ୟା ପରେ ସନ୍ଧ୍ୟାରେ ସୋନମ ଶିଲଂରୁ ଯାଇଥିଲେ ଗୌହାଟୀ । ସେଠାରୁ ଟ୍ରେନ୍ ଧରି ବାରାଣସୀ ଦେଇ ଯାଇଥିଲା ଗାଜିପୁର । ଚତୁର ସୋନମ ପ୍ରମାଣ ନଷ୍ଟ କରିବାକୁ ଭାଙ୍ଗିଦେଇଥିଲା ମୋବାଇଲ୍ ଫୋନ୍ । ତେବେ ଚୋର ଘର ଅନ୍ଧାର ନଥିବାର ଭଳି ଧରାପଡିଯାଇଥିଲେ ପ୍ରେମିକ । ସବୁ ଖେଳ ଶେଷ ଭାବି ପୋଲିସ ଆଗରେ ସରେଣ୍ଡର କରିଥିଲେ ସୋନମ ।
ରାଜା ରଘୁବଂଶୀ ହତ୍ୟା ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ମଧ୍ୟପ୍ରଦେଶ ଓ ମେଘାଳୟ ପୋଲିସ କହିଛନ୍ତି, ରାଜା ରଘୁବଂଶୀଙ୍କ ହତ୍ୟା ତାଙ୍କ ସ୍ତ୍ରୀ ସୋନମ ହିଁ କରିଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତ ରାଜ କୁଶୱାହାଙ୍କ ସହ ସୋନମଙ୍କ ସମ୍ପର୍କ ପାଇଁ ରାଜାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପୁଲିସ କହିଛି ।
ମେ’ ୧୧ରେ ରାଜା ଓ ସୋନମଙ୍କ ବିବାହ ହୋଇଥିଲା । ୨୦ରେ ଉଭୟ ହନିମୁନ ପାଇଁ ଯାଇଥିଲେ ଓ ୨୩ରେ ଅଚାନକ ରାଜା ନିଖୋଜ ହୋଇଯାଇଥିଲେ । ବ୍ୟବଚ୍ଛେଦ ରିପୋର୍ଟରେ ରାଜାଙ୍କ ମୁଣ୍ଡରେ ଆଘାତର ଚିହ୍ନ ରହିଛି । ତେଣୁ ରାଜାଙ୍କୁ ହତ୍ୟା କରାଯାଇଥିବା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି ।